ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା

ଡେରାଡୁନ୍: ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ରବିବାର ସକାଳେ ବାଦଲଫଟା ବର୍ଷା ଯୋଗୁଁ  ବହୁତ କ୍ଷୟକ୍ଷତି ହୋଇଛି। ଅତି ପ୍ରବଳ ବର୍ଷା ହେବା ଫଳରେ ଅଚାନକ୍ ପାଣି ମାଡିଆସିବା ଯୋଗୁଁ ବହୁ ଗାଡି ଓ ଦୋକାନ ଭାସିଯାଇଛି। ରାସ୍ତାରେ ‍ବର୍ଷା ପାଣି ଯୋଗୁଁ ଯାତାୟତ କରିବାରେ ଅସୁବିଧା ସୃଷ୍ଟି ହୋଇଛି। ପୋଲିସ୍ କର୍ମଚାରୀ ଓ ଉଦ୍ଧାରକାରୀ ଦଳ  ଘଟଣାସ୍ଥଳରେ ପହଞ୍ଚି  ଉଦ୍ଧାର କାର୍ଯ୍ୟ  ଜାରି ରଖିଛନ୍ତି। ଆଜି ସକାଳ ୫ଟାବେଳେ ଚମୋଲି ଜିଲ୍ଲାରେ ବାଦଲଫଟା ବର୍ଷା ଆରମ୍ଭ  ହୋଇଥିଲା। […]

lighting

Rakesh Mallick
  • Published: Sunday, 08 May 2016
  • , Updated: 08 May 2016, 10:45 AM IST

ଡେରାଡୁନ୍: ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ରବିବାର ସକାଳେ ବାଦଲଫଟା ବର୍ଷା ଯୋଗୁଁ  ବହୁତ କ୍ଷୟକ୍ଷତି ହୋଇଛି। ଅତି ପ୍ରବଳ ବର୍ଷା ହେବା ଫଳରେ ଅଚାନକ୍ ପାଣି ମାଡିଆସିବା ଯୋଗୁଁ ବହୁ ଗାଡି ଓ ଦୋକାନ ଭାସିଯାଇଛି। ରାସ୍ତାରେ ‍ବର୍ଷା ପାଣି ଯୋଗୁଁ ଯାତାୟତ କରିବାରେ ଅସୁବିଧା ସୃଷ୍ଟି ହୋଇଛି। ପୋଲିସ୍ କର୍ମଚାରୀ ଓ ଉଦ୍ଧାରକାରୀ ଦଳ  ଘଟଣାସ୍ଥଳରେ ପହଞ୍ଚି  ଉଦ୍ଧାର କାର୍ଯ୍ୟ  ଜାରି ରଖିଛନ୍ତି।

ଆଜି ସକାଳ ୫ଟାବେଳେ ଚମୋଲି ଜିଲ୍ଲାରେ ବାଦଲଫଟା ବର୍ଷା ଆରମ୍ଭ  ହୋଇଥିଲା। ବର୍ତ୍ତମାନ ସୁଦ୍ଧା କେହି ଆହତ ବା ନିହତ ହୋଇଥିବା ସୂଚନା ମିଳିନାହିଁ।

Related story