ନାନ୍ସିଙ୍କ ସୁରକ୍ଷା ଭେଦିବା କାଠିକର ପାଠ, ଫାଇଟର ଜେଟ୍‌ ସହ ସାଟେଲାଇଟ ବି ରଖିଛି ନଜର

ତାଇପେଇ: ନାନ୍ସିଙ୍କ ତାଇୱାନ ଗସ୍ତକୁ ନେଇ ଲଗାତର ଭାବେ ଆମେରିକାକୁ ନାଲି ଆଖି ଦେଖାଇବାକୁ ଚେଷ୍ଟା କରୁଛି ଚାଇନା । ଏପରିକି ତାଇୱାନ ମାଟିରେ ପାଦ ଦେଲେ ଅବସ୍ଥା ଭୟଙ୍କର ହେବ ବୋଲି କହିବାକୁ ପଛାଇ ନାହିଁ ଚାଇନା। ହେଲେ ଡ୍ରାଗନର ନାଲି ଆଖିକୁ ଆମେରିକାର ଖାତିର ନାହିଁ। ପୂର୍ବ ସୂଚୀ ମୁତାବକ, ଗତକାଲି ରାତିରେ ଆମେରିକା ସଂସଦର ବାଚସ୍ପତି ନାନ୍ସି ପେଲୋସି ତାଇୱାନରେ  ଲ୍ୟାଣ୍ଡ କରିବା ସମୟରେ ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଥିଲା। ଯାହାକୁ […]

nancy-pelosi-in-taiwan

nancy-pelosi-in-taiwan

Niharika Rout
  • Published: Wednesday, 03 August 2022
  • Updated: 03 August 2022, 02:45 PM IST

Sports

Latest News

ତାଇପେଇ: ନାନ୍ସିଙ୍କ ତାଇୱାନ ଗସ୍ତକୁ ନେଇ ଲଗାତର ଭାବେ ଆମେରିକାକୁ ନାଲି ଆଖି ଦେଖାଇବାକୁ ଚେଷ୍ଟା କରୁଛି ଚାଇନା । ଏପରିକି ତାଇୱାନ ମାଟିରେ ପାଦ ଦେଲେ ଅବସ୍ଥା ଭୟଙ୍କର ହେବ ବୋଲି କହିବାକୁ ପଛାଇ ନାହିଁ ଚାଇନା। ହେଲେ ଡ୍ରାଗନର ନାଲି ଆଖିକୁ ଆମେରିକାର ଖାତିର ନାହିଁ।

ପୂର୍ବ ସୂଚୀ ମୁତାବକ, ଗତକାଲି ରାତିରେ ଆମେରିକା ସଂସଦର ବାଚସ୍ପତି ନାନ୍ସି ପେଲୋସି ତାଇୱାନରେ  ଲ୍ୟାଣ୍ଡ କରିବା ସମୟରେ ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଥିଲା। ଯାହାକୁ କି ଭେଦ କରିବା ଅନ୍ୟ ରାଷ୍ଟ୍ର ପକ୍ଷେ କଷ୍ଟକର ବ୍ୟାପାର । ଜାଣନ୍ତୁ, ନାନ୍ସିଙ୍କ ଗସ୍ତ ପାଇଁ  କିପରି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି ଆମେରିକା।

-ନାନ୍ସିଙ୍କ ଗସ୍ତ ସମୟରେ ଆମେରିକାର ୬ ସିକ୍ରେଟ ସର୍ଭିସ ଫିଲ୍ଡ ଏଜେଣ୍ଟସ୍‌ ସବୁ ସମ୍ଭାବ୍ୟ ବିପଦ ଉପରେ ନଜର ରଖିଥିଲା।

-ତାଇୱାନର ମିଲଟାରୀ ପୁଲିସ୍‌ ଟିମ୍‌କୁ ଚାରିଆଡ଼େ ମୁତୟନ କରାଯାଇଥିଲା।

-ତାଇୱାନର F-16 ଏୟାରକ୍ରାଫ୍ଟକୁ ମୁତୟନ କରାଯାଇଥିଲା।

-ଆମେରିକାର ୨ ଟି P-8A ସର୍ଭିଲାନ୍ସ ଏୟାରକ୍ରାଫ୍ଟ ମୁତୟନ ହୋଇଥିଲା।

-ଆମେରିକାର ୨ଟି RQ-1 ପ୍ରେଡେଟର ଡ୍ରୋନ ବି ନାନ୍ସିଙ୍କ ସୁରକ୍ଷା ପାଇଁ ମୁତୟନ ହୋଇଥିଲା।

-ଏହାବାଦ ଆମେରିକାର ମିଲଟାରୀ ସାଟେଲାଇଟ ପ୍ରତି ସେକେଣ୍ଡରେ ନାନ୍ସିଙ୍କ ଗସ୍ତ ଉପରେ କଡ଼ା ନଜର ରଖିଥିଲା।

ନାନ୍ସିଙ୍କ ତାଇୱାନ ଗସ୍ତକୁ  ତୀବ୍ର ବିରୋଧ କରି ଆସୁଛି ଚାଇନା  । ଏପରିକି ତାଙ୍କ ଲ୍ୟାଣ୍ଡିଂ ସମୟରେ ତାଇୱାନକୁ  ଚର୍ତୁଃଦିଗରୁ ଘେରି ଦେଇଥିଲା ଚାଇନା ।   ତାଇୱାନ ବାୟୁ ସୀମାରେ  ଚାଇନାର ୨୧ ଟି ଯୁଦ୍ଧ ବିମାନ   ପ୍ରବେଶ  କରିଥିଲା।  ଏହା ମଧ୍ୟରେ ଚୀନ୍‌ର ସୁଖୋଇ-୩୫ ଫାଇଟର ବିମାନ ମଧ୍ୟ ରହିଥିଲା। ଏହି ସବୁ ବିମାନ ଯୁଦ୍ଧାଭ୍ୟାସ ଆରମ୍ଭ କରି ଦେଇଥିଲେ।  ଏହାକୁ ନେଇ ଉଭୟ ଦେଶରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଆଜି ଚାରିଟି ଆମେରିକୀୟ ଯୁଦ୍ଧ ଜାହାଜ ସମେତ ଏକ ବିମାନ ପରିବହନକାରୀ ଜାହାଜ ତାଇୱାନର ପୂର୍ବରେ ମୁତୟନ ହୋଇଛି।

ଚୀନ୍‌ ତାଇୱାନକୁ ନିଜର ଅଂଶବିଶେଷ ବୋଲି ଦାବି କରି ଆସୁଛି। ଏଥିସହ ଦୀର୍ଘ ଦିନ ଧରି ବେଜିଂର କଡ଼ା ସମାଲୋଚକ ପେଲୋସିଙ୍କ ତାଇୱାନ ଯାତ୍ରାକୁ ଚାଇନା କଡ଼ା ବିରୋଧ କରି ଆସୁଛି।  ଏପରିକି ତାଇୱାନ ମାଟିରେ ପେଲୋସି ପାଦ ନ ଦେବାକୁ ଖୁଲମଖୁଲା ଚେତାବନୀ ଦେଇଥିଲା ଡ୍ରାଗନ।  ପେଲୋସିଙ୍କ ଗସ୍ତ କଲେ ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ ବୋଲି ଆନ୍ତର୍ଜାତୀୟ ଗଣମାଧ୍ୟମରେ କହିଥିଲା।

ନାନ୍ସି ପେଲୋସି  ଗତ ୨୫ ବର୍ଷ ମଧ୍ୟରେ ଦୀପ ରାଷ୍ଟ୍ର ତାଇୱାନରେ ପାଦ ଦେଇଥିବା ଆମେରିକୀୟ ରାଜନେତାଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ।  ଏହି ଘଟଣାକୁ ନେଇ ଉଭୟ ଆମେରିକା ଓ ଚାଇନା ଏବେ ମୁହାଁମୁହିଁ ହୋଇଥିବା ବେଳେ  ବୃହତ୍ତମ ଅର୍ଥନୀତି ପାଇଁ ଏହା ଏକ ସଙ୍କଟ ଭାବେ ଉଭା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story