୨୦୨୦ ଅପେକ୍ଷା ୨୦୨୧ରେ ସ୍ଥିତି ଆହୁରି ଖରାପ ହୋଇପାରେ: WFP

ନୂଆଦିଲ୍ଲୀ: ଆସନ୍ତାବର୍ଷ ଖାଦ୍ୟାଭାବକୁ ନେଇ ସାରା ବିଶ୍ୱ ବଡ଼ ଚ୍ୟାଲେଞ୍ଜ ସାମ୍ନା କରିବାକୁ ଯାଉଛି। ଏଥିପାଇଁ ଏବେଠୁ ଆମ ସଭିଏଁକୁ ସାବଧାନ ହେବାକୁ ପଡ଼ିବ। ନହେଲେ ସ୍ଥିତି ଅଣାୟତ ହୋଇଯିବ। ଓ୍ୱାର୍ଲଡ ଫୁଡ୍ ପ୍ରୋଗ୍ରାମର ମୁଖ୍ୟ ଏଭଳି କହିଛନ୍ତି। ଚଳିତ ବର୍ଷ ଜାତିସଂଘ ଯେଉଁଥିପାଇଁ ନୋବେଲ୍ ଶାନ୍ତି ପୁରସ୍କାର ଦେଇଛି ତାହା ବିଶ୍ୱର ସମସ୍ତ ନେତାଙ୍କ ପାଇଁ ବଡ଼ ଚେତାବନୀ ବୋଲି ଓ୍ୱାର୍ଲଡ ଫୁଡ୍ ପ୍ରୋଗ୍ରାମର ମୁଖ୍ୟ ଡେଭିଡ୍ ବେସଲି କହିଛନ୍ତି। ସେ କହିଛନ୍ତି ଯେ ୨୦୨୦ରେ […]

WPF

WPF

Subhransu Sekhar
  • Published: Sunday, 15 November 2020
  • Updated: 15 November 2020, 07:32 PM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତାବର୍ଷ ଖାଦ୍ୟାଭାବକୁ ନେଇ ସାରା ବିଶ୍ୱ ବଡ଼ ଚ୍ୟାଲେଞ୍ଜ ସାମ୍ନା କରିବାକୁ ଯାଉଛି। ଏଥିପାଇଁ ଏବେଠୁ ଆମ ସଭିଏଁକୁ ସାବଧାନ ହେବାକୁ ପଡ଼ିବ। ନହେଲେ ସ୍ଥିତି ଅଣାୟତ ହୋଇଯିବ। ଓ୍ୱାର୍ଲଡ ଫୁଡ୍ ପ୍ରୋଗ୍ରାମର ମୁଖ୍ୟ ଏଭଳି କହିଛନ୍ତି। ଚଳିତ ବର୍ଷ ଜାତିସଂଘ ଯେଉଁଥିପାଇଁ ନୋବେଲ୍ ଶାନ୍ତି ପୁରସ୍କାର ଦେଇଛି ତାହା ବିଶ୍ୱର ସମସ୍ତ ନେତାଙ୍କ ପାଇଁ ବଡ଼ ଚେତାବନୀ ବୋଲି ଓ୍ୱାର୍ଲଡ ଫୁଡ୍ ପ୍ରୋଗ୍ରାମର ମୁଖ୍ୟ ଡେଭିଡ୍ ବେସଲି କହିଛନ୍ତି।

ସେ କହିଛନ୍ତି ଯେ ୨୦୨୦ରେ ଏହାକୁ ସ୍ଥଗିତ ରଖିବାରେ ସଫଳ ହୋଇଥିଲୁ କାରଣ ଅନେକ ବଡ଼ ବଡ଼ ନେତା ସହାୟତା ପ୍ରଦାନ କରିଥିଲେ। କିନ୍ତୁ ୨୦୨୦ ପାଇଁ ଉପଲବ୍ଧ ଥିବା ପାଣ୍ଠି ୨୦୨୧ ପାଇଁ ଅଭାବ ପୂରଣ କରିପାରିବ ନାହିଁ। ତେଣୁ ଏହାର ସମାଧାନ ପାଇଁ ବିଶ୍ୱର ଅନେକ ନେତାଙ୍କ ସହ ସେ କଥାବାର୍ତ୍ତା କରୁଛନ୍ତି ବୋଲି କହିଛନ୍ତି। ନହେଲେ ଆଗାମୀ ଦିନରେ ଅବସ୍ଥା ଭୟଙ୍କର ହୋଇପାରେ ବୋଲି ସେ ଆସୋସିଏଟେଡ୍ ପ୍ରେସକୁ ସାକ୍ଷାତକାର ଦେବା ବେଶେ ସତର୍କ କରାଇଛନ୍ତି।

ନରୱେ ନୋବେଲ କମିଟି ଏବେ ବିପର୍ଯ୍ୟୟ, ଶରଣାର୍ଥୀ ଶିବିର ଆଦି ଉପରେ ଅନେକ ଗବେଷଣା କରୁଛି। ଯେଉଁଥିରେ ଲକ୍ଷ ଲକ୍ଷ ଲୋକ ଭୋକରେ ଆଉଟୁ ପାଉଟୁ ହେଉଥିବା ଜଣାପଡ଼ିଛି। ଅନେକ ସଂସ୍ଥା ଲକ୍ଷ ଲକ୍ଷ ଲୋକଙ୍କୁ ଖାଇବା ଯୋଗାଇବା ପାଇଁ ନିଜ କର୍ମଚାରୀଙ୍କ ଜୀବନକୁ ମଧ୍ୟ ବିପଦରେ ପକାଉଛନ୍ତି। ଏହି ଖବର ସାରା ବିଶ୍ୱ ପାଇଁ ଏକ ଚେତବାନୀ ବୋଲି ଡେଭିଡ୍ ବେସଲି କହିଛନ୍ତି। କାରଣ ସାରା ଅବସ୍ଥା ଖରାପ ହେବାରେ ଲାଗିଛି ଏହାର ସୁଧାର ପାଇଁ ଅଧିକ କାମ କରିବାକୁ ପଡିବ।

ବେସଲି କହିଛନ୍ତି ଯେ ଆମେରିକାର ନିର୍ବାଚନ ଖବର ଏବଂ କୋଭିଡ ଖବର ପାଇଁ ଏହି ଖାଦ୍ୟାଭାବର ଖବର ଗୁରୁତ୍ୱ ପାଇ ନାହିଁ। ହେଲେ ଆମ ସମସ୍ତଙ୍କୁ ଅଧିକ ଯତ୍ନବାନ ହେବାକୁ ହେବ ନହେଲେ ଆମେ ସମସ୍ୟା ଆଡକୁ ଅଗ୍ରସର ହେବା ବୋଲି ସେ କହିଛନ୍ତି।

ଜାତିସଂଘ ସୁରକ୍ଷା ପରିଷଦର ଏପ୍ରିଲ ମାସର ରିପୋର୍ଟକୁ ଉଲ୍ଲେଖ କରି ସେ କହିଛନ୍ତି, ବିଶ୍ୱ ଏବେ କରୋନା ମହାମାରୀର ସାମ୍ନା କରୁଛି। ଏହାରି ଭିତରେ ଅନାହାରର ବିକଳ ଚିତ୍ର ସାମ୍ନାକୁ ଆସିଛି। ଯଦି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯାଏ ତେବେ ପରିସ୍ଥିତି ଆହୁରି ଖରାପ ହୋଇପାରେ ବୋଲି ବେସଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story