ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ କରୋନା, କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ

ଲକ୍ଷ୍ନୌ: କରୋନା ବିରୋଧରେ ଲଢ଼େଇ କରିବା ବେଳେ ଉତ୍ତର ପ୍ରଦେଶ ସ୍ୱାସ୍ଥ୍ୟ ମନ୍ତ୍ରୀ ଜୟ ପ୍ରତାପ ସିଂହ କୋଭିଡ୍‌ରେ ସଂକ୍ରମିତ ହୋଇଯାଇଛନ୍ତି। ଆଜି ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ସେ ହୋମ ଆଇସୋଲେସନରେ ରହିଛନ୍ତି। ସେହିପରି ପ୍ରଶାସନ ପକ୍ଷରୁ ମନ୍ତ୍ରୀଙ୍କ ସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ମନ୍ତ୍ରୀ ଜୟ କରୋନାରେ ଆକ୍ରାନ୍ତ ହୋଇଥିବାରୁ ତାଙ୍କ ପରିବାର ସଦସ୍ୟଙ୍କ ନମୁନା ମଧ୍ୟ ସଂଗ୍ରହ କରାଯାଇଛି। ଆସନ୍ତାକାଲି ସମସ୍ତଙ୍କର କରୋନା […]

de

de

Hemant Lenka
  • Published: Friday, 24 July 2020
  • Updated: 24 July 2020, 03:01 PM IST

Sports

Latest News

ଲକ୍ଷ୍ନୌ: କରୋନା ବିରୋଧରେ ଲଢ଼େଇ କରିବା ବେଳେ ଉତ୍ତର ପ୍ରଦେଶ ସ୍ୱାସ୍ଥ୍ୟ ମନ୍ତ୍ରୀ ଜୟ ପ୍ରତାପ ସିଂହ କୋଭିଡ୍‌ରେ ସଂକ୍ରମିତ ହୋଇଯାଇଛନ୍ତି। ଆଜି ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ସେ ହୋମ ଆଇସୋଲେସନରେ ରହିଛନ୍ତି। ସେହିପରି ପ୍ରଶାସନ ପକ୍ଷରୁ ମନ୍ତ୍ରୀଙ୍କ ସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।

ମନ୍ତ୍ରୀ ଜୟ କରୋନାରେ ଆକ୍ରାନ୍ତ ହୋଇଥିବାରୁ ତାଙ୍କ ପରିବାର ସଦସ୍ୟଙ୍କ ନମୁନା ମଧ୍ୟ ସଂଗ୍ରହ କରାଯାଇଛି। ଆସନ୍ତାକାଲି ସମସ୍ତଙ୍କର କରୋନା ଟେଷ୍ଟ ରିପୋର୍ଟ ସାମ୍ନାକୁ ଆସିବ। ବାନସିରୁ ବିଧାୟକ ହେବା ପରେ ଯୋଗୀ ସରକାରରେ ମନ୍ତ୍ରୀ ପଦ ପାଇଥିବା ଜୟ ପ୍ରତାପ ସିଂହଙ୍କ ଶରୀରରେ ସାମାନ୍ୟ କରୋନା ଲକ୍ଷଣ ଦେଖାଦେଇଥିଲା।

ଏହି କାରଣରୁ ସେ କରୋନା ଟେଷ୍ଟ କରିବାକୁ ନିଷ୍ପତ୍ତି ନେଇଥିଲେ। ଟ୍ରୁନାଟ ମେସିନ୍‌ ଦ୍ୱାରା ତାଙ୍କର କରୋନା ଟେଷ୍ଟ କରାଯିବା ପରେ ଏହା ପଜିଟିଭ ଆସିଛି। ତେବେ ଏହି ଟେଷ୍ଟରେ କେତେ ସତ୍ୟତା ଅଛି, ତାହା ଜାଣିବା ପାଇଁ ଜୟଙ୍କ ନମୁନା ଲକ୍ଷ୍ନୌର କେଜିଏମୟୁ ଲ୍ୟାବକୁ ପଠାଯାଇଛି।

ବର୍ତ୍ତମାନ ଉତ୍ତର ପ୍ରଦେଶରେ ୫୮,୧୦୪ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୧୨୯୮ ଜଣଙ୍କ ଜୀବନ ଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos