ୟୁପି ନିର୍ବାଚନରେ ସବର୍ଣ୍ଣ ଗରିବଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ପ୍ରତିଶ୍ରୁତି ଦେବ କଂଗ୍ରେସ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ରାଜନୀତିରେ ବ୍ରାହ୍ମଣ ଏବଂ ରାଜପୁତ୍‌ଙ୍କ ସହିତ ମୁସ୍‌ଲିମ୍ ସମୀକରଣ ଉପରେ ବାଜି ଲଗାଇଥିବା କଂଗ୍ରେସ ଏବେ ଆଉ ପାଦେ ଆଗକୁ ବଢିବା ପାଇଁ ପ୍ରସ୍ତୁତି ଚଳାଇଛି। ସୂଚନା ଅନୁସାରେ, ନିଜ ସମୀକରଣ ଅନୁଯାୟୀ ମୁହଁ ବାଛିବା ପରେ ଏବେ ଦଳ ସବୁ ଧର୍ମର ପଛୁଆ ସବର୍ଣ୍ଣଙ୍କୁ ୧୦ ପ୍ରତିଶତ ସଂରକ୍ଷଣର ପ୍ରସ୍ତାବ ପାଇ ମନ ବଳେଇଛି। ମୁଖ୍ୟ କଥା ହେଲା, ସବୁ ଧର୍ମ ମାଧ୍ୟମରେ ଗରିବ ମୁସଲମାନଙ୍କୁ ଏଥିରେ ସାମିଲ୍ କରାଯିବ। ଏଥିରୁ ସ୍ପଷ୍ଟ […]

rahul

Rakesh Mallick
  • Published: Thursday, 21 July 2016
  • , Updated: 21 July 2016, 11:27 PM IST

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ରାଜନୀତିରେ ବ୍ରାହ୍ମଣ ଏବଂ ରାଜପୁତ୍‌ଙ୍କ ସହିତ ମୁସ୍‌ଲିମ୍ ସମୀକରଣ ଉପରେ ବାଜି ଲଗାଇଥିବା କଂଗ୍ରେସ ଏବେ ଆଉ ପାଦେ ଆଗକୁ ବଢିବା ପାଇଁ ପ୍ରସ୍ତୁତି ଚଳାଇଛି। ସୂଚନା ଅନୁସାରେ, ନିଜ ସମୀକରଣ ଅନୁଯାୟୀ ମୁହଁ ବାଛିବା ପରେ ଏବେ ଦଳ ସବୁ ଧର୍ମର ପଛୁଆ ସବର୍ଣ୍ଣଙ୍କୁ ୧୦ ପ୍ରତିଶତ ସଂରକ୍ଷଣର ପ୍ରସ୍ତାବ ପାଇ ମନ ବଳେଇଛି।

ମୁଖ୍ୟ କଥା ହେଲା, ସବୁ ଧର୍ମ ମାଧ୍ୟମରେ ଗରିବ ମୁସଲମାନଙ୍କୁ ଏଥିରେ ସାମିଲ୍ କରାଯିବ। ଏଥିରୁ ସ୍ପଷ୍ଟ ଯେ, କଂଗ୍ରେସ ନିଜ ସମୀକରଣକୁ ଯେ କୌଣସି ମତେ ଦୃଢ କରିବାକୁ ଚାହୁଁଛି।

ୟୁପି କଂଗ୍ରେସର ନୂଆ ଟିମ୍ ରାହୁଲ ଏବଂ ପ୍ରିୟଙ୍କାଙ୍କ ସାମନାରେ ଏହି ପ୍ରସ୍ତାବ ରଖଛନ୍ତି, ଯାହା ଉପରେ ଦୁଇଜଣ ନୀତିଗତ ଭାବେ ସମ୍ମତି ଦେଇଛନ୍ତି। ଭବିଷ୍ୟତରେ ଏହାକୁ ଦଳ ନିଜ ନିର୍ବାଚନୀ ଇସ୍ତାହାରରେ ସାମିଲ୍ କରିବ। ଏପରି କରି ଦଳ ହିନ୍ଦୁ ଓ ମୁସ୍‌ଲିମ ବର୍ଗର ସବର୍ଣ୍ଣ ଯୁବପୀଡ଼ିଙ୍କୁ ନିଜ ଆଡକୁ ଆକୃଷ୍ଟ କରିପାରିବ।

ଦଳର ହାଇକମାଣ୍ଡ ୟୁପି ନେତାଙ୍କୁ ସ୍ପଷ୍ଟ ଭାବେ କହିଛନ୍ତି ଯେ, ବର୍ତ୍ତମାନ ସଂରକ୍ଷଣର ଯେଉଁ ବ୍ୟବସ୍ଥା ଅଛି, ସେଥିରେ କୌଣସି ପ୍ରକାର ପରିବର୍ତ୍ତନ କରାଯିବ ନାହିଁ। ଗରିବ ସବର୍ଣ୍ଣଙ୍କୁ୧୦ ପ୍ରତିଶତ ସଂରକ୍ଷଣ କେମିତି ଦିଆଯିବ, ସେ ବିଷୟରେ ନିର୍ଦ୍ଦିଷ୍ଟ ପ୍ରସ୍ତାବ ଦେବାକୁ ସେମାନଙ୍କୁ କୁହାଯାଇଛି। ଯାହାଦ୍ୱାରା ଜନତାଙ୍କୁ ବିଶ୍ୱାସ ଦିଆ ଯାଇପାରିବ ଯେ ଏହା କେବଳ ନିର୍ବାଚନୀ ପ୍ରତିଶ୍ରୁତି ନୁହେଁ।

Related story