ମହାମାରୀ କରୋନାରେ ଆକ୍ରାନ୍ତ ହେଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ

ନୂଆଦିଲ୍ଲୀ: ସାରା ବିଶ୍ୱରେ ଆତଙ୍କ ଖେଳାଇ ଥିବା ମହାମାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ। ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ସେ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି। ସ୍ମୃତି ଟ୍ୱିଟ କରି କହିଛନ୍ତି, “ଘୋଷଣା କରିବା ପାଇଁ ପ୍ରଥମଥର ମୁଁ ଶବ୍ଦ ଖୋଜୁଛି। ସବୁକିଛିକୁ ଭୁଲି ମୁଁ ସାଧାରଣ ଭାବେ କହୁଛି ଯେ ମୁଁ କରୋନାରେ ଆକ୍ରାନ୍ତ ହୋଇଛି। ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି, ସେମାନେ ଯଥାଶୀଘ୍ର ନିଜର ଟେଷ୍ଟ […]

rf

Hemant Lenka
  • Published: Wednesday, 28 October 2020
  • , Updated: 28 October 2020, 08:01 PM IST

ନୂଆଦିଲ୍ଲୀ: ସାରା ବିଶ୍ୱରେ ଆତଙ୍କ ଖେଳାଇ ଥିବା ମହାମାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ। ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ସେ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି।

ସ୍ମୃତି ଟ୍ୱିଟ କରି କହିଛନ୍ତି, “ଘୋଷଣା କରିବା ପାଇଁ ପ୍ରଥମଥର ମୁଁ ଶବ୍ଦ ଖୋଜୁଛି। ସବୁକିଛିକୁ ଭୁଲି ମୁଁ ସାଧାରଣ ଭାବେ କହୁଛି ଯେ ମୁଁ କରୋନାରେ ଆକ୍ରାନ୍ତ ହୋଇଛି। ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି, ସେମାନେ ଯଥାଶୀଘ୍ର ନିଜର ଟେଷ୍ଟ କରାଇ ନିଅନ୍ତୁ।”

୪୪ ବର୍ଷୀୟ ସ୍ମୃତି ଇରାନୀ ଏବେ ବିହାର ନିର୍ବାଚନ ପାଇଁ ଜୋରଦାର ପ୍ରଚାର କରୁଥିଲେ। ଏହି ସମୟରେ ସେ କରୋନାରେ ଆକ୍ରାନ୍ତ ହୋଇଥିବା ଆଶଙ୍କା କରାଯାଉଛି।

Related story