ପରିବାର ଲୋକେ ଯୋଗାଇପାରିଲେନି ଲାପଟପ୍, ଆତ୍ମହତ୍ୟା କଲେ ଛାତ୍ରୀ

ହାଇଦ୍ରାବାଦ: କରୋନାକୁ ରୋକିବା ପାଇଁ ହୋଇଥିବା ଶଟଡାଉନର ଆଉ ଏକ ଚିତ୍ର ସାମ୍ନାକୁ ଆସିଛି। ଜଣେ ବିଦ୍ୟାର୍ଥୀଙ୍କୁ ତାଙ୍କ ପରିବାର ଲୋକ୍ ଲାପଟପ୍ କିଣି ନଦେବାରୁ ସେ ବାଧ୍ୟ ହୋଇ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା ପୂର୍ବରୁ ସେ ଏକ ସୁଇସାଇଡାଲ ନୋଟ୍ ଛାଡ଼ିଛନ୍ତି ଯେଉଁଥିରେ ସେ ଉଲ୍ଲେଖ କରିଛନ୍ତି, ଆର୍ଥିକ ଅଭାବ ପାଇଁ ତାଙ୍କ ପରିବାର ଲୋକେ ଲାପଟପ୍ ଯୋଗାଇ ପାରିନଥିଲେ। ତେଣୁ ସେ ପାଠ ପଢ଼ିପାରୁନଥିଲେ। ତେଣେ ପରିବାର ଲୋକେ କହିଛନ୍ତି କରୋନା ପାଇଁ ଶଟଡାଉନ୍ […]

sucide

Subhransu Sekhar
  • Published: Monday, 09 November 2020
  • , Updated: 09 November 2020, 04:27 PM IST

ହାଇଦ୍ରାବାଦ: କରୋନାକୁ ରୋକିବା ପାଇଁ ହୋଇଥିବା ଶଟଡାଉନର ଆଉ ଏକ ଚିତ୍ର ସାମ୍ନାକୁ ଆସିଛି। ଜଣେ ବିଦ୍ୟାର୍ଥୀଙ୍କୁ ତାଙ୍କ ପରିବାର ଲୋକ୍ ଲାପଟପ୍ କିଣି ନଦେବାରୁ ସେ ବାଧ୍ୟ ହୋଇ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା ପୂର୍ବରୁ ସେ ଏକ ସୁଇସାଇଡାଲ ନୋଟ୍ ଛାଡ଼ିଛନ୍ତି ଯେଉଁଥିରେ ସେ ଉଲ୍ଲେଖ କରିଛନ୍ତି, ଆର୍ଥିକ ଅଭାବ ପାଇଁ ତାଙ୍କ ପରିବାର ଲୋକେ ଲାପଟପ୍ ଯୋଗାଇ ପାରିନଥିଲେ। ତେଣୁ ସେ ପାଠ ପଢ଼ିପାରୁନଥିଲେ। ତେଣେ ପରିବାର ଲୋକେ କହିଛନ୍ତି କରୋନା ପାଇଁ ଶଟଡାଉନ୍ ହେବାରୁ ଆର୍ଥିକ ଅବସ୍ଥା ଶୋଚନୀୟ ହୋଇଯାଇଛି।

ଏଭଳି ଘଟଣା ତେଲେଙ୍ଗାନାରେ ଘଟିଛି। ମୃତ ଛାତ୍ରୀଙ୍କ ବୟସ ୧୯। ସେ ଦିଲ୍ଲୀର ଶ୍ରୀରାମ କଲେଜର ଛାତ୍ରୀ। ଲକଡାଉନ୍ ସମୟରେ ସେ ତାଙ୍କ କଲେଜ କ୍ଲାସ୍ ଜାରି ରଖିବା ପାଇଁ କୌଣସି ପ୍ରକାରର ଲାପଟପ୍ ଆବଶ୍ୟକ କରୁଥିଲେ। ମୃତ ଛାତ୍ରୀଙ୍କ ବାପା ଜମେ ଗାଡ଼ି ମେକାନିକ। ସେ କହିଛନ୍ତି ଯେ ତାଙ୍କ ଝିଅର ପାଠପଢ଼ାକୁ ସହଯୋଗ କରିବା ପାଇଁ ସେ ସମସ୍ତ ପ୍ରକାର ସହଯୋଗ କରୁଥିଲେ। ତାଙ୍କ ଝିଅ ଯୁକ୍ତ ଦୁଇରେ ୯୮.୫ ପ୍ରତିଶତ ମାର୍କ ରଖିଥିଲେ। ପରିବାର ଲୋକ ମଧ୍ୟ ସେ ପାଇଁ ଗର୍ବିତ ବୋଲି ମୃତକଙ୍କ ବାପା କହିଛନ୍ତି।

ଗଣିତ ହନର୍ସ ରଖି ଗ୍ରାଜୁଏସନ କରୁଥିଲେ। ସେ ଏବେ ଗ୍ରାଜୁଏସନର ଦ୍ୱିତୀୟ ବର୍ଷର ଛାତ୍ରୀ। ଫେବୃଆରୀରେ କଲେଜ ବନ୍ଦ ହେବାପରେ ସେ ଘରକୁ ଫେରିଆସିଥିଲେ ବୋଲି ମୃତକଙ୍କ ମା' କହିଛନ୍ତି। ଅକ୍ଟୋବରରେ, ତାଙ୍କ ଝିଅ ଏକ ଲାପଟପ୍ ଯୋଗାଡ଼ କରିବାକୁ କହିଥିଲେ। ଲାପଟପ୍ ହେଲେ ସେ ଅନଲାଇନରେ ପାଠ ପଢ଼ିଥାନ୍ତେ। ଏହାପରେ ତାଙ୍କ ବାପା କିଛି ଦିନ ସମୟ ମାଗିଥିଲେ। ଆଉ ଏହାପରେ ଛାତ୍ରୀ ଜଣଙ୍କ କେବେ ଲାପଟପ ଆସିବ ବୋଲି ମଧ୍ୟ ପରିବାର ଲୋକଙ୍କୁ ପଚାରିନଥିଲେ। ଗତ ମଙ୍ଗଳବାର ଦିନ କିନ୍ତୁ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଥିଲେ ବୋଲି ପରିବାର ଲୋକେ କହିଛନ୍ତି।

Related story