ଭାରତ ରାସ୍ତାରେ ଆମେରିକା କଣ୍ଟା

ନୂଆଦିଲ୍ଲୀ: ଭାରତର ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ଋଷଠାରୁ ଏସ୍‌-୪୦୦ ମିସାଇଲ ଡିଫେନ୍ସ ସିଷ୍ଟମ କିଣିବା ପାଇଁ ଚୁକ୍ତି ହୋଇଛି। ତେବେ ଏହି ବାଟରେ ଏବେ ଆମେରିକା କଣ୍ଟା ସାଜିଛି। ଭାରତର ଏହି ଚୁକ୍ତିକୁ ରଦ୍ଦ କରିବା ଲାଗି ଟ୍ରମ୍ପ ପ୍ରଶାସନ ପକ୍ଷରୁ ଚାପ ପକାଯାଉଛି। ଆମେରିକା ପକ୍ଷରୁ ଭାରତ ପ୍ରତି କୌଣସି କୋହଳ ବ୍ୟବସ୍ଥା ଗ୍ରହଣ କରାଯିବ ନାହିଁ ବୋଲି କୁହାଯାଇଛି। ଋଷ ସହିତ ହୋଇଥିବା ୫୫୦ କୋଟି ଡଲାରର ଏହି ଚୁକ୍ତି ପାଇଁ […]

S-400

Madhupriya Mistry
  • Published: Saturday, 16 January 2021
  • , Updated: 16 January 2021, 11:03 AM IST

ନୂଆଦିଲ୍ଲୀ: ଭାରତର ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ଋଷଠାରୁ ଏସ୍‌-୪୦୦ ମିସାଇଲ ଡିଫେନ୍ସ ସିଷ୍ଟମ କିଣିବା ପାଇଁ ଚୁକ୍ତି ହୋଇଛି। ତେବେ ଏହି ବାଟରେ ଏବେ ଆମେରିକା କଣ୍ଟା ସାଜିଛି। ଭାରତର ଏହି ଚୁକ୍ତିକୁ ରଦ୍ଦ କରିବା ଲାଗି ଟ୍ରମ୍ପ ପ୍ରଶାସନ ପକ୍ଷରୁ ଚାପ ପକାଯାଉଛି। ଆମେରିକା ପକ୍ଷରୁ ଭାରତ ପ୍ରତି କୌଣସି କୋହଳ ବ୍ୟବସ୍ଥା ଗ୍ରହଣ କରାଯିବ ନାହିଁ ବୋଲି କୁହାଯାଇଛି।

ଋଷ ସହିତ ହୋଇଥିବା ୫୫୦ କୋଟି ଡଲାରର ଏହି ଚୁକ୍ତି ପାଇଁ ହୁଏତ ଆମେରିକା ଭାରତ ଉପରେ ତୁର୍କି ଭଳି ପ୍ରତିବନ୍ଧକ ଲଗାଇପାରେ ବୋଲି ନିକଟରେ ଜଣେ ପ୍ରତିରକ୍ଷା ବିଶେଷଜ୍ଞ ମତ ଦେଇଛନ୍ତି। ଏହି ଚୁକ୍ତିକୁ ରଦ୍ଦ କରିବା ସହ ରାଜନୈତିକ ସଙ୍କଟରୁ ଦୂରେଇ ରହିବା ପାଇଁ ଟ୍ରମ୍ପ ପ୍ରଶାସନ ଭାରତକୁ ଚେତାଇ ଦେଇଛି। ଆମେରିକା ନୂଆ ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରଶାସନ ମଧ୍ୟ ଏଥିରେ ସହମତି ଥିବା ଜଣାପଡିଛି। ଋଷକୁ ନେଇ ଜୋ ବାଇଡେନଙ୍କ ପ୍ରଶାସନ ମଧ୍ୟ ଆହୁରି ଶକ୍ତ ହୋଇଛି।

ଏସ୍‌-୪୦୦ ସିଷ୍ଟମ କିଣିବା ନେଇ ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ଅନୁରାଗ ଶ୍ରୀବାସ୍ତବ କହିଛନ୍ତ, ଭାରତ ଏବଂ ଆମେରିକା ମଧ୍ୟରେ ବ୍ୟାପକ ବୈଶୟିକ ରଣନୀତିକୁ ନେଇ ଚୁକ୍ତି ହୋଇଛି। ସେହିପରି ଋଷ ସହିତ ମଧ୍ୟ ଭାରତର ବିଶେଷ ଏବଂ ବିଶେଷାଧିକାର ପ୍ରାପ୍ତ ରଣନୀତିକୁ ନେଇ ଚୁକ୍ତି ହୋଇଛି। ଭାରତର ସ୍ବତନ୍ତ୍ର ବିଦେଶନୀତି ରହିଛି, ଯାହା ପ୍ରତିରକ୍ଷା କ୍ଷେତ୍ରରେ କିଣା ବିକା ଉପରେ ଲାଗୁ ହୁଏ ବୋଲି ସେ କହିଛନ୍ତି।

ସୂଚନା ଯୋଗ୍ୟ ଯେ, ପୂର୍ବରୁ ଆମେରିକା ଏଭଳି ଏକ ଚୁକ୍ତି ନେଇ ତୁର୍କୀ ଉପରେ କଟକଣା ଜାରି କରିସାରିଛି। ଭାରତ ଋଷଠାରୁ ୫ଟି ଏସ୍‌-୪୦୦ ମିସାଇଲ ଡିଫେନ୍ସ ସିଷ୍ଟମ କିଣିବା ପାଇଁ ଚୁକ୍ତି କରାଯାଇଛି।

Related story