ମାସୁଦ ଓ ହାଫିଜକୁ କାଠଗଡ଼ାରେ ପୂରାଇବାକୁ ପାକିସ୍ତାନକୁ ନିର୍ଦ୍ଦେଶ

ୱାଶିଂଟନ୍‌: ଆତଙ୍କୀସ୍ତାନ ପାକିସ୍ତାନ ଉପରେ ପୁଣିଥରେ ପଞ୍ଝା କଷିଛି ଆମେରିକା। ପାକିସ୍ତାନରେ ସକ୍ରିୟ ଥିବା ହାଫିଜ ମହମ୍ମଦ ସୟିଦ ଓ ମାସୁଦ ଆଝାର ଭଳି ଆତଙ୍କବାଦୀଙ୍କ ବିଚାର କରିବାକୁ ଆମେରିକା ଆଜି ପାକିସ୍ତାନକୁ କହିଛି। ଭାରତରେ ଅନୁପ୍ରବେଶ କରୁଥିବା ଗୋଷ୍ଠୀ ଉପରେ ପାକିସ୍ତାନ ରୋକ ଲଗାଇବା ଉଚିତ। ଏହାଦ୍ୱାରା ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ବିବାଦରେ ପୂର୍ଣ୍ଣଚ୍ଛେଦ ପଡ଼ିବ ବୋଲି ମଧ୍ୟ ଆମେରିକା ପକ୍ଷରୁ କୁହାଯାଇଛି। ଦକ୍ଷିଣ ଓ କେନ୍ଦ୍ରୀୟ ଏସିଆର ଆମେରିକା ସଚିବ ଆଲିସେ […]

sc

Hemant Lenka
  • Published: Friday, 27 September 2019
  • , Updated: 27 September 2019, 06:41 PM IST

ୱାଶିଂଟନ୍‌: ଆତଙ୍କୀସ୍ତାନ ପାକିସ୍ତାନ ଉପରେ ପୁଣିଥରେ ପଞ୍ଝା କଷିଛି ଆମେରିକା। ପାକିସ୍ତାନରେ ସକ୍ରିୟ ଥିବା ହାଫିଜ ମହମ୍ମଦ ସୟିଦ ଓ ମାସୁଦ ଆଝାର ଭଳି ଆତଙ୍କବାଦୀଙ୍କ ବିଚାର କରିବାକୁ ଆମେରିକା ଆଜି ପାକିସ୍ତାନକୁ କହିଛି।

ଭାରତରେ ଅନୁପ୍ରବେଶ କରୁଥିବା ଗୋଷ୍ଠୀ ଉପରେ ପାକିସ୍ତାନ ରୋକ ଲଗାଇବା ଉଚିତ। ଏହାଦ୍ୱାରା ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ବିବାଦରେ ପୂର୍ଣ୍ଣଚ୍ଛେଦ ପଡ଼ିବ ବୋଲି ମଧ୍ୟ ଆମେରିକା ପକ୍ଷରୁ କୁହାଯାଇଛି।

ଦକ୍ଷିଣ ଓ କେନ୍ଦ୍ରୀୟ ଏସିଆର ଆମେରିକା ସଚିବ ଆଲିସେ ୱେଲ୍ସ କହିଛନ୍ତି, “ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ପ୍ରସ୍ତାବ ଦେଇଥିଲେ। ହେଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ପଷ୍ଟ ଭାବେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ଭାରତ କଶ୍ମୀର ପ୍ରସଙ୍ଗରେ ତୃତୀୟ ପକ୍ଷର ହସ୍ତକ୍ଷେପ ଚାହୁଁନାହିଁ।

ଜାତିସଂଘ ସାଧାରଣ ପରିଷଦ ବୈଠକ ସମୟରେ ରାଷ୍ଟ୍ରପତି ଟ୍ରମ୍ପ ଗୋଟିଏ ଦିନରେ ମୋଦି ଓ ପାକ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କୁ ଭେଟିଥିଲେ। ଏହି ସମୟରେ ସେ ମଧ୍ୟସ୍ଥତା ପ୍ରସ୍ତାବ ଦେଇଥିଲେ। ହେଲେ ଏହା ଆଗକୁ ଆଗେଇ ପାରିନାହିଁ। ଏବେ ଭାରତ ଓ ପାକିସ୍ତାନ କେମିତି ଶାନ୍ତି ସ୍ଥାପନ କରିପାରିବେ, ତା’ର ସମସ୍ତ ଦିଗକୁ ବିଚାର କରିବାକୁ ପଡ଼ିବ। ଆତଙ୍କବାଦ ହିଁ ଆଲୋଚନାରେ ପ୍ରତିବନ୍ଧକ ସାଜିଛି।

ପାକିସ୍ତାନ ଆତଙ୍କବାଦର ମୂଳପୋଛ କରିବାକୁ ଗୁରୁତ୍ୱର ସହ କାର୍ଯ୍ୟ କରୁଛି ବୋଲି ସମସ୍ତଙ୍କୁ ଦେଖାଇବାକୁ ପଡ଼ିବ। ଅନୁପ୍ରବେଶ କରୁଥିବା ଗୋଷ୍ଠୀ ଓ ବିଶ୍ୱ ସ୍ତରୀୟ ଆତଙ୍କବାଦୀଙ୍କ ବିରୋଧରେ ପାକିସ୍ତାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର। ଏହାଦ୍ୱାରା ଭାରତ ସହ କେବଳ ଭଲ ସମ୍ପର୍କ ସ୍ଥାପନ ହୋଇପାରିବ ନାହିଁ ବରଂ ଏଫଏଟିଏଫ କଳାତାଲିକା ଭୁକ୍ତ ହେବାକୁ ମଧ୍ୟ ଇସଲାମାବାଦ ବର୍ତ୍ତି ଯାଇପାରିବ।

ତେଣୁ ହାଫିଜ ଭଳି ମାସୁଦକୁ ମଧ୍ୟ ପାକିସ୍ତାନ ସରକାର ଗିରଫ କରି କାଠଗଡ଼ାରେ ପୂରାଇବା ଦରକାର। ହାଫିଜକୁ ଏବେ ପାକିସ୍ତାନ ଗିରଫ କରିଛି। ତୁରନ୍ତ ତା’ର ବିଚାର କରିବା ଦରକାର। ଏହାଦ୍ୱାରା ପାକିସ୍ତାନ ସପକ୍ଷରେ ଏକ ବାର୍ତ୍ତା ବିଶ୍ୱକୁ ଯାଇପାରିବ।”

Related story