ଲକ୍ଷ୍ମୌ: ମହିଳା ଉଡାଇଲେ ମହିଳାଙ୍କ ମଜାକ୍। ଗଣଦୁଷ୍କର୍ମ ଓ ଏସିଡ୍ମାଡର ଶିକାର ହୋଇଥିବା ମହିଳାଙ୍କୁ ସମବେଦନା ଜଣାଇବା ବଦଳରେ ତାଙ୍କ ପରିସ୍ଥିତିକୁ ନେଇ ଖେଳିଛନ୍ତି ମହିଳା କନେଷ୍ଟବଳ। ଉତ୍ତରପ୍ରଦେଶର ଏହି ସମ୍ବେଦନଶୀଳ ଘଟଣାକୁ ନେଇ ସାରା ଦେଶରେ ଏବେ ଚର୍ଚ୍ଚା ଲାଗିଛି।
ପ୍ରଥମେ ଦୁଷ୍କର୍ମ, ପରେ ଛୁରାମାଡ଼ ଓ ଶେଷରେ ଏସିଡ୍ ଆକ୍ରମଣର ଶିକାର ହୋଇଥିବା ଜଣେ ମହିଳା, ଲକ୍ଷ୍ମୌ ସ୍ଥିତ କିଙ୍ଗ୍ଜର୍ଜସ ହସପିଟାଲ୍ରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ସୁରକ୍ଷା ପାଇଁ ସେଠାରେ ନିୟୋଜିତ ହୋଇଥିଲେ ୩ଜଣ ମହିଳା କନେଷ୍ଟବଳ। ତେବେ ସୁରକ୍ଷା ଓ ସମବେଦନା ବଦଳରେ ପୀଡିତାଙ୍କ ବେଡ୍ସାମ୍ନାରେ ବସି ଏହି କନେଷ୍ଟବଳମାନେ ସେଲ୍ଫି ଉଠାଇଥିଲେ। ଏହି ଫଟୋ ସୋସିଆଲ୍ମିଡିଆରେ ବୁଲିବା ପରେ ମହିଳା କନେଷ୍ଟବଳଙ୍କ ସମ୍ବେଦନଶୂନ୍ୟ ମାନସିକତା ସାମ୍ନାକୁ ଆସିଥିଲା। ଉତ୍ତରପ୍ରଦେଶ ପୋଲିସ୍ଘଟଣାକୁ ଅତି ଗୁରୁତର ସହ ନେବା ସହ ୩ ପୋଲିସ୍ କନେଷ୍ଟବଳଙ୍କୁ ନିଲମ୍ବନ କରିଛି।
ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ଯୋଗୀ ଆଦିତ୍ୟନାଥ ପୀଡିତାଙ୍କୁ ଭେଟିଥିଲେ। ଏହାସହ ସେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।