ଉତ୍ତରାଖଣ୍ଡ: କଂଗ୍ରେସର ୭ ବିଧାୟକଙ୍କୁ ୫୦ କୋଟି ଟଙ୍କାର ଲୋଭ ଦେଖାଇଥିଲା ବିଜେପି

ଡେରାଡୁନ୍: ଉତ୍ତରାଖଣ୍ଡରେ କଂଗ୍ରେସ ଓ ବିଜେପି ମଧ୍ୟରେ ଟଣାଓଟରା ଜାରି ରହିଛି। ରାଜ୍ୟ କଂଗ୍ରେସ ଉପସଭାପତି କିଶୋର ଉପାଧ୍ୟାୟ ଅଭିଯୋଗ କରିଛନ୍ତି ଯେ ତାଙ୍କ ଦଳର ୭ ବିଧାୟକଙ୍କୁ ଦଳ ବିପକ୍ଷରେ ବିଦ୍ରୋହ କରିବା ପାଇଁ ବିଜେପି ଉସୁକାଇ ଥିଲା। ସେ ଅଭିଯୋଗ କରିଛନ୍ତି,“ଆମ ଦଳର ୭ ବିଧାୟକଙ୍କୁ ନିଜ ଦଳରେ ସାମିଲ କରିବା ପାଇଁ ବିଜେପି ଉଦ୍ୟମ କରିଥିଲା। ଏଥିପାଇଁ ବିଧାୟକମାନଙ୍କୁ ୫୦ କୋଟି ଟଙ୍କାର ଦେବାକୁ ଲୋଭ ବି ଦେଖାଇଥିଲା। କେବଳ ସେତିକି ନୁହେଁ […]

BJP

Rakesh Mallick
  • Published: Wednesday, 27 April 2016
  • , Updated: 28 April 2016, 05:21 AM IST

ଡେରାଡୁନ୍: ଉତ୍ତରାଖଣ୍ଡରେ କଂଗ୍ରେସ ଓ ବିଜେପି ମଧ୍ୟରେ ଟଣାଓଟରା ଜାରି ରହିଛି। ରାଜ୍ୟ କଂଗ୍ରେସ ଉପସଭାପତି କିଶୋର ଉପାଧ୍ୟାୟ ଅଭିଯୋଗ କରିଛନ୍ତି ଯେ ତାଙ୍କ ଦଳର ୭ ବିଧାୟକଙ୍କୁ ଦଳ ବିପକ୍ଷରେ ବିଦ୍ରୋହ କରିବା ପାଇଁ ବିଜେପି ଉସୁକାଇ ଥିଲା।

ସେ ଅଭିଯୋଗ କରିଛନ୍ତି,“ଆମ ଦଳର ୭ ବିଧାୟକଙ୍କୁ ନିଜ ଦଳରେ ସାମିଲ କରିବା ପାଇଁ ବିଜେପି ଉଦ୍ୟମ କରିଥିଲା। ଏଥିପାଇଁ ବିଧାୟକମାନଙ୍କୁ ୫୦ କୋଟି ଟଙ୍କାର ଦେବାକୁ ଲୋଭ ବି ଦେଖାଇଥିଲା। କେବଳ ସେତିକି ନୁହେଁ ବିଧାନସଭାରେ ଅଯୋଗ୍ୟ ଘୋଷିତ ହେଲେ ସେମାନଙ୍କୁ ରାଜ୍ୟସଭା ପଠାଇବା ସହିତ ସେମାନଙ୍କ ସଂପର୍କୀୟମାନଙ୍କୁ ଟିକେଟ୍ ଦେବାକୁ ବି ଲୋଭ ଦେଖାଇଥିଲା।”

ଉତ୍ତରାଖଣ୍ଡର ପ୍ରଦେଶ କଂଗ୍ରେସ ଉପସଭାପତି ଆହୁରି ମଧ୍ୟ କହିଛନ୍ତି ଯେ ରାଜ୍ୟର କଂଗ୍ରେସ ସରକାରକୁ ଭାଙ୍ଗି ରାଜନୈତିକ ଅସ୍ଥିରତା ସୃଷ୍ଟି କରିବା ପାଇଁ ବିଜେପି ନେତା କୈଳାଶ ବିଜୟବର୍ଗୀ ଷଡ଼ଯନ୍ତ୍ର କରିଥିଲେ। ଏପରିକି ସେ କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି,“କେନ୍ଦ୍ର ଅର୍ଥ ମନ୍ତ୍ରୀ ଏକ ବାହାଘରରେ ଯୋଗ ଦେବା ପାଇଁ ମସୁରୀ ଆସିଥିଲେ। ତେବେ ତାଙ୍କ ଏଠାକୁ ଆସିବା ପଛରେ ରାଜନୈତିକ ଉଦ୍ଦେଶ୍ୟ ବି ରହିଥିଲା।”

Related story