ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହେଲେ କେନ୍ଦ୍ରମନ୍ତ୍ରୀ: ପତ୍ନୀ ଓ ପିଏସ ମୃତ

ବେଙ୍ଗାଲୁରୁ: କେନ୍ଦ୍ରମନ୍ତ୍ରୀ ଶ୍ରୀପଦ ନାଏକ ଆଜି ଉତ୍ତର କନ୍ନଡର ଅଙ୍କୋଲାଠାରେ ଭୟଙ୍କର ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଏହି ଦୁର୍ଘଟଣାରେ ଶ୍ରୀ ନାଏକ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କ ପତ୍ନୀ ଓ ପିଏସ ଦୀପକ ପ୍ରାଣ ହରାଇଛନ୍ତି। ଏବେ ଶ୍ରୀ ନାଏକଙ୍କୁ ଅଧିକ ଚିକିତ୍ସା ପାଇଁ ଗୋଆ ସ୍ଥାନାନ୍ତର କରାଯାଇଛି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ମୋଦି ସରକାରରେ ଶ୍ରୀ ନାଏକ ପ୍ରତିରକ୍ଷା ସହ ଆୟୁର୍ବେଦ ଓ ଯୋଗ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ […]

rda

Hemant Lenka
  • Published: Monday, 11 January 2021
  • , Updated: 11 January 2021, 10:33 PM IST

ବେଙ୍ଗାଲୁରୁ: କେନ୍ଦ୍ରମନ୍ତ୍ରୀ ଶ୍ରୀପଦ ନାଏକ ଆଜି ଉତ୍ତର କନ୍ନଡର ଅଙ୍କୋଲାଠାରେ ଭୟଙ୍କର ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଏହି ଦୁର୍ଘଟଣାରେ ଶ୍ରୀ ନାଏକ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କ ପତ୍ନୀ ଓ ପିଏସ ଦୀପକ ପ୍ରାଣ ହରାଇଛନ୍ତି। ଏବେ ଶ୍ରୀ ନାଏକଙ୍କୁ ଅଧିକ ଚିକିତ୍ସା ପାଇଁ ଗୋଆ ସ୍ଥାନାନ୍ତର କରାଯାଇଛି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି।

ମୋଦି ସରକାରରେ ଶ୍ରୀ ନାଏକ ପ୍ରତିରକ୍ଷା ସହ ଆୟୁର୍ବେଦ ଓ ଯୋଗ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ଆଜି ସନ୍ଧ୍ୟାରେ ଏମାନେ ସମସ୍ତେ ଧଳା ରଙ୍ଗର ଟୟୋଟା କାର୍‌ରେ ଯାଉଥିବା ବେଳେ ହଠାତ୍‌ ଏହା ଅଙ୍କୋଲା ଠାରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଗଛରେ ପିଟି ହୋଇଯାଇଥିଲା।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ କେନ୍ଦ୍ରମନ୍ତ୍ରୀ ଶ୍ରୀପଦ ନାଏକଙ୍କ ପିଏସଙ୍କ ମୃତ୍ୟୁ ଘଟିଥିଲା। ଗୁରୁତର ଅବସ୍ଥାରେ ଶ୍ରୀ ନାୟକ ଓ ତାଙ୍କ ପତ୍ନୀଙ୍କୁ ସ୍ଥାନୀୟ ସରକାରୀ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶ୍ରୀ ନାଏକଙ୍କ ପତ୍ନୀ ଆଖି ବୁଜିଛନ୍ତି। ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀଙ୍କ କାର୍‌ ସଂପୂର୍ଣ୍ଣ ରୂପେ ଭାଙ୍ଗି ଯାଇଛି। ଏହା ବୁଦା ଓ ଗଛ ମଧ୍ୟରେ ଫସି ରହିଥିବା ଫଟୋ ସାମ୍ନାକୁ ଆସିଛି।

ଅଧିକ ଚିକିତ୍ସା ପାଇଁ ଶ୍ରୀ ନାଏକଙ୍କୁ ଗୋଆ ସ୍ଥାନାନ୍ତର କରାଯାଉଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୋଆର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କ ସହ କଥା ହୋଇଛନ୍ତି। ରାଜ୍ୟରେ ଶ୍ରୀ ନାଏକଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା ତୁରନ୍ତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଉତ୍ତର ଗୋଆର ସାଂସଦ ହେଉଛନ୍ତି ଶ୍ରୀପଦ ନାଏକ। ସେ କର୍ଣ୍ଣାଟକାର ୱେଲାପୁରରୁ ଗୋକାରନା ଫେରୁଥିବା ବେଳେ ଏଭଳି ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଜଣାପଡ଼ିଛି।


କଂଗ୍ରେସ ବିଧାୟକ ଆରଭି ଦେଶପାଣ୍ଡେ ଟ୍ୱିଟ କରି କହିଛନ୍ତି, “ଅଙ୍କୋଲା ଠାରେ କେନ୍ଦ୍ରମନ୍ତ୍ରୀ ଶ୍ରୀପଦ ନାଏକ ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଖବର ପାଇ ମୁଁ ସ୍ତବ୍ଧ।

ଦୁର୍ଘଟଣାରେ ତାଙ୍କ ପତ୍ନୀଙ୍କ ଦେହାନ୍ତ ହେବା ଘଟଣାରେ ମୁଁ ମର୍ମାହତ। ମୁଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ ଶ୍ରୀ ନାଏକ ଖୁବଶୀଘ୍ର ସୁସ୍ଥ ହୋଇଯାଆନ୍ତୁ। ଖୁବଶୀଘ୍ର ସେ ବିପଦ ମୁକ୍ତ ହୋଇଯିବେ ବୋଲି ମୋର ବିଶ୍ୱାସ।”

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଘଟଣାରେ ଶୋକ ପ୍ରକାଶ କରିବା ସହ ଶ୍ରୀ ନାଏକଙ୍କ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି।

Related story