କେନ୍ଦ୍ରମନ୍ତ୍ରୀ ସଦାନନ୍ଦ ଗୌଡ଼ାଙ୍କୁ କରୋନା

ନୂଆଦିଲ୍ଲୀ: ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛି କେନ୍ଦ୍ରମନ୍ତ୍ରୀ ସଦାନନ୍ଦ ଗୌଡ଼ା। ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ସେ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ମନ୍ତ୍ରିମଣ୍ଡଳରେ ଶ୍ରୀ ଗୌଡ଼ା କେମିକାଲ ଓ ଫର୍ଟିଲାଇଜର ମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। କର୍ଣ୍ଣାଟକାର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ଗୌଡ଼ା ନିଜକୁ ସେଲଫ ଆଇସୋଲେସନରେ ରଖିବା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ତୁରନ୍ତ ଟେଷ୍ଟ କରିବାକୁ କହିଛନ୍ତି। ସେ କହିଛନ୍ତି, “ମୋ ଶରୀରରେ କୋଭିଡ-୧୯ର କିଛି ପ୍ରାଥମିକ […]

es

Hemant Lenka
  • Published: Thursday, 19 November 2020
  • , Updated: 19 November 2020, 07:10 PM IST

ନୂଆଦିଲ୍ଲୀ: ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛି କେନ୍ଦ୍ରମନ୍ତ୍ରୀ ସଦାନନ୍ଦ ଗୌଡ଼ା। ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ସେ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ମନ୍ତ୍ରିମଣ୍ଡଳରେ ଶ୍ରୀ ଗୌଡ଼ା କେମିକାଲ ଓ ଫର୍ଟିଲାଇଜର ମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। କର୍ଣ୍ଣାଟକାର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ଗୌଡ଼ା ନିଜକୁ ସେଲଫ ଆଇସୋଲେସନରେ ରଖିବା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ତୁରନ୍ତ ଟେଷ୍ଟ କରିବାକୁ କହିଛନ୍ତି।

ସେ କହିଛନ୍ତି, “ମୋ ଶରୀରରେ କୋଭିଡ-୧୯ର କିଛି ପ୍ରାଥମିକ ଲକ୍ଷଣ ଦେଖାଯାଇଥିଲା। ଏହି କାରଣରୁ ମୁଁ ନିଜର ପରୀକ୍ଷା କରିଥିଲି ଓ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ମୁଁ ନିଜକୁ ଏବେ ଆସୋଲେଟ କରିନେଇଛି। ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି, ସେମାନେ ଦୟାକରି ସତର୍କ ରୁହନ୍ତୁ ଓ ସୁରକ୍ଷା ସମ୍ପର୍କିତ ସମସ୍ତ ପ୍ରୋଟୋକଲ ପାଳନ କରନ୍ତୁ।”

ସଦାନନ୍ଦ ଗୌଡ଼ାଙ୍କ ପୂର୍ବରୁ ଏକାଧିକ କେନ୍ଦ୍ରମନ୍ତ୍ରୀ ଓ ସାଂସଦଙ୍କ ସମେତ ରାଜନେତାମାନେ କରୋନାରେ ଆକ୍ରାନ୍ତ ହୋଇଥିଲେ।

Related story