ଶାରଦା ଘୋଟାଲା, ଆଇପିଏସ ଅଫିସର ରାଜୀବ କୁମାରଙ୍କ ଗିରଫ ଆଦେଶ ଉପରେ ନିଷ୍ପତ୍ତି ନେବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଶାରଦା ଚିଟଫଣ୍ଡ ଘୋଟାଲାରେ ଛନ୍ଦି ହୋଇଥିବା କୋଲକାତାର ଆଇପିଏସ ଅଫିସର ରାଜୀବ କୁମାରଙ୍କ ଗିରଫ ଆଦେଶ ଉଠାଯିବ କି ନାହିଁ ସେ ନେଇ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ। ଫେବୃଆରୀ ୫ ତାରିଖରେ ରାଜୀବ କୁମାରଙ୍କ ଗିରଫ ଉପରେ ରୋକ ଲଗାଇଥିଲେ ସୁପ୍ରିମକୋର୍ଟ। ଉଲ୍ଲେଖଯୋଗ୍ୟ ଯେ ଶାରଦା ଟିଟଫଣ୍ଡର ତଦନ୍ତ କରୁଥିବା ବେଳେ ରାଜୀବ କୁମାର ପ୍ରମାଣ ନଷ୍ଟ କରିଥିବା ସିବିଆଇ ପ୍ରମାଣ ପାଇଛି। ତେଣୁ ସୁପ୍ରିମକୋର୍ଟ ରାଜବୀଙ୍କ ଗିରଫ ଉପରେ ଯେଉଁ ରୋକ ଲଗାଇଛନ୍ତି, […]

rajeev kumar (1)

Subhransu Sekhar
  • Published: Friday, 17 May 2019
  • , Updated: 17 May 2019, 12:01 PM IST

ନୂଆଦିଲ୍ଲୀ: ଶାରଦା ଚିଟଫଣ୍ଡ ଘୋଟାଲାରେ ଛନ୍ଦି ହୋଇଥିବା କୋଲକାତାର ଆଇପିଏସ ଅଫିସର ରାଜୀବ କୁମାରଙ୍କ ଗିରଫ ଆଦେଶ ଉଠାଯିବ କି ନାହିଁ ସେ ନେଇ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ। ଫେବୃଆରୀ ୫ ତାରିଖରେ ରାଜୀବ କୁମାରଙ୍କ ଗିରଫ ଉପରେ ରୋକ ଲଗାଇଥିଲେ ସୁପ୍ରିମକୋର୍ଟ।

ଉଲ୍ଲେଖଯୋଗ୍ୟ ଯେ ଶାରଦା ଟିଟଫଣ୍ଡର ତଦନ୍ତ କରୁଥିବା ବେଳେ ରାଜୀବ କୁମାର ପ୍ରମାଣ ନଷ୍ଟ କରିଥିବା ସିବିଆଇ ପ୍ରମାଣ ପାଇଛି। ତେଣୁ ସୁପ୍ରିମକୋର୍ଟ ରାଜବୀଙ୍କ ଗିରଫ ଉପରେ ଯେଉଁ ରୋକ ଲଗାଇଛନ୍ତି, ତାହା ପ୍ରତ୍ୟାହାର କରିବା ପାଇଁ ସିବିଆଇ ସୁପ୍ରିମକୋର୍ଟଙ୍କ ନିକଟରେ ଆବେଦନ କରିଥିଲା। ଯଦି ସୁପ୍ରିମକୋର୍ଟ ଗିରଫ ସଂରକ୍ଷଣ ଆଦେଶକୁ ଉଠାଇ ଦିଅନ୍ତି, ତାହେଲେ ରାଜୀବଙ୍କୁ ଗିରଫ କରି ସିବିଆଇ ପଚରା ଉଚରା କରିବ ବୋଲି ସୂଚନା ରହିଛି।

ସିବିଆଇ ରାଜୀବ କୁମାରଙ୍କୁ ଫେବୃଆରୀ ୮ରୁ ୧୩ ମଧ୍ୟରେ ଶିଲଂ ସ୍ଥିତ ସିବିଆଇ କାର୍ଯ୍ୟାଳୟରେ ପଚରା ଉଚରା କରିଥିଲା। ଏହି ସମୟରେ ଅନେକ ପ୍ରମାଣ ସିବିଆଇ ପାଇଥିବା ଜଣାପଡ଼ିଛି। ଏହା ପରେ ସମସ୍ତ ପ୍ରମାଣକୁ ସୁପ୍ରିମକୋର୍ଟ ନିକଟରେ ସିବିଆଇ ଦାଖଲ କରିଛି।

Related story