ଉତ୍ତରାଖଣ୍ଡରେ ଜଙ୍ଗଲ ନିଆଁରେ ଶହ ଶହ ଗାଁ ଛାରଖାର

ଡେରାଡୁନ୍: ଉତ୍ତରାଖଣ୍ଡ ଜଙ୍ଗଲରେ ବ୍ୟାପିଥିବା ନିଆଁକୁ ଆୟତ୍ତ କରିବା ପାଇଁ ଆଜି ଏନ୍‌ଡିଆର୍‌ଏଫ୍‌ର ତିନୋଟି ଟିମ୍‌କୁ ପଠାଯାଇଛି। ଶହ ଶହ ଏକର ଜଙ୍ଗଲରେ ନିଆଁ ବ୍ୟାପିବାରେ ଲାଗିଛି। ନିଆଁ ଲାଗିବା ଦ୍ୱାରା ଚମୋଲି ବେଶୀ କ୍ଷତିଗ୍ରସ୍ତ ହୋଇଛି। ଏନ୍‌ଡିଆର୍‌ଏଫ୍‌ର ୧୫୦ କର୍ମଚାରୀଙ୍କ ୩ଟିମ୍‌କୁ ନି‌ଆଁକୁ ନିୟନ୍ତ୍ରଣ କରିବା ପାଇଁ ପଠାଇ ଦିଆଯାଇଛି।  ଦିଲ୍ଲୀର ଦୁଇଟି ଓ ଡେରାଡୁନ୍‌ର ଗୋଟିଏ ଏନ୍‌ଡିଆର୍‌ଏଫ୍ ଟିମ୍ ପହଞ୍ଚି ଅପରେସନ୍ ଆରମ୍ଭ କରିଛନ୍ତି।  ନିଆଁ ଲାଗିବା ଦ୍ୱାରା ଶହ ଶହ ଗ୍ରାମ ପ୍ରଭାବିତ […]

fire

Rakesh Mallick
  • Published: Saturday, 30 April 2016
  • , Updated: 30 April 2016, 09:08 AM IST

ଡେରାଡୁନ୍: ଉତ୍ତରାଖଣ୍ଡ ଜଙ୍ଗଲରେ ବ୍ୟାପିଥିବା ନିଆଁକୁ ଆୟତ୍ତ କରିବା ପାଇଁ ଆଜି ଏନ୍‌ଡିଆର୍‌ଏଫ୍‌ର ତିନୋଟି ଟିମ୍‌କୁ ପଠାଯାଇଛି। ଶହ ଶହ ଏକର ଜଙ୍ଗଲରେ ନିଆଁ ବ୍ୟାପିବାରେ ଲାଗିଛି। ନିଆଁ ଲାଗିବା ଦ୍ୱାରା ଚମୋଲି ବେଶୀ କ୍ଷତିଗ୍ରସ୍ତ ହୋଇଛି।

ଏନ୍‌ଡିଆର୍‌ଏଫ୍‌ର ୧୫୦ କର୍ମଚାରୀଙ୍କ ୩ଟିମ୍‌କୁ ନି‌ଆଁକୁ ନିୟନ୍ତ୍ରଣ କରିବା ପାଇଁ ପଠାଇ ଦିଆଯାଇଛି।  ଦିଲ୍ଲୀର ଦୁଇଟି ଓ ଡେରାଡୁନ୍‌ର ଗୋଟିଏ ଏନ୍‌ଡିଆର୍‌ଏଫ୍ ଟିମ୍ ପହଞ୍ଚି ଅପରେସନ୍ ଆରମ୍ଭ କରିଛନ୍ତି।

 ନିଆଁ ଲାଗିବା ଦ୍ୱାରା ଶହ ଶହ ଗ୍ରାମ ପ୍ରଭାବିତ ହୋଇଥିବା ବେଳେ ୧୩ଟି ଜିଲ୍ଲାର ୧୯୦୦ ହେକ୍ଟର ଜମି ନଷ୍ଟ ହୋଇଯାଇଛି।

ଗ୍ରୀଷ୍ମ ପ୍ରବାହ ଓ ପବନ ବୋହିବା ଯୋଗୁଁ ନିଆଁ ଚାରି ଆଡ଼େ ବ୍ୟାପିବାରେ ଲାଗିଛି। ନିଆଁ ଲାଗିବା ଫଳରେ ରୁଦ୍ର ପ୍ରୟୋଗର  ୮୨ଟି ଗାଁ ନଷ୍ଟ ହୋଇଯାଇଛି। ପ୍ରାୟ ୭୦ ହେକ୍ଟର ଜଙ୍ଗଲ ଅଞ୍ଚଳରେ ନିଆଁ ଲାଗିଥିବା ବେଳେ ୪୨ ହଜାର ଲୋକେ ପ୍ରଭାବିତ ହୋଇଛନ୍ତି।

 ଚମୋଲି ଜଙ୍ଗଲରେ ନିଆଁ ଲାଗି ପ୍ରାୟ ୨୦୦ ଗାଁ ଛାରଖାର ହୋଇଛି।

Related story