ଧମକପୂର୍ଣ୍ଣ ଚିଠି ମିଳିବା ପରେ କହ୍ନେୟା କୁମାର ଓ ଅମର୍ ଖାଲିଦଙ୍କ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ନୂଆଦିଲ୍ଲୀ: ଧମକପୂର୍ଣ୍ଣ ଚିଠି ମିଳିବା ପରେ ଜେଏନ୍‌ୟୁର ଛାତ୍ର ସଂସଦ ସଭାପତି କହ୍ନେୟା କୁମାର ଓ ଅମର୍ ଖାଲିଦଙ୍କ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ଗତକାଲି ସନ୍ଧ୍ୟାରେ ଦିଲ୍ଲୀ ପୋଲିସ୍ ନିକଟକୁ ଏକ ଫୋନ୍ କଲ୍ ଆସିଥିଲା। ଫୋନ୍ କରିଥିବା ବ୍ୟକ୍ତି ଜଣକ ଜେଏନ୍‌ୟୁ ନିକଟ ଦେଇ ଯାଉଥିବା ୬୦୫ ନମ୍ୱର ରୁଟ୍‌ ବସ୍‌ରେ ଅସ୍ତ୍ରଶସ୍ତ୍ର ଥିବା ପୋଲିସକୁ ସୂଚନା ଦେଇଥିଲେ। ସୂଚନାକୁ ଆଧାର କରି ବସ୍‌ରେ ତଲାସୀ କରାଯିବା ପରେ ସେଥିରୁ ଗୋଟିଏ ଦେଶୀ ବନ୍ଧୁକ […]

Umar Khalid and Kanhaiya Kumar

Rakesh Mallick
  • Published: Friday, 15 April 2016
  • , Updated: 15 April 2016, 09:43 AM IST

ନୂଆଦିଲ୍ଲୀ: ଧମକପୂର୍ଣ୍ଣ ଚିଠି ମିଳିବା ପରେ ଜେଏନ୍‌ୟୁର ଛାତ୍ର ସଂସଦ ସଭାପତି କହ୍ନେୟା କୁମାର ଓ ଅମର୍ ଖାଲିଦଙ୍କ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ଗତକାଲି ସନ୍ଧ୍ୟାରେ ଦିଲ୍ଲୀ ପୋଲିସ୍ ନିକଟକୁ ଏକ ଫୋନ୍ କଲ୍ ଆସିଥିଲା। ଫୋନ୍ କରିଥିବା ବ୍ୟକ୍ତି ଜଣକ ଜେଏନ୍‌ୟୁ ନିକଟ ଦେଇ ଯାଉଥିବା ୬୦୫ ନମ୍ୱର ରୁଟ୍‌ ବସ୍‌ରେ ଅସ୍ତ୍ରଶସ୍ତ୍ର ଥିବା ପୋଲିସକୁ ସୂଚନା ଦେଇଥିଲେ। ସୂଚନାକୁ ଆଧାର କରି ବସ୍‌ରେ ତଲାସୀ କରାଯିବା ପରେ ସେଥିରୁ ଗୋଟିଏ ଦେଶୀ ବନ୍ଧୁକ ଓ ଜୀବନ୍ତ ଗୁଳି ସହ ଏକ ଧମକପୂର୍ଣ୍ଣ ଚିଠି ମିଳିଥିଲା। କହ୍ନେୟା କୁମାର ଓ ଅମର୍ ଖାଲିଦାଙ୍କ ମୁଣ୍ଡକାଟ କରିବା ବ୍ୟକ୍ତିକୁ ପୁରସ୍କୃତ କରାଯିବ ବୋଲି ଚିଠିରେ ଉଲ୍ଲେଖ ଥିଲା।

ଏନେଇ ତିଲକ୍ ମାର୍ଗ ଥାନାରେ ୨୫ ଆମର୍ସ ଆଇନ୍ ଅନୁସାରେ ମାମଲା ରୁଜୁ କରାଯାଇଛି। ଏହା ସହିତ ଜେଏନ୍‌ୟୁ ବିଶ୍ୱବିଦ୍ୟାଳୟର ପ୍ରଶାସନଙ୍କୁ ଦିଲ୍ଲୀ ପୋଲିସ୍  ସତର୍କ କରି ଦେଇଛି।

Related story