ପୁଣି ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ କରୋନା

ନୂଆଦିଲ୍ଲୀ: ପୁଣି ଜଣେ କେନ୍ଦ୍ରମନ୍ତ୍ରୀ ମହାମାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା କ୍ରିଷ୍ଣ ପାଲ ଗୁରଜାରଙ୍କ ରିପୋର୍ଟ ପଜିଟିଭ ଆସିଛି। ମନ୍ତ୍ରୀ ଖୋଦ ଏ ସମ୍ପର୍କରେ ଟ୍ୱିଟ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆପଣ ନିଜେ ହିଁ ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ମୁଁ ମୋର କରୋନା ଟେଷ୍ଟ କରାଇଥିଲି ଓ ଏହା ପଜିଟିଭ ଆସିଛି। ଡାକ୍ତରଙ୍କ ପରାମର୍ଶକ୍ରମେ ଚିକିତ୍ସା କରଯାଉଛି। ଯେଉଁମାନେ […]

da

Hemant Lenka
  • Published: Thursday, 27 August 2020
  • , Updated: 27 August 2020, 04:31 PM IST

ନୂଆଦିଲ୍ଲୀ: ପୁଣି ଜଣେ କେନ୍ଦ୍ରମନ୍ତ୍ରୀ ମହାମାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା କ୍ରିଷ୍ଣ ପାଲ ଗୁରଜାରଙ୍କ ରିପୋର୍ଟ ପଜିଟିଭ ଆସିଛି।

ମନ୍ତ୍ରୀ ଖୋଦ ଏ ସମ୍ପର୍କରେ ଟ୍ୱିଟ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆପଣ ନିଜେ ହିଁ ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ମୁଁ ମୋର କରୋନା ଟେଷ୍ଟ କରାଇଥିଲି ଓ ଏହା ପଜିଟିଭ ଆସିଛି। ଡାକ୍ତରଙ୍କ ପରାମର୍ଶକ୍ରମେ ଚିକିତ୍ସା କରଯାଉଛି।

ଯେଉଁମାନେ ବି ମୋ ସଂସ୍ପର୍ଶରେ ଆସିଛନ୍ତି, ସେମାନେ ଏହାକୁ ଗୁରୁତ୍ୱର ସହ ନେଇ ନିଜର ଟେଷ୍ଟ କରାଇ ନିଅନ୍ତୁ ବୋଲି ସେ ନିବେଦନ କରିଛନ୍ତି। ଏହାପୂର୍ବରୁ କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ସହ ଏକାଧିକ ବରିଷ୍ଠ ମନ୍ତ୍ରୀଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା।

Related story