ଉତ୍ତରାଖଣ୍ଡରୁ ରାଷ୍ଟ୍ରପତି ଶାସନ ହଟାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଡେରାଡୁନ୍‌: ଉତ୍ତରାଖଣ୍ଡରୁ ରାଷ୍ଟ୍ରପତି ଶାସନ ହଟାଇବା ନେଇ ଆଜି ନିର୍ଦ୍ଦେଶ ଦେଇଛନ୍ତି ନୈନିତାଲ ହାଇକୋର୍ଟ। ରାଷ୍ଟ୍ରପତି ଶାସନକୁ ଚ୍ୟାଲେଜ୍ଞ କରି ଦାଏର ହୋଇଥିବା ଆବେଦନ ଉପରେ ଶୁଣାଣି କରି ହାଇକୋର୍ଟର ଏକ ଡିଭିଜନ ବେଞ୍ଚ କହିଛନ୍ତି, କେନ୍ଦ୍ର ପକ୍ଷରୁ ରାଜ୍ୟରେ ଧାରା ୩୫୬ର ବ୍ୟବହାର ସୁପ୍ରିମ୍‌କୋର୍ଟ ନିର୍ଦ୍ଧାରଣ କରିଥିବା ନିୟମର ବରୁଦ୍ଧାଚରଣ କରୁଛି। ଏଥି ସହ ହାଇକୋର୍ଟ ଆସନ୍ତା ୨୯ ତାରିଖରେ ବହୁମତ ସାବ୍ୟସ୍ତ କରିବାକୁ କଂଗ୍ରେସ ହରିଶ ରାୱତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗତ ମାର୍ଚ୍ଚ ୨୭ […]

nainital highcourt

Rakesh Mallick
  • Published: Thursday, 21 April 2016
  • , Updated: 21 April 2016, 12:44 PM IST

ଡେରାଡୁନ୍‌: ଉତ୍ତରାଖଣ୍ଡରୁ ରାଷ୍ଟ୍ରପତି ଶାସନ ହଟାଇବା ନେଇ ଆଜି ନିର୍ଦ୍ଦେଶ ଦେଇଛନ୍ତି ନୈନିତାଲ ହାଇକୋର୍ଟ। ରାଷ୍ଟ୍ରପତି ଶାସନକୁ ଚ୍ୟାଲେଜ୍ଞ କରି ଦାଏର ହୋଇଥିବା ଆବେଦନ ଉପରେ ଶୁଣାଣି କରି ହାଇକୋର୍ଟର ଏକ ଡିଭିଜନ ବେଞ୍ଚ କହିଛନ୍ତି, କେନ୍ଦ୍ର ପକ୍ଷରୁ ରାଜ୍ୟରେ ଧାରା ୩୫୬ର ବ୍ୟବହାର ସୁପ୍ରିମ୍‌କୋର୍ଟ ନିର୍ଦ୍ଧାରଣ କରିଥିବା ନିୟମର ବରୁଦ୍ଧାଚରଣ କରୁଛି। ଏଥି ସହ ହାଇକୋର୍ଟ ଆସନ୍ତା ୨୯ ତାରିଖରେ ବହୁମତ ସାବ୍ୟସ୍ତ କରିବାକୁ କଂଗ୍ରେସ ହରିଶ ରାୱତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଗତ ମାର୍ଚ୍ଚ ୨୭ ତାରିଖରେ ଉତ୍ତରାଖଣ୍ଡ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା। ସେହି ସମୟରେ ମୁଖ୍ୟମନ୍ତ୍ରୀ ଥିବା ହରିଶ ରାୱତ ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ।

Related story