ଟ୍ରେନରେ ଆନ୍ଧ୍ର ଯାଇଥିବା ବ୍ରିଟେନ ଫେରନ୍ତାଙ୍କ ଶରୀରରେ କରୋନାର ନୂଆ ଷ୍ଟ୍ରେନ

ହାଇଦ୍ରାବାଦ: ଡିସେମ୍ବର ୨୧ରେ ବ୍ରିଟେନରୁ ଦିଲ୍ଲୀ ଆସିଥିବା ଆନ୍ଧ୍ରପ୍ରଦେଶର ଜଣେ ମହିଳାଙ୍କ ଶରୀରରେ କରୋନାର ନୂଆ ଷ୍ଟ୍ରେନ ଠାବ ହୋଇଛି। ତେବେ ଏହି ୫୦ ବର୍ଷୀୟ କୃଷ୍ଣକାୟ ମହିଳା ଜଣଙ୍କ ଦିଲ୍ଲୀରେ ପହଞ୍ଚିବା ପରେ ଟ୍ରେନ୍‌ ଯୋଗେ ପ୍ରଶାସନକୁ ଚକମା ଦେଖା ଆନ୍ଧ୍ର ପ୍ରଦେଶ ଚାଲି ଯାଇଥିଲେ। ତେଣୁ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ପ୍ରତି ନୂଆ ଷ୍ଟ୍ରେନର ଭୟ ସୃଷ୍ଟି ହୋଇଛି। କାରଣ ଏହି ନୂଆ ଷ୍ଟ୍ରେନ ଅଧିକ ବେଗରେ ସଂକ୍ରମିତ କରୁଛି। ଏହାକୁ ଦୃଷ୍ଟିରେ […]

de

Hemant Lenka
  • Published: Tuesday, 29 December 2020
  • , Updated: 29 December 2020, 08:45 PM IST

ହାଇଦ୍ରାବାଦ: ଡିସେମ୍ବର ୨୧ରେ ବ୍ରିଟେନରୁ ଦିଲ୍ଲୀ ଆସିଥିବା ଆନ୍ଧ୍ରପ୍ରଦେଶର ଜଣେ ମହିଳାଙ୍କ ଶରୀରରେ କରୋନାର ନୂଆ ଷ୍ଟ୍ରେନ ଠାବ ହୋଇଛି। ତେବେ ଏହି ୫୦ ବର୍ଷୀୟ କୃଷ୍ଣକାୟ ମହିଳା ଜଣଙ୍କ ଦିଲ୍ଲୀରେ ପହଞ୍ଚିବା ପରେ ଟ୍ରେନ୍‌ ଯୋଗେ ପ୍ରଶାସନକୁ ଚକମା ଦେଖା ଆନ୍ଧ୍ର ପ୍ରଦେଶ ଚାଲି ଯାଇଥିଲେ। ତେଣୁ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ପ୍ରତି ନୂଆ ଷ୍ଟ୍ରେନର ଭୟ ସୃଷ୍ଟି ହୋଇଛି।

କାରଣ ଏହି ନୂଆ ଷ୍ଟ୍ରେନ ଅଧିକ ବେଗରେ ସଂକ୍ରମିତ କରୁଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଓ ରାଜ୍ୟ ସରକାରମାନେ ବ୍ରିଟେନ ଫେରନ୍ତାଙ୍କ ଉପରେ ନଜର ରଖିବାକୁ କହୁଛନ୍ତି। ଏହା ସତ୍ତ୍ୱେ ମହିଳା ଜଣଙ୍କ ଟ୍ରେନରେ ବସି ଦିଲ୍ଲୀରୁ ଆନ୍ଧ୍ର ଆସିଥିବାରୁ ସମସ୍ତଙ୍କ ଚିନ୍ତା ବଢ଼ି ଯାଇଛି।

ସେ ଡିସେମ୍ବର ୨୧ରେ ବ୍ରିଟେନରୁ ଆସିଥିବାରୁ ଦିଲ୍ଲୀର ଆଇଜିଆଇ ଏୟାରପୋର୍ଟରେ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା। ଏହା ପଜିଟିଭ ଆସିଥିଲେ ହେଁ ମହିଳା ଜଣଙ୍କ ଏହା ଜାଣି ନ ପାରି ତାଙ୍କ ପୁଅଙ୍କ ସହ ଟ୍ରେନ୍‌ରେ ଆନ୍ଧ୍ରର ପୂର୍ବ ଗୋଦାବରୀରେ ଥିବା ତାଙ୍କ ଘର ଅଭିମୁଖେ ଚାଲି ଯାଇଥିଲେ।

ଘଟଣା ପ୍ରଚାର ହେବା ପରେ ପ୍ରଶାସନ ପକ୍ଷରୁ ତାଙ୍କୁ ଫୋନ କରାଯାଇଥିଲା। ହେଲେ ତାଙ୍କ ଫୋନ ଲାଗି ନଥିଲେ। ଏହାକୁ ନେଇ ଚାରିଆଡ଼େ ଆତଙ୍କ ଖେଳି ଯାଇଥିଲା। ଶେଷରେ ଭାଇଜାକ ଯାଉଥିବା ଟ୍ରେନରେ ମହିଳା ଜଣଙ୍କ ଥିବା ଜଣାପଡ଼ିଥିଲା। ଡିସେମ୍ବର ୨୪ରେ ମହିଳା ଓ ତାଙ୍କ ପୁଅ ରାଜାହମୁନ୍ଦାରୀ ଷ୍ଟେସନରେ ଓହ୍ଲାଇଥିଲେ। ଏହାପରେ ସେମାନଙ୍କୁ ସରକାର କ୍ୱାରେଣ୍ଟାଇନରେ ରଖାଯାଇଥିଲା। ତାଙ୍କ ନମୁନାକୁ ଜିନୋମ ସିକ୍ୱେସିଂ ପାଇଁ ପଠା ଯାଇଥିଲା ଓ ଏହା କରୋନାର ନୂଆ ଭୂତାଣରୁ ବୋଲି ଜଣାପଡ଼ିଛି।

ଏହି ନୂଆ ଷ୍ଟ୍ରେନ ଅଧିକ ମାରାତ୍ମକ ହୋଇଥିବାରୁ ମହିଳାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନେ ମଧ୍ୟ ଏହି ଭାଇରସରେ ସଂକ୍ରମିତ ହୋଇଥିବା ଆଶଙ୍କା ପ୍ରକାଶ ପାଇଛି।

ଆନ୍ଧ୍ର ପ୍ରଦେଶ ପ୍ରଶାସନ ତାଙ୍କ ପୁଅଙ୍କ କରୋନା ଟେଷ୍ଟ କରାଇଥିଲା। ହେଲେ ଏହା ନେଗେଟିଭ ଆସିଛି। ସେହିପରି ମହିଳାଙ୍କ ସଂସ୍ପର୍ଶରେ ଆସିଥିବା କିଛି ଲୋକଙ୍କର ମଧ୍ୟ ଟେଷ୍ଟ ହୋଇଛି। ଏହାର ରେଜଲ୍ଟ ବି ନେଗେଟିଭ ଆସିଥିବା ଜଣାପଡ଼ିଛି।

ପ୍ରଶାସନ କହିଛି ଯେ ମଙ୍ଗଳବାର ସୁଦ୍ଧା ରାଜ୍ୟକୁ ଆସିଥିବା ବ୍ରିଟେନ ଫେରନ୍ତାଙ୍କ ମଧ୍ୟରୁ ୧୧ ଜଣଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏମାନଙ୍କ ମଧ୍ୟରୁ ଟ୍ରେନରେ ଦିଲ୍ଲୀରୁ ଆନ୍ଧ୍ର ଆସିଥିବା ମହିଳାଙ୍କ ଶରୀରରେ ନୂଆ ଭୂତାଣରୁ ଠାବ ହୋଇଛି। ସେହିପରି ବ୍ରିଟେନ ଫେରାନ୍ତଙ୍କ ସଂସ୍ପର୍ଶରେ ଆସି ଆଉ ୧୨ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି।

Related story