ଉତ୍ତର ପ୍ରଦେଶରେ କମୁଛି ବିଜେପିର କରାମତି: ଉପନିର୍ବାଚନରେ ଆସନ ଛଡ଼େଇ ନେଲେ ଅନ୍ୟ ଦଳ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଉପନିର୍ବାଚନରେ ବିଜେପିକୁ ଶକ୍ତ ଝଟକା ଲାଗିଛି। ଫୁଲପୁର ଲୋକସଭା ଆସନରେ ସମାଜବାଦୀ ପାର୍ଟିଠାରୁ ହାରିଯାଇଛି ବିଜେପି। ସମାଜବାଦୀ ପାର୍ଟିର ନାଗେନ୍ଦ୍ର ପ୍ରତାପ ସିଂହ ପଟେଲ, ବିଜେପିର କୌଶଳେନ୍ଦ୍ର ପଟେଲ୍‌ଙ୍କୁ ୫୯ ହଜାର  ୬୧୩ ଭୋଟରେ ପରାସ୍ତ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ କେଶବ ମୌର୍ଯ୍ୟଙ୍କ ଇସ୍ତଫା ପରେ, ଫୁଲ୍‌ପୁର ଆସନ ଖାଲି ପଡ଼ିଥିଲା। ସେହିପରି ଗୋରଖପୁର ଆସନରେ ବି ପଛୁଆ ରହିଛି ବିଜେପି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଆସନ ହେଉଛି ଗୋରଖପୁର। ଉତ୍ତର ପ୍ରଦେଶ ଓ […]

result_2055852_835x547-m

Rakesh Mallick
  • Published: Wednesday, 14 March 2018
  • , Updated: 14 March 2018, 06:29 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଉପନିର୍ବାଚନରେ ବିଜେପିକୁ ଶକ୍ତ ଝଟକା ଲାଗିଛି। ଫୁଲପୁର ଲୋକସଭା ଆସନରେ ସମାଜବାଦୀ ପାର୍ଟିଠାରୁ ହାରିଯାଇଛି ବିଜେପି। ସମାଜବାଦୀ ପାର୍ଟିର ନାଗେନ୍ଦ୍ର ପ୍ରତାପ ସିଂହ ପଟେଲ, ବିଜେପିର କୌଶଳେନ୍ଦ୍ର ପଟେଲ୍‌ଙ୍କୁ ୫୯ ହଜାର  ୬୧୩ ଭୋଟରେ ପରାସ୍ତ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ କେଶବ ମୌର୍ଯ୍ୟଙ୍କ ଇସ୍ତଫା ପରେ, ଫୁଲ୍‌ପୁର ଆସନ ଖାଲି ପଡ଼ିଥିଲା। ସେହିପରି ଗୋରଖପୁର ଆସନରେ ବି ପଛୁଆ ରହିଛି ବିଜେପି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଆସନ ହେଉଛି ଗୋରଖପୁର।

ଉତ୍ତର ପ୍ରଦେଶ ଓ ବିହାରରେ ୩ଟି ଲୋକସଭା ଓ ଦୁଇଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ହୋଇଥିଲା। ଉତ୍ତର ପ୍ରଦେଶର ଫୁଲ୍‌ପୁରରେ ସମାଜବାଦୀ ପାର୍ଟି ଓ ବହୁଜନ ସମାଜପାର୍ଟି ମେଣ୍ଟ ବିଜେପିକୁ ଶୋଚନୀୟ ଭାବେ ପରାସ୍ତ କରିଛି। ତେବେ ଉତ୍ତର ପ୍ରଦେଶରେ ଧୀରେ ଧୀରେ ସମାଜବାଦୀ ପାର୍ଟିର ପତିଆରା ବଢ଼ୁଥିବାରୁ ଏହା ବିଜେପି ପାଇଁ ଚିନ୍ତାର କାରଣ ହୋଇଛି। ବିହାରରେ ମଧ୍ୟ ବିଜେପିକୁ ସମଦଶା ଭୋଗିବାକୁ ପଡ଼ିଛି। ଏଠାରେ ଅରରିଆ ଆସନରେ ବିଜେପି ଆର୍‌ଜେଡିଠାରୁ ପରାସ୍ତ ହୋଇଛି। ବିହାରର ଲାଲୁପ୍ରସାଦ୍‌ଙ୍କ ଦଳ ବିଜେପିକୁ ବହୁ ପଛରେ ପକାଇ ଦେଇଛି। ସେହିଭଳି ବିହାରର ଆଉଏକ ଆସନ ଜହାନାବାଦ୍‌କୁ ମଧ୍ୟ ଆର୍‌ଜେଡି ଜିତି ନେଇଥିବା ବେଳେ ବିଜେପିକୁ ଭଭୁଆ ବିଧାନସଭା ସିଟ୍‌ ଜିତି ସନ୍ତୁଷ୍ଟ ହେବାକୁ ପଡ଼ିଛି।

Related story