ଓ୍ୱାଶିଂଟନ: କରୋନା ସଂକ୍ରମଣ ପାଇଁ ଆମେରିକା ଏବଂ ଚାଇନା ମଧ୍ୟରେ ସମ୍ପର୍କ ଖରାପ ହୋଇଛି। ଏହାରି ଭିତରେ ଆମେରିକା ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ବାହାରିଛି। ଡେମୋକ୍ରାଟିକ୍ ପ୍ରାର୍ଥୀ ଜୋ ବିଡେନ ବିଜୟୀ ହୋଇଛନ୍ତି ବୋଲି ଘୋଷଣା ହୋଇଛି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମେତ ଅନେକ ଦେଶର ମୁଖିଆ ବିଡେନଙ୍କୁ ଅଭିନନ୍ଦନ ଜଣାଉଇଛନ୍ତି। ଆମେରିକାର ଏବେର ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଠ ଟ୍ରମ୍ପ ଚାଇନା ଉପରେ କଡା ନୀତି ରଖୁଥିବାରୁ ଆଶା କରାଯାଉଥିଲା ବିଡେନି ବିଜୟୀ ହେଲେ ଚାଇନା ଖୁସି ହେବ। ହେଲେ ଚାଇନାର କୌଣସି ଅଧିକାରୀ ଅଭିନନ୍ଦନ ଜଣାଇ ନାହାନ୍ତି।
ଆମେରିକାର ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ସମ୍ପର୍କରେ କୌଣସି ମତ ଦେଇନ ଥିବା କେତେକ ଦେଶ ମଧ୍ୟରେ ଚାଇନା ରହିଛି ବୋଲି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ୱାଙ୍ଗ ୱେନବିନ କହିଛନ୍ତି ଯେ ଆମେ ଦେଖିଛୁ ଯେ ବିଡେନ ବିଜୟୀ ହୋଇଛନ୍ତି ବୋଲି ଘୋଷଣା କରିଛନ୍ତି। ହେଲେ ଆମେ ଆମେରିକାର ଆଇନ ପ୍ରକ୍ରିୟା ଉପରେ ବିଶ୍ୱାସ ରଖିଛୁ।
ଅନ୍ୟପଟେ ଚାଇନାର ଏଭଳି ବିବୃତ୍ତି ଆଉ ଏକ ଦିଗକୁ ବୁଝାଇଛି। କାରଣ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଯାବତ ପରାଜୟ ସ୍ୱୀକାର କରି ନାହାନ୍ତି। ନିର୍ବାଚନରେ ଗଣତି ବେଳେ ଟାମ୍ପରିଂ ହେ୍ାଇଛି ବୋଲି ସେ ଅଭିଯୋଗ ଆଣିଛନ୍ତି। ତେଣୁ ଚାଇନା ଅଭିନନ୍ଦନ ଜଣାଇନି ବୋଲି ଗଣମାଧ୍ୟମ ପ୍ରତିନିଧି ଚାଇନାର ବୈଦେଶିକ ମୁଖପାତ୍ର ୱାଙ୍ଗକୁ ପଚାରିଛନ୍ତି। ଜବାବରେ ସେ କହିଛନ୍ତି, ଆମେ ଅନ୍ତର୍ଜାତୀୟ ପରମ୍ପରାକୁ ଅନୁସରଣ କରିବୁ।
ଋଷିଆ ଏବଂ ମେକ୍ସିକୋ ସମେତ କେତେକ ପ୍ରମୁଖ ଦେଶ ମଧ୍ୟରୁ ଚୀନ୍ ଅନ୍ୟତମ, ଯେଉଁମାନେ ରାଷ୍ଟ୍ରପତି ନିର୍ବାଚିତଙ୍କୁ ଅଭିନନ୍ଦନ ଜଣାଇ ନାହାନ୍ତି।