ୟାଙ୍ଗୁନ :ଗତ ତିନି ଦିନ ତଳେ କୋମେନ୍ ପ୍ରଭାବରେ ମିଆଁମାରରେ ଆସିଛି ପ୍ରଳୟଙ୍କାରୀ ବନ୍ୟା। ଏଥିରେ ୬୯ ଜଣଙ୍କର ପ୍ରାଣ ଯାଇଥିବାବେଳେ ୨୫ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ମିଆଁମାରରେ ବନ୍ୟା ପ୍ରପୀଡିତଙ୍କ ପାଇଁ ସହଯୋଗର ହାତ ବଢାଇଛି ଆମେରିକା। ଆମେରିକାର ପରରାଷ୍ଟ୍ର ସଚିବ ଜନ୍ କେରୀ ଆଜି କହିଛନ୍ତି ଯେ, ଖୁବଶୀଘ୍ର ମିଆଁମାର ପାଇଁ ଅନୁଦାନ ଓ ଅନ୍ୟାନ୍ୟ ସହାୟତା ଘୋଷଣା କରାଯିବ। ଏଥିପାଇଁ ୟାଙ୍ଗୁନସ୍ଥିତ ଆମେରିକୀୟ ଦୂତାବାସ ପକ୍ଷରୁ ମିଆଁମାର ସରକାରଙ୍କ ସହ ଆଲୋଚନା ଯାଉଛି। ବିଶେଷ କରି ମିଆଁମାର କେଉଁ ପ୍ରକାରର ସାହଯ୍ୟ ଆବଶ୍ୟକ କରୁଛି ସେ ସମ୍ପର୍କରେ ଆଲୋଚନା କରାଯାଉଛି।
ମିଆଁମାର ସରକାର ସାରା ବିଶ୍ୱକୁ ସାହାଯ୍ୟ ପାଇଁ ଅନୁରୋଧ କରିଥିବାବେଳେ ଜାପାନ ଓ ଚୀନ ସହାୟତା କରିବାକୁ ଘୋଷଣା କରିଛନ୍ତି। ଜାପାନ କମ୍ବଳ, ସ୍ଲିପିଂ ମ୍ୟାଟ୍ରେସ ଓ ପଲିଥିନ୍ ଯୋଗାଇ ଦେବ ବୋଲି କହିଛି। ସେହିପରି ଚୀନ ଏହି ସପ୍ତାହରୁ ବନ୍ୟା ପୀଡିତ ମିଆଁମାରରେ ରିଲିଫ୍ ସାମଗ୍ରୀ ପ୍ରଦାନ କରି ଆସୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।
National
ମା' ବିକି ଦେଲା ବୁଲେଟ୍, ନିଜକୁ ଗୁଳି କରିଦେଲା ପୁଅ
ନବମ ଶ୍ରେଣୀ ଛାତ୍ର ଜଣକ ରାଗରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।