ଭାରତକୁ ଭେଣ୍ଟିଲେଟର ଦାନ କରିବ ଆମେରିକା

ନ୍ୟୁୟର୍କ: ମହାମାରୀ କରୋନା ସହ ଲଢ଼େଇ କରୁଥିବା ଭାରତର ସହଯୋଗ କରିବାକୁ ଆଗେଇ ଆସିଛି ଆମେରିକା। କରୋନା ଦ୍ୱାରା ଆମେରିକା ଭୟଙ୍କର ଭାବେ ପ୍ରଭାବିତ ହୋଇଥିଲେ ହେଁ ଭାରତକୁ ଭେଣ୍ଟିଲେଟର ଦାନ କରିବାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି। ଏଥିସହ ଭାରତ ସହ ଆମେରିକାର ସମ୍ପର୍କ ଖୁବ ଭଲ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଜଣେ ବହୁତ ଭଲ ବନ୍ଧୁ ବୋଲି ଟ୍ରମ୍ପ କହିଛନ୍ତି। ଭାରତର କରୋନା ସ୍ଥିତି ଦିନକୁ ଦିନ ଜଟିଳ ହେବାରେ […]

ds

ds

Hemant Lenka
  • Published: Saturday, 16 May 2020
  • Updated: 16 May 2020, 08:09 AM IST

Sports

Latest News

ନ୍ୟୁୟର୍କ: ମହାମାରୀ କରୋନା ସହ ଲଢ଼େଇ କରୁଥିବା ଭାରତର ସହଯୋଗ କରିବାକୁ ଆଗେଇ ଆସିଛି ଆମେରିକା। କରୋନା ଦ୍ୱାରା ଆମେରିକା ଭୟଙ୍କର ଭାବେ ପ୍ରଭାବିତ ହୋଇଥିଲେ ହେଁ ଭାରତକୁ ଭେଣ୍ଟିଲେଟର ଦାନ କରିବାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି। ଏଥିସହ ଭାରତ ସହ ଆମେରିକାର ସମ୍ପର୍କ ଖୁବ ଭଲ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଜଣେ ବହୁତ ଭଲ ବନ୍ଧୁ ବୋଲି ଟ୍ରମ୍ପ କହିଛନ୍ତି।

ଭାରତର କରୋନା ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଏପରି କି ଆଜି କରୋନା ଭାଇରସର ଉତ୍ପତ୍ତି ସ୍ଥଳ କୁହାଯାଉଥିବା ଚାଇନାର ଆକ୍ରାନ୍ତ ସଂଖ୍ୟାକୁ ବି ଭାରତ ପାର କରିଦେଇଛି। ଭାରତରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୮୫ ହଜାର ଡେଇଁଛି।

ଭାରତର ସ୍ଥିତିକୁ ଦେଖି ଟ୍ରମ୍ପ ଟ୍ୱିଟ କରି କହିଛନ୍ତି ଯେ “ମୁଁ ଗର୍ବର ସହ କହିବାକୁ ଚାହେଁ ଯେ ଭାରତୀୟ ବନ୍ଧୁଙ୍କ ପାଇଁ ଆମେରିକା ଭେଣ୍ଟିଲେଟର ଦାନ କରିବ। ଏହି ମହାମାରୀ ସହ ଲଢ଼େଇ ବେଳେ ଆମେ ଭାରତ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ରହିଛୁ। ଆମେ ଟିକା ବାହାର କରିବା ପାଇଁ ବି ଭାରତ ସହ ମିଳିତ ଭାବେ କାର୍ଯ୍ୟ କରୁଛୁ। ଆମେ ଏକାଠି ଅଦୃଶ୍ୟ ଶତ୍ରୁକୁ ହରାଇବାକୁ ସକ୍ଷମ ହେବୁ।”

ଏହା ପୂର୍ବରୁ ରିପୋର୍ଟର ମାନଙ୍କୁ ଟ୍ରମ୍ପ କହିଥିଲେ ଯେ “ଆମେ ବିପୁଳ ସଂଖ୍ୟାରେ ଭେଣ୍ଟିଲେଟର ଭାରତକୁ ପଠାଇଛୁ। ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ମଧ୍ୟ କଥା ହୋଇଛି। ଆମ ପାଖରେ ପର୍ଯ୍ୟାପ୍ତ ପରିମାଣର ଭେଣ୍ଟିଲେଟର ରହିଛି।”

ନିକଟରେ ଆମେରିକାର ଅନୁରୋଧ କ୍ରମେ ଭାରତ ସରକାର କରୋନା ପାଇଁ ଗେମ ଚେଞ୍ଜର ସାବ୍ୟସ୍ତ ହେଉଥିବା ୫୦ ମିଲିୟନ ହାଇଡ୍ରୋକ୍ସିକ୍ଲୋରୋକୁଇନ ପଠାଇଥିଲା। ଏଥିପାଇଁ ଟ୍ରମ୍ପ ଭାରତକୁ ପ୍ରକୃତ ବନ୍ଧୁ ବୋଲି କହି ପ୍ରଶଂସା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos