ଆସିଲା ଉନ୍ନାଓ ପୀଡ଼ିତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ

ନୂଆଦିଲ୍ଲୀ: ଉନ୍ନାଓ ପୀଡ଼ିତାଙ୍କ ମୃତ୍ୟୁ ପରେ ଆଜି ତାଙ୍କର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି। ପୀଡ଼ିତାଙ୍କ ଶରୀରର ଅଧିକାଂଶ ସ୍ଥାନ ପୋଡ଼ି ହୋଇଯିବାରୁ ତାଙ୍କର ମୃତ୍ୟୁ ଘଟିଛି ବୋଲି ଦିଲ୍ଲୀ ସଫଦରଜଙ୍ଗ ହସ୍ପିଟାଲ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଏହି ଦୁଷ୍କର୍ମ ଘଟଣାର ଜଣେ ଅଭିଯୁକ୍ତ ଜାମିନରେ ଆସି ପୀଡ଼ିତାଙ୍କ ଶରୀରରେ ନିଆଁ ଲଗାଇ ଦେଇଥିଲା। ଏହାପରେ ସେ ଗୁରୁତର ହେବାରୁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଗତକାଲି ରାତିରେ ଚିକିତ୍ସାଧୀନ ଅବସ୍ଥାରେ […]

safdarganj hospital

Subhransu Sekhar
  • Published: Saturday, 07 December 2019
  • , Updated: 07 December 2019, 05:13 PM IST

ନୂଆଦିଲ୍ଲୀ: ଉନ୍ନାଓ ପୀଡ଼ିତାଙ୍କ ମୃତ୍ୟୁ ପରେ ଆଜି ତାଙ୍କର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି। ପୀଡ଼ିତାଙ୍କ ଶରୀରର ଅଧିକାଂଶ ସ୍ଥାନ ପୋଡ଼ି ହୋଇଯିବାରୁ ତାଙ୍କର ମୃତ୍ୟୁ ଘଟିଛି ବୋଲି ଦିଲ୍ଲୀ ସଫଦରଜଙ୍ଗ ହସ୍ପିଟାଲ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଏହି ଦୁଷ୍କର୍ମ ଘଟଣାର ଜଣେ ଅଭିଯୁକ୍ତ ଜାମିନରେ ଆସି ପୀଡ଼ିତାଙ୍କ ଶରୀରରେ ନିଆଁ ଲଗାଇ ଦେଇଥିଲା। ଏହାପରେ ସେ ଗୁରୁତର ହେବାରୁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଗତକାଲି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ପୀଡ଼ିତାଙ୍କ ମୃତ୍ୟୁ ଘଟିଛି। ଦିଲ୍ଲୀରୁ ପୀଡିତାଙ୍କ ମର ଶରୀର ତାଙ୍କ ଘରକୁ ସଡ଼କପଥ ମାଧ୍ୟମରେ ଆସୁଛି।

ସୂଚନାଯୋଗ୍ୟ, ୨୦୧୮ ଡିସେମ୍ବର ୧୨ରେ ଏହି ଦୁଷ୍କର୍ମ ହୋଇଥିଲା। ପୀଡ଼ିତାଙ୍କ ଅଭିଯୋଗ କ୍ରମେ ଶୁଭମ ନାମକ ଯୁବକ ଜେଲ ଯାଇଥିଲା। ହେଲେ ୫ ଦିନ ତଳେ ସେ ଜାମିନରେ ବାହାରିଥିଲା। ଗତ ଗୁରୁବାର ଏହି ମାମଲାର ଶୁଣାଣି ଥିଲା। ରାଏବରେଲି ଯିବାପାଇଁ ଭୋର ୪ଟାରେ ରେଲଓ୍ୱେ ଷ୍ଟେସନକୁ ଆସିଥିଲେ ପୀଡ଼ିତା। ଏହି ସମୟରେ ଜାମିନରେ ଆସିଥିବା ଶୁଭମ ଓ ତାର ୪ ସହଯୋଗୀ ପୀଡିତାଙ୍କୁ ମାଡ଼ ମାରିବା ସହିତ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିଲେ।

ପୀଡିତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ଗୁରୁବାର ସଂଧ୍ୟାରେ ଉତ୍ତର ପ୍ରଦେଶରୁ ଦିଲ୍ଲୀ ସଫଦରଜଙ୍ଗ ହସ୍ପିଟାଲକୁ ଏୟାରଲିଫ୍ଟ ଯୋଗେ ତାଙ୍କୁ ସ୍ଥାନାନ୍ତର କରାଯାଇଥିଲା। ପୁଲିସ ଏହି ମାମଲାରେ ୫ ଅଭିଯୁକ୍ତଙ୍କୁ ଗିରଫ କରି ସାରିଛି।

Related story