ସିଆଚେନ୍‌ ଯିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ

ନୂଆଦିଲ୍ଲୀ: ସଦ୍ୟ ଶପଥ ନେଇଥିବା ଦେଶର ନୂଆ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସୋମବାର ସିଆଚେନ୍‌ ଗସ୍ତରେ ଯିବେ। ସିଆଚେନ୍ ଗ୍ଲେସିଅରରେ ଭାରତୀୟ ଯବାନ ବରଫାବୃତ ପରିବେଶ ମଧ୍ୟରେ ଥାଇ ସୁଦ୍ଧା ସୀମା ସୁରକ୍ଷା କାର୍ଯ୍ୟରେ ସକ୍ରିୟ ଥାଆନ୍ତି। ସେ ଏହି ଅବସରରେ ଯବାନଙ୍କ ସହିତ ସେମାନଙ୍କ ସମସ୍ୟା ବାବଦରେ ଆଲୋଚନା କରିବେ। ବିଶ୍ୱର ସବୁଠାରୁ ଉଚ୍ଚତମ ସ୍ଥାନରେ ଥିବା ଏହି ମିଲିଟାରୀ ପୋଷ୍ଟର ସମସ୍ୟା ବାବଦରେ ସେ ଜାଣିବାକୁ ଚେଷ୍ଟା କରିବେ। ସିଆଚେନ୍‌ ବେସ୍‌ କ୍ୟାମ୍ପ […]

rajnath singh

Subrat Kumar Nayak
  • Published: Sunday, 02 June 2019
  • , Updated: 02 June 2019, 04:55 PM IST

ନୂଆଦିଲ୍ଲୀ: ସଦ୍ୟ ଶପଥ ନେଇଥିବା ଦେଶର ନୂଆ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସୋମବାର ସିଆଚେନ୍‌ ଗସ୍ତରେ ଯିବେ। ସିଆଚେନ୍ ଗ୍ଲେସିଅରରେ ଭାରତୀୟ ଯବାନ ବରଫାବୃତ ପରିବେଶ ମଧ୍ୟରେ ଥାଇ ସୁଦ୍ଧା ସୀମା ସୁରକ୍ଷା କାର୍ଯ୍ୟରେ ସକ୍ରିୟ ଥାଆନ୍ତି। ସେ ଏହି ଅବସରରେ ଯବାନଙ୍କ ସହିତ ସେମାନଙ୍କ ସମସ୍ୟା ବାବଦରେ ଆଲୋଚନା କରିବେ। ବିଶ୍ୱର ସବୁଠାରୁ ଉଚ୍ଚତମ ସ୍ଥାନରେ ଥିବା ଏହି ମିଲିଟାରୀ ପୋଷ୍ଟର ସମସ୍ୟା ବାବଦରେ ସେ ଜାଣିବାକୁ ଚେଷ୍ଟା କରିବେ।

ସିଆଚେନ୍‌ ବେସ୍‌ କ୍ୟାମ୍ପ ୧୨ ହଜାର ଫୁଟ୍‌ ଉଚ୍ଚତାରୁ ଆରମ୍ଭ କରି ୨୩ ହଜାର ଫୁଟ୍‌ ଉଚ୍ଚତା ପର୍ଯ୍ୟନ୍ତ ଇଲାକାରେ ପରିବ୍ୟାପ୍ତ। ଏଠାରେ ଶୀତଦିନେ ବିଯୁକ୍ତ ୭୦ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା ଥାଏ।

୨୦୧୪ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶପଥ ନେବାପରେ ମଧ୍ୟ ସିଆଚେନ୍‌ ଯାଇଥିଲେ। ବିଭିନ୍ନ ଉତ୍ସବ ସମୟରେ ମଧ୍ୟ ମୋଦି ସିଆଚେନ୍‌ ଗସ୍ତ କରିଛନ୍ତି।

Related story