ଖରାରେ ବସିଲେ କରୋନା ଭଲ ହୋଇଯିବ ବୋଲି କହିଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଦେଶ ତଥା ବିଶ୍ୱରେ ଏବେ କରୋନା ଭାଇରସକୁ ନେଇ ଚର୍ଚ୍ଚା। ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଯୋଗୁ ସମସ୍ତେ କେବେ ଔଷଧ ବାହାରିବ ସେନେଇ ଚିନ୍ତାରେ ଅଛନ୍ତି। ଏସବୁ ଭିତରେ କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ର ମନ୍ତ୍ରୀ ଅଶ୍ୱିନୀ ଚୋବେ କରୋନା ଭାଇରସରୁ କେମିତି ମୁକୁଳିବେ, ତା’ର ଉପାୟ କହିଛନ୍ତି। ସେ କହିଛନ୍ତି, “ବର୍ତ୍ତମାନ ସବୁଆଡ଼େ କରୋନା ଭାଇରସ ବ୍ୟାପୁଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଆମ ସମସ୍ତଙ୍କୁ ପ୍ରତିଦିନ ୧୫ ମିନିଟ୍‌ ଖରାରେ ବସିବାକୁ ପଡ଼ିବ। […]

ng

Hemant Lenka
  • Published: Thursday, 19 March 2020
  • , Updated: 19 March 2020, 03:39 PM IST

ନୂଆଦିଲ୍ଲୀ: ଦେଶ ତଥା ବିଶ୍ୱରେ ଏବେ କରୋନା ଭାଇରସକୁ ନେଇ ଚର୍ଚ୍ଚା। ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଯୋଗୁ ସମସ୍ତେ କେବେ ଔଷଧ ବାହାରିବ ସେନେଇ ଚିନ୍ତାରେ ଅଛନ୍ତି। ଏସବୁ ଭିତରେ କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ର ମନ୍ତ୍ରୀ ଅଶ୍ୱିନୀ ଚୋବେ କରୋନା ଭାଇରସରୁ କେମିତି ମୁକୁଳିବେ, ତା’ର ଉପାୟ କହିଛନ୍ତି।

ସେ କହିଛନ୍ତି, “ବର୍ତ୍ତମାନ ସବୁଆଡ଼େ କରୋନା ଭାଇରସ ବ୍ୟାପୁଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଆମ ସମସ୍ତଙ୍କୁ ପ୍ରତିଦିନ ୧୫ ମିନିଟ୍‌ ଖରାରେ ବସିବାକୁ ପଡ଼ିବ। ଖରାରେ ବସିଲେ ଆମ ଶରୀରକୁ ଭିଟାମିନ୍‌ ଡି’ ମିଳିବ। ଏହା ଆମର ରୋଗ ପ୍ରତିଷେଧକ ଶକ୍ତି ବଢ଼ାଏ। ଯେ କୌଣସି ଭାଇରସ ଖରାରେ ଶେଷ ହୋଇଯାଆନ୍ତି। ତେଣୁ କରୋନା ଭାଇରସ ମଧ୍ୟ ଖରାରେ ତିଷ୍ଟି ପାରିବ ନାହିଁ। କରୋନାର ମୁକାବିଲା ପାଇଁ ଆମକୁ ଖରାରେ ବସିବାକୁ ପଡ଼ିବ।”

Related story