ପଶ୍ଚିମବଙ୍ଗରେ ସିବିଆଇ-ପୁଲିସ ମହାଭାରତ

କୋଲକତା: ରବିବାର ସନ୍ଧ୍ୟାରେ କୋଲକତା ପୁଲିସ ମୁଖ୍ୟ ରାଜୀବ କୁମାରଙ୍କ ବାସଭବନ ଆଗରେ ସିବିଆଇ ଏବଂ ରାଜ୍ୟ ପୁଲିସ୍‌ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟ ହୋଇଥିବା ଜାଣିବାକୁ ମିଳିଛି। ଏକ ୪୦ ଜଣିଆ ଟିମ୍‌ ସିବିଆଇ ଟିମ୍‌ କୋଲକତା ପାର୍କ ଷ୍ଟ୍ରୀଟ୍‌ସ୍ଥିତ ରାଜୀବଙ୍କ ବାସଭବନ ଭିତରକୁ ଚିଟଫଣ୍ଡ ସ୍କାମ ସମ୍ପର୍କରେ ପଚରା ଉଚରା ନିମନ୍ତେ ଯିବା ପାଇଁ ପ୍ରୟାସ କରୁଥିବାବେଳେ ପଶ୍ଚିମବଙ୍ଗ ପୁଲିସ ସେମାନଙ୍କୁ ଅଟକାଇଛି ଏବଂ ଧକ୍କା ମାରି ପୁଲିସ୍‌ ଭ୍ୟାନ୍‌ରେ ପୂରାଇ ଘଟଣାସ୍ଥଳରୁ ତଡ଼ିବା […]

cbi

cbi

Subrat Kumar Nayak
  • Published: Sunday, 03 February 2019
  • Updated: 03 February 2019, 10:00 PM IST

Sports

Latest News

କୋଲକତା: ରବିବାର ସନ୍ଧ୍ୟାରେ କୋଲକତା ପୁଲିସ ମୁଖ୍ୟ ରାଜୀବ କୁମାରଙ୍କ ବାସଭବନ ଆଗରେ ସିବିଆଇ ଏବଂ ରାଜ୍ୟ ପୁଲିସ୍‌ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟ ହୋଇଥିବା ଜାଣିବାକୁ ମିଳିଛି। ଏକ ୪୦ ଜଣିଆ ଟିମ୍‌ ସିବିଆଇ ଟିମ୍‌ କୋଲକତା ପାର୍କ ଷ୍ଟ୍ରୀଟ୍‌ସ୍ଥିତ ରାଜୀବଙ୍କ ବାସଭବନ ଭିତରକୁ ଚିଟଫଣ୍ଡ ସ୍କାମ ସମ୍ପର୍କରେ ପଚରା ଉଚରା ନିମନ୍ତେ ଯିବା ପାଇଁ ପ୍ରୟାସ କରୁଥିବାବେଳେ ପଶ୍ଚିମବଙ୍ଗ ପୁଲିସ ସେମାନଙ୍କୁ ଅଟକାଇଛି ଏବଂ ଧକ୍କା ମାରି ପୁଲିସ୍‌ ଭ୍ୟାନ୍‌ରେ ପୂରାଇ ଘଟଣାସ୍ଥଳରୁ ତଡ଼ିବା ପରେ ଥାନାରେ ନେଇ ଭର୍ତ୍ତି କରିବା ଭଳି ସଙ୍ଗୀନ ଘଟଣା ଘଟିଛି। ଘଟଣାକୁ ବିରୋଧ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଧାରଣାରେ ବସିଛନ୍ତି। ସେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ପ୍ରଧାନମନ୍ତ୍ରୀ ମୋଦି ଓ ଅମିତ ଶାହଙ୍କ ବିରୋଧରେ ବିଷୋଦଗାର କରିଥିଲେ। ସିବିଆଇ ଏ ନେଇ ଆସନ୍ତାକାଲି ସୁପ୍ରିମକୋର୍ଟରେ ଏ ମାମଲା ଉଠାଇବାକୁ ନିଷ୍ପତ୍ତି ନେଇଛି। ଉଲ୍ଲେଖଯୋଗ୍ୟ, ସୁପ୍ରିମକୋର୍ଟ ହିଁ ଚିଟଫଣ୍ଡ ଠକେଇର ତଦନ୍ତ ପାଇଁ ସିବିଆଇକୁ ନିର୍ଦ୍ଦେଶ ଦେଇଥିଲେ।

ଦେଶର ଅନ୍ୟତମ ବଡ଼ ଦୁର୍ନୀତି କୁହାଯାଉଥିବା ଚିଟ୍‌ଫଣ୍ଡର ଚେର ପଶ୍ଚିମବଙ୍ଗରେ ବହୁତ ଗଭୀରକୁ ପ୍ରବେଶ କରିଥିବା ଏବଂ ପୂର୍ବରୁ ତୃଣମୂଳ କଂଗ୍ରେସର ବହୁ ବରିଷ୍ଠ ନେତା ଗିରଫ ହୋଇଥିବାର ନଜିର ରହିଛି। ତେଣୁ ରାଜୀବଙ୍କୁ ସେହି ମାମଲା ସମ୍ପର୍କରେ ପଚରାଉଚରା ପାଇଁ ସିବିଆଇ ପ୍ରୟାସ କରୁଥିବା ଚର୍ଚ୍ଚା ହେଛି। ତେବେ ରାଜୀବଙ୍କୁ ପଶ୍ଚିମବଙ୍ଗ ପୁଲିସ୍‌ ପକ୍ଷରୁ ଅହେତୁକ ସମର୍ଥନ ମିଳୁଥିବାବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜୀବଙ୍କ ପାଇଁ ଓକିଲାତି କରିବା ସହିତ ଏନେଇ ଓଲଟା ବିଜେପିକୁ ଟାର୍ଗେଟ୍‌ କରିଛନ୍ତି।

ସିବିଆଇ ଅଧିକାରୀମାନେ ରାଜୀବଙ୍କ ବାସଭବନ ଆଡ଼କୁ ଯାଉଥିବାର ଖବର ପାଇ ପଶ୍ଚିମବଙ୍ଗର ବରିଷ୍ଠ ପୁଲିସ ଅଧିକାରୀମାନେ ସିବିଆଇ ଅଧିକାରୀଙ୍କୁ ପ୍ରଥମେ ପାର୍କ ଷ୍ଟ୍ରୀଟ୍‌ ଥାନା ଏବଂ ପରେ ସେକ୍ସପିଅର ସରଣୀ ପୁଲିସ ଥାନାକୁ ଘଉଡ଼ାଇ ନେଇଥିଲେ। କୋଲକାତାରେ ଅବସ୍ଥାପିତ ସିବିଆଇର ଜଏଣ୍ଟ ଡିରେକ୍ଟରଙ୍କ ବାସଭବନକୁ କୋଲକାତା ପୁଲିସ ଘେରି ରହିଛନ୍ତି। ଅନ୍ୟପକ୍ଷେ ସ୍ଥାନୀୟ ସିବିଆଇ ଅଫିସକୁ ସିଆରପିଏଫ ଯବାନ ଜଗି ରହିଛନ୍ତି।

ରାଜୀବ କୁମାର ସେହି ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌ର ସଦସ୍ୟ ଥିଲେ, ଯାହାକି ସାରଦା ଓ ରୋଜ୍‌ ଭ୍ୟାଲି ଭଳି ଚିଟ୍‌ଫଣ୍ଡ ଠକେଇ ମାମଲାର ତଦନ୍ତ କରୁଥିଲା ଏବଂ ଏହି ଦୁଇ ମାମଲା ୨୦୧୩ ମସିହାରେ ଖୁବ୍‌ ଚର୍ଚ୍ଚାରେ ଥିଲା। ଏହି ମାମଲାର କିଛି ଗୁରୁତ୍ୱପୂର୍ଣ୍ଣ ଫାଇଲ ହଜିଯାଇଥିବାନେଇ ତାଙ୍କର ସାହାଯ୍ୟ ମଗାଯାଇଥିଲା। ଗତ ୨ ବର୍ଷ ଧରି ତାଙ୍କୁ ପଚରାଉଚରା ପାଇଁ ବାରମ୍ବାର ସମନ୍‌ କରାଯାଇଛି। ଗତ ଦୁଇଦିନ ଧରି ରାଜୀବ କୁମାରଙ୍କ ପତ୍ତା ମିଳୁନାହିଁ।

ଆଜି ଅପରାହ୍ଣରେ ହିଁ ମମତା ରାଜୀବଙ୍କ ସପକ୍ଷରେ ଏବଂ ତାଙ୍କ ସଚ୍ଚୋଟତାର ପ୍ରମାଣପତ୍ର ସଦୃଶ ଟ୍ୱିଟ୍‌ କରିଥିଲେ। ସେ ରାଜୀବଙ୍କୁ ବିଶ୍ଵର ଅନ୍ଯତମ ଶ୍ରେଷ୍ଠ ପୁଲିସ୍‌ ଅଫିସର କହିବାକୁ ପଛାଇ ନଥିଲେ। ସେ ବିଜେପିକୁ ବିବାଦର କାରଖାନା ବୋଲି କହିବା ସହିତ ସିବିଆଇ ସମନ୍‌ରେ ହାଜିର ହେଉ ନଥିବାରୁ ତାଙ୍କୁ ଯଦି ଗିରଫ କରାଯାଏ ଏହା ବିଜେପିର ଘୃଣ୍ୟ ଚାଲ୍‌ ବୋଲି କହିଥିଲେ।

ତେବେ ଏହା ଟ୍ୱିଟ୍‌ରେ ସୀମିତ ନଥିଲା। ସେ ଘଟଣାସ୍ଥଳକୁ ଆସି ପୁଲିସ ମୁଖ୍ୟଙ୍କ ସମର୍ଥନରେ ମତ ରଖିଛନ୍ତି। ସିଧାସଳଖ ବିଜେପିକୁ ଟାର୍ଗେଟ୍‌ କରିବା ସହିତ ସେ କହିଛନ୍ତି,“ସେମାନଙ୍କ ପାଖରେ ନା ସର୍ଚ୍ଚ ୱାରେଣ୍ଟ ଥିଲା ନା ସେଭଳି କିଛି ଡକ୍ୟୁମେଣ୍ଟ। ସେମାନେ ନରେନ୍ଦ୍ର ମୋଦି-ଅମିତ ଶାହଙ୍କ ବିଜେପିର ନିର୍ଦ୍ଦେଶରେ ଏପରି କରିଛନ୍ତି। ମୁଁ ସମ୍ବିଧାନକୁ ବଞ୍ଚାଇବାକୁ ଚାହେଁ। ସିବିଆଇର ଏପରି କାର୍ଯ୍ୟକଳାପ ବିରୋଧରେ ମୁଁ ଧାରଣାରେ ବସିବି। ବିଜେପି ସଂଘୀୟ ବ୍ୟସ୍ଥାକୁ ବିଗାଡ଼ିବାକୁ ଚାହୁଁଛି। ସେମାନେ ସବୁକିଛି ନିୟନ୍ତ୍ରଣ କରିବାକୁ ଚାହାନ୍ତି। ମିଡିଆ ଏବଂ ପୁଲିସ୍‌ ସମସ୍ତଙ୍କୁ ହାତରେ ରଖିବାକୁ ଚାହୁଁଛନ୍ତି। ମୁଁ ମୋ ପୁଲିସ୍‌ ଫୋର୍ସ ପାଇଁ ଗର୍ବିତ। ସେମାନେ ଏପରି ଆସିଥିଲେ ସତେ ଯେମିତି ଏହା ଏକ ଗୁପ୍ତ ମିଶନ୍‌ ଥିଲା।”

ଏପରି କହିବା ସହିତ ସେ ପୁଲିସ୍‌, ସିଆରପିଏଫ୍‌, ବିଏସ୍‌ଏଫ୍‌, ଆର୍ମି ଏବଂ ସେହିଭଳି କ୍ଷେତ୍ରରେ କାର୍ଯ୍ୟରତ ସମସ୍ତଙ୍କୁ ଏକାଠି ହେବାକୁ ଆହ୍ୱାନ କରିଛନ୍ତି। ସିବିଆଇର ଏକଚ୍ଛତ୍ରବାଦୀ କାର୍ଯ୍ୟକୁ ବିରୋଧ କରିବାକୁ ଆହ୍ୱାନ କରିଛନ୍ତି।

ଏହି ଘଟଣା ଘଟିବାର କିଛି ସମୟ ଆଗରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମମତା ବାନାର୍ଜୀ ଏବଂ ତାଙ୍କ ସରକାରକୁ କଡ଼ା ସମାଲୋଚନା କରିଥିଲେ।

ତେବେ ଏହା ପୂର୍ବରୁ ଆଜି ଅପରାହ୍ଣ ୪ଟା ସମୟରେ ଏହି ପ୍ରସଙ୍ଗରେ କୋଲକାତା ପୁଲିସ କମିଶନର ଜାଭେଦ୍‌ ଶମିମ୍‌ ଏକ ପ୍ରେସ୍‌ ମିଟ୍ ଡାକିଥିଲେ। ସେ ଏହି ଅବସରରେ କହିଥିଲେ ଅପମାନଜନକ ରିପୋର୍ଟ ପ୍ରକାଶ କରୁଥିବା ଗଣମାଧ୍ୟମ ସଂସ୍ଥାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସିବିଆଇ ସମନ୍‌ର ଉତ୍ତର ରଖୁନଥିବା ଜଣେ ଅଧିକାରୀଙ୍କୁ ସମର୍ଥନ ଦେବା ସହିତ ସିବିଆଇର ତଥ୍ୟ ଆଧାରରେ ଖବର ପ୍ରସାରଣ କରୁଥିବା ଖବର ସରବରାହ ସଂସ୍ଥା ବିରୋଧରେ ଟିଏମ୍‌ସିର ସରକାରଙ୍କ ଏତାଦୃଶ ମନୋଭାବକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story