ଆଜି 'ବିଶ୍ୱ ବନ୍ଧୁତ୍ୱ ଦିବସ'। ତେଣୁ ସବୁଠି ପରିବେଶ ଉତ୍ସବ ମୁଖର ହୋଇ ଉଠିଛି। ନିଜର ବନ୍ଧୁଙ୍କ ପ୍ରତି ଥିବା ଆସୀମ ଭଲ ପାଇବାକୁ ଆଜି ଜାହିର୍ କରୁଛନ୍ତି ସମସ୍ତେ। ତେଣୁ ଶୁଭେଚ୍ଛାବାର୍ତ୍ତାର ଭେଟି ଚାଲିଛି। ବନ୍ଧୁ ଦୂରରେ ରୁହନ୍ତୁ ଅବା ପାଖରେ, ସମସ୍ତଙ୍କୁ ମନେ ପକାଇ ଆଜି ସୋଶାଲ୍ ମିଡିଆରେ ଛୁଟିଛି ଶୁଭେଚ୍ଛାର ସୁଅ। ଆଉ ଏଥିରୁ ବାଦ୍ ପଡିନି ୟୁପି ପୁଲିସ୍। ବନ୍ଧୁତା ଦିବସ ଅବସରରେ ୟୁପି ପୁଲିସ ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିପାଇଁ ସୋଶାଲ୍ ମିଡିଆରେ ସେମାନେ ଏକ ପୋଷ୍ଟ୍ କରିଛନ୍ତି। ଯାହାକୁ ନେଇ ବିବାଦ ଉଙ୍କି ମାରିଛି।
तोड़ेंगे दम मगर, आपका साथ ना छोड़ेंगे! उत्तर प्रदेश की जनता को #FriendshipDay2018 की हार्दिक शुभकामनाएँ #FriendsOfUPP pic.twitter.com/p0SJHjtdso
— UP POLICE (@Uppolice) August 5, 2018
ଏହି ଫଟୋଟି ବଲିଉଡ୍ ଫିଲ୍ମ 'ଶୋଲେ'ର ଆସିଛି। ଏଥିରେ ଅଭିନେତା ଅମିତାଭ ବଚ୍ଚନ ଏବଂ ଧର୍ମେନ୍ଦ୍ର ଏକ ତିନି ଚକିଆ ବାଇକ୍ ଚଲାଉଛନ୍ତି। ଏହି ଫଟୋରେ ୟୁପି ପୋଲିସ ବାଇକ୍ ଚଲାଉଥିବା ଅମିତାଭଙ୍କୁ ୟୁପି ପୁଲିସ ଏବଂ ସାଇଡ୍ରେ ଡ୍ରାଇଭ୍ର ମଜା ନେଉଥିବା ଧର୍ମେନ୍ଦ୍ରଙ୍କୁ ସାଧାରଣ ଲୋକଙ୍କ ସହ ତୁଳନା କରିଛନ୍ତି।
ଯାହାକୁ ନେଇ ଆରମ୍ଭ ହୋଇଛି ବିବାଦ। ଏହି ଫଟୋକୁ ଦେଖି ସୋଶାଲ୍ ମିଡିଆରେ ଲୋକମାନେ ପ୍ରତିକ୍ରୟା ପ୍ରକାଶ କରିଛନ୍ତି। ଏହି ଫଟୋରେ 'ଜୟ' ଏବଂ 'ବିରୁ' ବିନା ହେଲ୍ମେଟ୍ରେ ଥିବାରୁ ଲୋକମାନଙ୍କୁ ଏହି ଫଟୋ ହେଲ୍ମେଟ୍ ନପିନ୍ଧିବା ପାଇଁ ପ୍ରୋତ୍ସାହନ ଦେଉଛି ବୋଲି କହିଛନ୍ତି।
ୟୁପି ପୁଲିସ୍ ଏହି ଫଟୋ ସହ କ୍ୟାପ୍ସନ୍ରେ ଲେଖିଛନ୍ତି, 'ତୋଡ଼େଙ୍ଗେ ଦମ୍ ମଗର, ଆପକା ସାଥ ନା ଛୋଡେଙ୍ଗେ। ଉତ୍ତରପ୍ରଦେଶର ଜନତାଙ୍କୁ #FriendshipDay2018ର ଶୁଭକାମନା। #FriendsOfUPP'
Wish you a safe drive and long lasting friendship... pic.twitter.com/LdgpruNpvR
— Bob Biswas (@gambler11084) August 5, 2018
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।