ଭାରତ ସମେତ ୨୩ ଦେଶର ନାଗରିକଙ୍କୁ ଭିସା ନ ଦେବାକୁ ଦାବି କଲେ ଆମେରିକା ସିନେଟର

ୱାସିଂଟ୍‌ନ: ଆମେରିକାର ଜଣେ ବରିଷ୍ଠ ସିନେଟ୍‌ର ଭାରତ ଏବଂ ଚୀନ୍ ସମେତ ୨୩ ଦେଶର ନାଗରିକଙ୍କୁ ପ୍ରବାସୀ ଏବଂ ଅଣ ପ୍ରବାସୀ ମାନଙ୍କ ଭିସା ଜାରି କରିବା ବନ୍ଦ କରିବା ପାଇଁ ଓବାମା ପ୍ରଶାସନକୁ ଅନୁରୋଧ କରିଛନ୍ତି। ସିନେଟର ଆରୋପ ଲଗାଇଛନ୍ତି ଯେ ଏହି ଦେଶ ଗୁଡ଼ିକ ଆମେରିକାରୁ ବେଆଇନ୍ ପ୍ରବାସୀମାନଙ୍କୁ ଫେରାଇ ନେବାରେ ସହଯୋଗ କରୁ ନାହାଁନ୍ତି । ରିପବ୍ଲିକାନ ସିନେଟ୍‌ର ଚକ୍ ଗ୍ରୋସଲେ ଗୃହ ସୁରକ୍ଷା ମନ୍ତ୍ରୀ ଜେ.ଜନ୍‌ସନ୍‌ଙ୍କୁ ଲେଖିଥିବା ଏକ ଚିଠିରେ କହିଛନ୍ତି […]

usa flag

Rakesh Mallick
  • Published: Tuesday, 28 June 2016
  • , Updated: 04 May 2017, 03:44 PM IST

ୱାସିଂଟ୍‌ନ: ଆମେରିକାର ଜଣେ ବରିଷ୍ଠ ସିନେଟ୍‌ର ଭାରତ ଏବଂ ଚୀନ୍ ସମେତ ୨୩ ଦେଶର ନାଗରିକଙ୍କୁ ପ୍ରବାସୀ ଏବଂ ଅଣ ପ୍ରବାସୀ ମାନଙ୍କ ଭିସା ଜାରି କରିବା ବନ୍ଦ କରିବା ପାଇଁ ଓବାମା ପ୍ରଶାସନକୁ ଅନୁରୋଧ କରିଛନ୍ତି।

ସିନେଟର ଆରୋପ ଲଗାଇଛନ୍ତି ଯେ ଏହି ଦେଶ ଗୁଡ଼ିକ ଆମେରିକାରୁ ବେଆଇନ୍ ପ୍ରବାସୀମାନଙ୍କୁ ଫେରାଇ ନେବାରେ ସହଯୋଗ କରୁ ନାହାଁନ୍ତି ।

ରିପବ୍ଲିକାନ ସିନେଟ୍‌ର ଚକ୍ ଗ୍ରୋସଲେ ଗୃହ ସୁରକ୍ଷା ମନ୍ତ୍ରୀ ଜେ.ଜନ୍‌ସନ୍‌ଙ୍କୁ ଲେଖିଥିବା ଏକ ଚିଠିରେ କହିଛନ୍ତି ଯେ, ଓବାମା ପ୍ରଶାସନ ସେହି ଦେଶମାନଙ୍କୁ ଉତ୍ତରଦାୟୀ କରିବାରେ ବିଫଳ ହୋଇଛନ୍ତି । ଯେଉଁ ମାନେ ଆମେରିକା ଛାଡ଼ିବା ପାଇଁ ଆଦେଶ ପାଇସାରିଥିବେ ଏପର୍ଯ୍ୟନ୍ତ ସେମାନେ ନିଜ ନାଗରିକମାନଙ୍କୁ ଫେରାଇ ନେଇ ନାହାନ୍ତି। ତେଣୁ ହଜାର, ହଜାର ଅପରାଧୀ ଖସିଯାଇ ଆମେରିକାର ସମାଜରେ ସାମିଲ୍ ହୋଇ  ଅପରାଧ କରୁଛନ୍ତି।

Related story