ମାସୁଦକୁ ନେଇ ଆମେରିକା-ଚାଇନା ମୁହାଁମୁହିଁ

ୱାଶିଂଟନ୍‌: କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ପ୍ରତିଷ୍ଠାତା ମାସୁଦ ଆଝାରକୁ କଳାତାଲିକା ଭୁକ୍ତ କରିବା ପାଇଁ ଆମେରିକା ପଣ କରିଥିବା ବେଳେ ଏହାକୁ ପୁଣିଥରେ ଚାଇନା ବିରୋଧ କରିଛି। ଚାଇନା କହିଛି, ଆମେରିକା କେବଳ ବିବାଦକୁ ବଢ଼ାଇବାକୁ ଚାହୁଁଛି। କିନ୍ତୁ ସେମାନେ ଏହାର ସ୍ଥାୟୀ ସମାଧାନକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ମାସୁଦକୁ ଆତଙ୍କବାଦୀ ଘୋଷଣା ସହ କଳାତାଲିକା ଭୁକ୍ତ କରିବାକୁ ଭାରତ ସମେତ ଆମେରିକା, ଫ୍ରାନ୍ସ ଓ ବ୍ରିଟେନ୍‌ ଚାହୁଁଥିବା ବେଳେ ଏହାକୁ ଚାଇନା ବିରୋଧ କରୁଛି। […]

tr

tr

Hemant Lenka
  • Published: Wednesday, 03 April 2019
  • Updated: 03 April 2019, 08:55 PM IST

Sports

Latest News

ୱାଶିଂଟନ୍‌: କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ପ୍ରତିଷ୍ଠାତା ମାସୁଦ ଆଝାରକୁ କଳାତାଲିକା ଭୁକ୍ତ କରିବା ପାଇଁ ଆମେରିକା ପଣ କରିଥିବା ବେଳେ ଏହାକୁ ପୁଣିଥରେ ଚାଇନା ବିରୋଧ କରିଛି। ଚାଇନା କହିଛି, ଆମେରିକା କେବଳ ବିବାଦକୁ ବଢ଼ାଇବାକୁ ଚାହୁଁଛି। କିନ୍ତୁ ସେମାନେ ଏହାର ସ୍ଥାୟୀ ସମାଧାନକୁ ଅଧିକ ଗୁରୁତ୍ୱ ଦେଉଛନ୍ତି।

ମାସୁଦକୁ ଆତଙ୍କବାଦୀ ଘୋଷଣା ସହ କଳାତାଲିକା ଭୁକ୍ତ କରିବାକୁ ଭାରତ ସମେତ ଆମେରିକା, ଫ୍ରାନ୍ସ ଓ ବ୍ରିଟେନ୍‌ ଚାହୁଁଥିବା ବେଳେ ଏହାକୁ ଚାଇନା ବିରୋଧ କରୁଛି। ଚାଇନାର ଏଭଳି ଆଭିମୁଖ୍ୟକୁ ଦେଖି ଆମେରିକା ଆଜି କହିଛି ଯେ ମାସୁଦକୁ କଳାତାଲିକା ଭୁକ୍ତ କରିବାକୁ ସବୁ ପ୍ରକାରର ବିକଳ୍ପକୁ ବ୍ୟବହାର କରାଯିବ।

ଆମେରିକାର ଏଭଳି ଆଭିମୁଖ୍ୟ ଦେଖି ଚାଇନା ଏହାର ପାଲଟା ଜବାବ ଦେଇଛି। ଚାଇନା ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଗେଙ୍ଗ ଶୁଆଙ୍ଗ କହିଛନ୍ତି, “ମାସୁଦ ପ୍ରସଙ୍ଗର ସ୍ଥାୟୀ ଓ ସହଜ ସମାଧାନ ପାଇଁ ଚାଇନା ସର୍ବଦା ଉଦ୍ୟମ କରୁଛି। କିନ୍ତୁ ଆମେରିକା ବାରମ୍ବାର ମାସୁଦ ପ୍ରସଙ୍ଗରେ ବିଶ୍ୱକୁ ଧମକ ଦେଇ ବିବାଦକୁ ଜଟିଳତା ମଧ୍ୟକୁ ନେଇ ଯାଉଛି।

ଆମେରିକା, ବ୍ରିଟେନ୍‌ ଓ ଫ୍ରାନ୍ସ ଜାତିସଂଘ ସୁରକ୍ଷା ପରିଷଦରେ ଯେଉଁ ଚିଠା ସଂକଳ୍ପ ଆଣିବାକୁ ଉଦ୍ୟମ କରୁଛନ୍ତି, ତାହା ଠିକ୍‌ ନୁହେଁ। ଏହାଦ୍ୱାରା କେବଳ ଏକ ଖରାପ ବାର୍ତ୍ତା ସୃଷ୍ଟି ହେଉଛି। ଜାତିସଂଘ ସୁରକ୍ଷା ପରିଷଦର ଅଧିକାଂଶ ସଦସ୍ୟ ଆଲୋଚନା ଦ୍ୱାରା ସମସ୍ୟା ସମାଧାନ କରିବାକୁ ଚାହୁଁଛନ୍ତି। ହେଲେ ଆମେରିକା ଜାତିସଂଘ ଉପରେ ଚାପ ପକାଇ ନିଜ ଜିଦ୍‌କୁ ରଖିବାକୁ ଚେଷ୍ଟା କରୁଛି। ଆମେରିକାର ଏଭଳି ଆଭିମୁଖ୍ୟ ବଦଳିବା ଦରକାର। ଆମେରିକା ଯଦି ଆଗକୁ ଏଭଳି କାର୍ଯ୍ୟ କରେ, ତା’ହେଲେ ଦକ୍ଷିଣ ଏସିଆରେ ଶାନ୍ତି ବ୍ୟାହତ ହେବ।”

ପୁଲୱାମା ଆତଙ୍କବାଦୀ ହମ୍‌ଲା ପରେ ଭାରତ ମାସୁଦ ବିରୋଧରେ କୂଟନୀତିକ ସ୍ତରରେ ଆଲୋଚନା କରିଥିଲା। ଏହାପରେ ଫ୍ରାନ୍ସ, ଆମେରିକା ଓ ବ୍ରିଟେନ୍‌ ଓ ଆମେରିକା ଜାତିସଂଘ ସୁରକ୍ଷା ପରିଷଦରେ ଏକ ଚିଠା ପ୍ରସ୍ତାବ ଆଗତ କରିଥିଲେ।

ଏଥିରେ ମାସୁଦକୁ ବିଶ୍ୱସ୍ତରୀୟ ଆତଙ୍କୀ ଘୋଷଣା କରିବାକୁ ପ୍ରସ୍ତାବ ରହିଥିଲା। କିନ୍ତୁ ଚାଇନା ଭିଟୋ ପ୍ରୟୋଗ କରି ଏହାକୁ ବିରୋଧ କରିଥିଲା। ଏହାପରେ ଆମେରିକା ଚିଠା ସଂକଳ୍ପ ଆଣିବାକୁ ଘୋଷଣା କରିଥିଲା। ତେବେ ଆଜି ଆମେରିକା ମାସୁଦ ବିରୋଧରେ ସମସ୍ତ ବିକଳ୍ପ ବ୍ୟବହାର କରାଯିବ ବୋଲି କହିବା ପରେ ଚାଇନା ଚିହିଁକି ଉଠିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story