Advertisment

ସ୍କୁଲ ଓ କୋଚିଂ ସେଣ୍ଟର ଖୋଲିବା ପୂର୍ବରୁ ସ୍ୱତନ୍ତ୍ର ଗାଇଡଲାଇନ ଜାରି କଲେ ସରକାର

ନୂଆଦିଲ୍ଲୀ: ଅକ୍ଟୋବର ୧ରୁ ଦେଶରେ ଅନଲକ-୫ ଆରମ୍ଭ ହୋଇଯାଇଛି। ଏହି ଅନଲକ ପର୍ଯ୍ୟାୟରେ ସ୍କୁଲ ଓ କୋଚିଂ ସେଣ୍ଟର ଖୋଲିବାକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। ଆସନ୍ତା ଅକ୍ଟୋବର ୧୫ ପରେ ସ୍କୁଲ, କଲେଜ ଓ କୋଚିଂ ସେଣ୍ଟର ଖୋଲିପାରିବ। ତେବେ ଏହା ପୂର୍ବରୁ ସ୍କୁଲ ଓ କୋଚିଂ ସେଣ୍ଟର ପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ଗାଇଡଲାଇନ ଜାରି କରିଛନ୍ତି। କଣ୍ଟେନମେଣ୍ଟ ଜୋନ ବାହାରେ ହିଁ ଥିବା ଶିକ୍ଷାନୁଷ୍ଠାନ ଖୋଲିପାରିବ ଓ ଏଥିପାଇଁ ରାଜ୍ୟ ସରକାରମାନେ ତାରିଖ […]

author-image
Hemant Lenka
ଅଦ୍ୟତନ ହୋଇଛି
ସ୍କୁଲ ଓ କୋଚିଂ ସେଣ୍ଟର ଖୋଲିବା ପୂର୍ବରୁ ସ୍ୱତନ୍ତ୍ର ଗାଇଡଲାଇନ ଜାରି କଲେ ସରକାର

cxx

ନୂଆଦିଲ୍ଲୀ: ଅକ୍ଟୋବର ୧ରୁ ଦେଶରେ ଅନଲକ-୫ ଆରମ୍ଭ ହୋଇଯାଇଛି। ଏହି ଅନଲକ ପର୍ଯ୍ୟାୟରେ ସ୍କୁଲ ଓ କୋଚିଂ ସେଣ୍ଟର ଖୋଲିବାକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। ଆସନ୍ତା ଅକ୍ଟୋବର ୧୫ ପରେ ସ୍କୁଲ, କଲେଜ ଓ କୋଚିଂ ସେଣ୍ଟର ଖୋଲିପାରିବ। ତେବେ ଏହା ପୂର୍ବରୁ ସ୍କୁଲ ଓ କୋଚିଂ ସେଣ୍ଟର ପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ଗାଇଡଲାଇନ ଜାରି କରିଛନ୍ତି। କଣ୍ଟେନମେଣ୍ଟ ଜୋନ ବାହାରେ ହିଁ ଥିବା ଶିକ୍ଷାନୁଷ୍ଠାନ ଖୋଲିପାରିବ ଓ ଏଥିପାଇଁ ରାଜ୍ୟ ସରକାରମାନେ ତାରିଖ ଧାର୍ଯ୍ୟ କରିବେ। ସେହିପରି ମାସ୍କ ଓ ସାମାଜିକ ଦୂରତା ବାଧ୍ୟତାମୂଳକ ରହିଛି।

Advertisment

ଏହାବାଦ ସ୍କୁଲ ଓ କୋଚିଂ ସେଣ୍ଟରର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବା ପରେ ହିଁ ଯାଇ ରାଜ୍ୟ କିମ୍ବା କେନ୍ଦ୍ର ଶାସିତ ଅଞ୍ଚଳ ଏହାକୁ ଖୋଲିବାକୁ ଅନୁମତି ଦେବେ। ଉଚ୍ଚ ଶିକ୍ଷା ବିଭାଗ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସହ ଆଲୋଚନା କରି କଲେଜ ଓ ଉଚ୍ଚ ଶିକ୍ଷା ପ୍ରତିଷ୍ଠାନ ଖୋଲିବାର ସମୟ ଧାର୍ଯ୍ୟ କରିବେ।

ଅଭିଭାବକଙ୍କ ଲିଖିତ ଅନୁମତି ପରେ ହିଁ ଜଣେ ଶିକ୍ଷାର୍ଥୀ ସ୍କୁଲ କିମ୍ବା କୋଚିଂ ସେଣ୍ଟରକୁ ଯାଇ ପାରିବେ। ଅନଲାଇନ ଶିକ୍ଷାକୁ ପୂର୍ବ ଭଳି ଅଧିକ ଗୁରୁତ୍ୱ ଦିଆଯିବ। ପିଲାମାନେ ଚାହିଁଲେ ଅନଲାଇନରେ କ୍ଲାସ କରିପାରିବେ।

Advertisment

ଶିକ୍ଷା ମନ୍ତ୍ରଣାଳୟ ଜାରି କରିଥିବା ଏସଓପି ସହ ରାଜ୍ୟ ସରକାରମାନେ ନିଜସ୍ୱ ଗାଇଡଲାଇନ ଜାରି କରିପାରିବେ। ଅନଲକ-୫ରେ ଖୋଲିବାକୁ ଥିବା ଶିକ୍ଷାନୁଷ୍ଠାନଗୁଡ଼ିକ ରାଜ୍ୟ ଶିକ୍ଷା ବିଭାଗ ପ୍ରସ୍ତୁତ କରିଥିବା ଏସଓପିକୁ ପାଳନ କରିବାକୁ ବାଧ୍ୟ।

ଅନ୍ୟପକ୍ଷରେ କେବଳ ପିଏଚଡି ଓ ପିଜି ଶିକ୍ଷାର୍ଥୀଙ୍କ ପାଇଁ କଲେଜ ଖୋଲିବ। ବିଜ୍ଞାନ ଓ ଟେକ୍ନୋଲଜି ପାଠ୍ୟକ୍ରମ ପାଇଁ ଲ୍ୟାବ ଓ ଅନ୍ୟ କାମକୁ ଅନୁମତି ଦିଆଯାଇଛି। କେନ୍ଦ୍ରୀୟ ଅର୍ଥରେ ପରିଚାଳିତ ଏଚ୍‌ଇଆଇଗୁଡ଼ିକର ମୁଖ୍ୟ ହିଁ ଲ୍ୟାବ ଓ ଅନ୍ୟାନ୍ୟ ପରୀକ୍ଷା ମୂଳକ କାମ ଆରମ୍ଭ କରିବାକୁ ଅନୁମତି ଦେଇପାରିବେ।

ତେବେ ରାଜ୍ୟ ସ୍ତରୀୟ ବିଶ୍ୱବିଦ୍ୟାଳୟ ଓ ଘରୋଇ ବିଶ୍ୱବିଦ୍ୟାଳୟଗୁଡ଼ିକ ରାଜ୍ୟ ସରକାରଙ୍କ ଅନୁମତି ପରେ ଯାଇ ଲ୍ୟାବ ଓ ବୈଷୟିକ କାମକୁ ଖୋଲିପାରିବେ।

COVID Guideline