କିଭ୍: ଅସହାୟତା ପ୍ରକାଶ କରୁଥିବା ସତ୍ତ୍ୱେ ରୁଷ ଆଗରେ ମୁଣ୍ଡ ନୁଆଉଁ ନ ଥିବା ୟୁକ୍ରେନ ରାଷ୍ଟ୍ରପତି ୪୪ ବର୍ଷ ବୟସ୍କ ଭୋଲଦିମିର ଜେଲେନସ୍କିଙ୍କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ଦିନେ ନିଜ କମେଡି ଜରିଆରେ ସମସ୍ତଙ୍କୁ ହସାଉଥିବା ଜେଲେନସ୍କିଙ୍କ ଆଖିରେ ଏବେ ଲୁହ। ରୁଷ ବିରୋଧୀ ଯୁଦ୍ଧରେ ନିଜକୁ ଏକୁଟିଆ ଅନୁଭବ କରୁଥିବା ଜେଲେନସ୍କି କିନ୍ତୁ ଶେଷ ପର୍ଯ୍ୟନ୍ତ ୟୁକ୍ରେନ ଛାଡ଼ିବେନି ବୋଲି କହି ୟୁକ୍ରେନବାସୀଙ୍କ ଦମ୍ଭୋକ୍ତି ବଢ଼ାଇଛନ୍ତି।
ଦିନେ ନିଜ କମେଡି ଜରିଅରେ ଲୋକଙ୍କୁ ହସାଇ ହସାଇ ଗଡ଼ାଇ ଦେଉଥିବା ଜେଲେନସ୍କିଙ୍କୁ ଏବେ ଘାରିଛି ନିଜ ଦେଶ ଚିନ୍ତା। ମୁହଁରେ ଚିନ୍ତା ସ୍ପଷ୍ଟ ବାରି ହୋଇ ପଡ଼ିଥିବା ବେଳେ ଆଖିରେ ନାହିଁ ନିଦ। ଗଣମାଧ୍ୟମ ସମ୍ମୁଖରେ ବିବୃତି ଦେବା ବେଳେ ସ୍ପଷ୍ଟ ବାରି ହୋଇପଡ଼ୁଛି ଦେଶ ପାଇଁ ତାଙ୍କ ଭାବପ୍ରବଣତା। ଆଖିରେ ଜକେଇ ଆସୁଛି ଲୁହ। ଭିତର କୋହକୁ ସମ୍ଭାଳିବାକୁ ଚେଷ୍ଟା କରି ବି ସମ୍ପୂର୍ଣ୍ଣ ସଫଳ ହୋଇପାରୁ ନାହାନ୍ତି ଜେଲେନସ୍କି।
[caption id="attachment_716569" align="aligncenter" width="650"]
ବିନା କୌଣସି ଅଭିଜ୍ଞତାରେ ଜେଲେନସ୍କି୨୦୧୯ ମସିହାରେ ୟୁକ୍ରେନ ରାଷ୍ଟ୍ରପତି ପଦ ଦୌଡ଼ରେ ସାମିଲ ହେଲେ। ସେତେବେଳେ ଏକ କମେଡି ଶୋ’ ‘Servant of the People’ରେ ଭ୍ରଷ୍ଟାଚାର ବିରୋଧରେ ଲଢ଼େଇ କରୁଥିବା ଜଣେ ସ୍କୁଲ ଶିକ୍ଷକ ଭୂମିକା ତୁଲାଉଥିଲେ। ସେତେବେଳେ ଜଣେ ଛାତ୍ର ତାଙ୍କ ଭିଡିଓ ଭାଇରାଲ କରିଥିଲେ। ଏହାପରେ ଯାହା ଘଟିଗଲା ତାହା ଇତିହାସ। ସ୍କୁଲ ଶିକ୍ଷକରୁ ହଠାତ୍ ୟୁକ୍ରେନର ରାଷ୍ଟ୍ରପତି ପାଲଟିଗଲେ ଜେଲେନସ୍କି।
ପ୍ରଥମେ ରୁଷ ସହ ଜେଲେନସ୍କିଙ୍କ ସମ୍ପର୍କ ଠିକ୍ ଥିବା ବେଳେ ଧିରେ ଧିରେ ଏହା ବିଗିଡ଼ିବାକୁ ଲାଗିଲା। ରୁଷ ଭାଷା ପ୍ରତି ଭେଦଭାବ କରିବା ତଥା ଜେଲେନସ୍କି ନିଜର ପୁରୁଣା ପ୍ରତିଶ୍ରୁତିକୁ ଏଡ଼ାଇ ଯାଉଥିବା ଅଭିଯୋଗ ଆଣିଥିଲେ ପୁଟିନ। ଏହାପରେ ଶେଷରେ ଯୁଦ୍ଧ ଘୋଷଣା କଲା ରୁଷ।
[caption id="attachment_716570" align="aligncenter" width="650"]
୨୦୧୪ ମସିହାରେ ରୁଷ ସମର୍ଥୀତ ରାଷ୍ଟ୍ରପତି ଶାସନ କ୍ଷମତା ସମ୍ଭାଳିଥିବା ବେଳେ ରୁଷ କ୍ରିମିଆ ଉପରେ କବଜା କରିବାରେ ସଫଳ ହୋଇଥିଲା। ଏହାପରେ ଦେଶରେ ଖୁବ୍ ବିରୋଧ ପ୍ରଦର୍ଶନ ହୋଇଥିଲା ଓ ତତ୍କାଳୀନ ରାଷ୍ଟ୍ରପତି ୟାନୁକୋବିଚଙ୍କୁ ଗାଦି ଛାଡ଼ିବାକୁ ପଡ଼ିଥିଲା। ଏହାପରେ ପେଟ୍ରୋ ପୋରାସ୍କ ୨୦୧୪-୧୯ ପର୍ଯ୍ୟନ୍ତ ରାଷ୍ଟ୍ରପତି ପଦ ସମ୍ଭାଳିଥିଲେ। ତେବେ ତାଙ୍କ ଉପରେ ଦେଶବାସୀ ଖୁସି ନ ଥିବା ବେଳେ ଆକ୍ଟର ଭୋଲଦିମିର ଜେଲେନସ୍କିଙ୍କ ମଧ୍ୟରେ ସେମାନେ ନିଜ ରାଷ୍ଟ୍ର ନେତା ଦେଖିବାକୁ ପାଇଥିଲେ। ୨୦୧୯ରେ ୟୁକ୍ରେନର କମାଣ ସମ୍ଭାଳିଥିଲେ ଜେଲେନସ୍କି।
୧୯୭୮ ଜାନୁଆରୀ ୨୫ ରେ ୟୁକ୍ରେନରେ ଜନ୍ମିତ ଜେଲେନସ୍କି ଛୋଟ ବେଳେ ୪ ବର୍ଷ ପାଇଁ ପରିବାର ସହ ମଙ୍ଗୋଲିଆ ଶିଫ୍ଟ ହୋଇଯାଇଥିଲେ। ସେଠାରେ ସେ ନିଜ ସ୍କୁଲ ଶିକ୍ଷା ଶେଷ କଲେ। ଛୋଟ ବୟସରୁ ହିଁ ୟୁକ୍ରେନ ସହ ରୁଷ ଭାଷାରେ ତାଙ୍କର ଦଖଲ ଥିଲା। ୧୯୯୫-୨୦୦୦ ମସିହା ମଧ୍ୟରେ ସେ କିଭ ନ୍ୟାସନାଲ ଇକୋନୋମିକ୍ସ ୟୁନିଭରସିଟିରୁ ଲ’ ପଢ଼ା ଶେଷ କରିଥିଲେ। ପାଠପଢ଼ା ସମୟରୁ ହିଁ ସେ ଥିଏଟର ପ୍ରତି ଆକୃଷ୍ଟ ହୋଇଥିଲେ। ମାତ୍ର ୧୭ ବର୍ଷ ବୟସରେ ସେ ଲୋକାଲ କମେଡି ଶୋ’ରେ ଭାଗ ନେଇଥିଲେ।
[caption id="attachment_716571" align="aligncenter" width="650"]
ସେତେବେଳେ ସେ ଲୋକାଲ କମେଡି ଟିମ୍ KVN ରେ ସାମିଲ ହୋଇଥିଲେ। ଏହି ଟିମ୍ରେ କମେଡି କରି ବହୁ ପ୍ରଶଂସା ସାଉଁଣ୍ଟିବା ସହ ପୁରସ୍କୃତ ହେବା ପରେ ୧୯୯୭ ମସିହାରେ ସେ Kvartal 95 ନାମରେ ନିଜର ଏକ ଟିମ୍ ଗଠନ କରିଥିଲେ। ୧୯୯୮ ମସିହାରୁ ୨୦୦୩ ମସିହା ମଧ୍ୟରେ ଏହା ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ବେଳେ ସବୁଠୁ ଅଧିକ ଆୟ କରୁଥିବା ଟିମ୍ ମଧ୍ୟରେ ଗଣା ହେଉଥିଲା। ଏହି ଟିମ୍ ମସ୍କୋରେ ବି ବହୁତ ପରଫର୍ମମାନ୍ସ କରି କରତାଲି ସାଉଣ୍ଟିଥିଲା।
[caption id="attachment_716572" align="aligncenter" width="650"]
ଏହାପରେ ୨୦୦୩ ମସିହାରେ Kvartal 95 ଟିଭି ଶୋ’ ପ୍ରଡ୍ୟୁସ୍ କରିବା ଆରମ୍ଭ କଲା। ୨୦୦୮ରେ ଫିଚର ଫିଲ୍ମ ‘ଲଭ୍ ଇନ୍ ଦ ବିଗ୍ ସିଟି’ରେ କାମ କଲେ ଜେଲେନସ୍କି। ଏହା ଖୁବ୍ ଲୋକପ୍ରିୟ ହେବା ପରେ ଏହାର ସିକ୍ୟୁଲ ମଧ୍ୟ ଆସିଲା। ଏହାପରେ ଜେଲେନସ୍କି ଆକ୍ଟିଂ କ୍ୟାରିଅରକୁ ଆଗକୁ ନେଇ ‘ଅଫିସ ରୋମାନ୍ସ ’ ‘ ଆୱାର ଟାଇମ୍ ’ ପରି ଫିଲ୍ମରେ କାମ କଲେ। ଏହାପରେ ସେ ଆହୁରି ଅନେକ ଫିଲ୍ମରେ କାମ କରିଛନ୍ତି। ୨୦୧୦ରୁ ୧୨ ମଧ୍ୟରେ ସେ ଏକ ଟିଭି ଚ୍ୟାନେଲର ପ୍ରଡ୍ୟୁସର ମଧ୍ୟ ଥିଲେ। ଜେଲେନସ୍କିଙ୍କ ପ୍ରଥମ ୟୁକ୍ରେନ ଭାଷା ଫିଲ୍ମ ଥିଲା ‘I, You, He, She’ । ଏହାବାଦ ସେ ଅଧିକାଂଶ ରୁଷ ପ୍ରଡକସନ୍ ଫିଲ୍ମରେ ମଧ୍ୟ କାମ କରିଥିଲେ।
ପରାକ୍ରମ ରୁଷର ଘନ ଘନ ଆକ୍ରମଣରେ ବିଶ୍ୱ ସମୁଦାୟର ସହାୟତା ନ ପାଇ ଏକପ୍ରକାର ଅସହାୟ ହୋଇ ପଡ଼ିଛନ୍ତି ଜେଲେନସ୍କି। ଏପରିକି ସେ ଏବେ ରୁଷର ଏକ ନମ୍ବର ଟାର୍ଗେଟ ପାଲିଟିଥିବା ବେଳେ ତାଙ୍କ ପରିବାର ଦ୍ୱିତୀୟରେ ଥିବା କୋହଭରା କଣ୍ଠରେ କହିଛନ୍ତି। ଏପରିକି ଏହା ପରଠୁ ଜେଲେନସ୍କିଙ୍କ ପରିବାରକୁ ନେଇ ଚର୍ଚ୍ଚା ଜୋର ଧରିଛି।
[caption id="attachment_716573" align="aligncenter" width="650"]
ଭୋଲଦିମିର ଜେଲେନସ୍କିଙ୍କ ପତ୍ନୀ ତଥା ୟୁକ୍ରେନର ପ୍ରଥମ ମହିଳା ହେଉଛନ୍ତି ଓଲେନା ଭୋଲଡିମିରଭିନା ଜେଲେନସ୍କା। ୨୦୧୯ ମସିହାରେ ଫୋକସ ମାଗାଜିନ ଦ୍ୱାରା ଶହେ ପ୍ରଭାବଶାଳୀ ୟୁକ୍ରେନୀୟ ମହିଳାଙ୍କ ସୂଚୀ ପ୍ରକାଶ ପାଇଥିବା ବେଳେ ଜେଲେନସ୍କା ୩୦ ନଂ ସ୍ଥାନରେ ଥିଲେ। ସେ ଜଣେ ଆର୍କିଟେକ ଓ ସ୍କ୍ରିନ ରାଇଟର ।
ଉଭୟ ଜେଲେନସ୍କି ଓ ଓଲେନା ୨୦୦୩ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ବେଳେ ଉଭୟଙ୍କ ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ଓଲେନା ସିଭିଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିଲେ ମଧ୍ୟ ତାହାକୁ ସେ କ୍ୟାରିଅର ଭାବେ ଗ୍ରହଣ କରି ନାହାନ୍ତି।