ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା ,୧୭ ମୃତ

ଡେରାଡୁନ୍: ଉତ୍ତରାଖଣ୍ଡର ପିଥୋରାଗଡ଼ ଓ ଚମେଲିରେ ବାଦଲଫଟା ବର୍ଷା  ହେବାରୁ  ୧୭ ଜଣ  ଲୋକଙ୍କ ମୃତ୍ୟୁ ହୋଇଛି। ବର୍ତ୍ତମାନ ସୁଦ୍ଧା ୩୦ ଜଣ ଲୋକ ବିଭିନ୍ନସ୍ଥାନରେ ଫସି ରହିଥିବା ବେଳେ ଆଉ କେତେ ଜଣ ଲୋକଙ୍କ ସନ୍ଧାନ ମିଳୁନାହିଁ। ପ୍ରବଳ ବର୍ଷା ଯୋଗୁଁ ଋଷିକେଶ-ବଦ୍ରିନାଥର ତୋତା ଘାଟି ନିକଟରେ ଜାତୀୟ ରାଜପଥକୁ ବନ୍ଦ କରିଦିଆଯାଇଛି। ରାସ୍ତା ଉପରେ ପାଣି ପ୍ରବାହିତ ହେଉଥିବାରୁ ଯାନବାହାନ ଚଳାଚଳ ଗୁରୁତର ଭାବେ ପ୍ରଭାବିତ ହୋଇଛି। ପୋଲିସ୍ କର୍ମଚାରୀ ଓ ଉଦ୍ଧାରକାରୀ ଦଳ  […]

badal_650_070116123510

Rakesh Mallick
  • Published: Friday, 01 July 2016
  • , Updated: 01 July 2016, 03:13 PM IST

ଡେରାଡୁନ୍: ଉତ୍ତରାଖଣ୍ଡର ପିଥୋରାଗଡ଼ ଓ ଚମେଲିରେ ବାଦଲଫଟା ବର୍ଷା  ହେବାରୁ  ୧୭ ଜଣ  ଲୋକଙ୍କ ମୃତ୍ୟୁ ହୋଇଛି। ବର୍ତ୍ତମାନ ସୁଦ୍ଧା ୩୦ ଜଣ ଲୋକ ବିଭିନ୍ନସ୍ଥାନରେ ଫସି ରହିଥିବା ବେଳେ ଆଉ କେତେ ଜଣ ଲୋକଙ୍କ ସନ୍ଧାନ ମିଳୁନାହିଁ। ପ୍ରବଳ ବର୍ଷା ଯୋଗୁଁ ଋଷିକେଶ-ବଦ୍ରିନାଥର ତୋତା ଘାଟି ନିକଟରେ ଜାତୀୟ ରାଜପଥକୁ ବନ୍ଦ କରିଦିଆଯାଇଛି। ରାସ୍ତା ଉପରେ ପାଣି ପ୍ରବାହିତ ହେଉଥିବାରୁ ଯାନବାହାନ ଚଳାଚଳ ଗୁରୁତର ଭାବେ ପ୍ରଭାବିତ ହୋଇଛି। ପୋଲିସ୍ କର୍ମଚାରୀ ଓ ଉଦ୍ଧାରକାରୀ ଦଳ  ଘଟଣାସ୍ଥଳରେ ପହଞ୍ଚି  ଉଦ୍ଧାର କାର୍ଯ୍ୟ  ଜାରି ରଖିଛନ୍ତି।

ମୌସୁମୀ ଆସିବା ପରେ ଉତ୍ତରାଖଣ୍ଡରେ  ପ୍ରବଳ  ବର୍ଷା ଲାଗିରହିଛି।

Related story