ଭୁଲ୍‌ ବିଦ୍ୟୁତ୍‌ ବିଲ୍‌ ପାଇଥିଲେ: ଟଙ୍କା ଭରଣା ଡରରେ ଜୀବନ ହାରିଦେଲେ ଜଗନ୍ନାଥ   

ମୁମ୍ବାଇ:  ବିଦ୍ୟୁତ୍‌ ବିଭାଗ ଅସାବଧାନତା କାରଣରୁ ଜଣେ ପରିବା ଦୋକନିଙ୍କ ପ୍ରାଣ ଚାଲିଗଲା। ବ୍ୟକ୍ତି ଜଣଙ୍କ ବିଦ୍ୟୁତ ବିଲ୍‌ ପୈଠ ନ କରିପାରି ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଏପରି ଘଟଣା ଘଟିଛି ମହାରାଷ୍ଟ୍ରରର ‌ଔରାଙ୍ଗବାଦ ଜିଲ୍ଲାରେ। ଜଗନ୍ନାଥ ନେହାଜି ନାମକ ଜଣେ ପରିବା ଦୋକାନିଙ୍କ ପାଖକୁ ୮ଲକ୍ଷ୬୫ହଜାର ୨୦ ଟଙ୍କା ବିଜୁଳି ବିଲ୍‌ ଆସିଥିଲା। ମହାରାଷ୍ଟ୍ର ରାଜ୍ୟ  ବିଦ୍ୟୁତ ବିଭାଗ(MSEB)  ପକ୍ଷରୁ  ଏହି ବିଲ୍‌ ଆସିଥିଲା। ଗତ ଏପ୍ରିଲ ମାସର ଏହି ବିଲ୍ […]

brr

Rakesh Mallick
  • Published: Friday, 11 May 2018
  • , Updated: 11 May 2018, 10:30 AM IST

ମୁମ୍ବାଇ:  ବିଦ୍ୟୁତ୍‌ ବିଭାଗ ଅସାବଧାନତା କାରଣରୁ ଜଣେ ପରିବା ଦୋକନିଙ୍କ ପ୍ରାଣ ଚାଲିଗଲା। ବ୍ୟକ୍ତି ଜଣଙ୍କ ବିଦ୍ୟୁତ ବିଲ୍‌ ପୈଠ ନ କରିପାରି ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଏପରି ଘଟଣା ଘଟିଛି ମହାରାଷ୍ଟ୍ରରର ‌ଔରାଙ୍ଗବାଦ ଜିଲ୍ଲାରେ।

ଜଗନ୍ନାଥ ନେହାଜି ନାମକ ଜଣେ ପରିବା ଦୋକାନିଙ୍କ ପାଖକୁ ୮ଲକ୍ଷ୬୫ହଜାର ୨୦ ଟଙ୍କା ବିଜୁଳି ବିଲ୍‌ ଆସିଥିଲା। ମହାରାଷ୍ଟ୍ର ରାଜ୍ୟ  ବିଦ୍ୟୁତ ବିଭାଗ(MSEB)  ପକ୍ଷରୁ  ଏହି ବିଲ୍‌ ଆସିଥିଲା। ଗତ ଏପ୍ରିଲ ମାସର ଏହି ବିଲ୍ ଆସିବା ପରେ ଏହାକୁ  ଦେଖି ଜଗନ୍ନାଥଙ୍କ ମୁଣ୍ଡ  କିଛି  କାମ କରି ନ ଥିଲା। ସେ କିପରି ଏହି ବିଲ୍‌କୁ ପୈଠ କରିବେ ସେ ନେଇ ଦିନ ରାତି ଭାବି ହେଉଥିଲେ। ଶେଷରେ କିଛି ଉପାୟ ନ ପାଇ ସେ ଆତ୍ମହତ୍ୟା ପନ୍ଥା ଆପଣେଇ ନେଇଥିଲେ। ଗତକାଲି ଭୋର ୫ଟା ବେଳେ ସେ ଆତ୍ମହତ୍ୟା କରିଥିଲେ।

ବିଦ୍ୟୁତ ବିଭାଗ ପକ୍ଷରୁ କୁହାଯାଇଥିଲା ଯେ, ମେ’ ମାସ ସୁଦ୍ଧା ଯଦି  ଜଗନ୍ନାଥ ବିଜୁଳି ବିଲ୍‌ ପୈଠ ନ କରନ୍ତି ତା’ ହେଲେ ଜୁନ ମାସରେ ତାଙ୍କୁ ୮,୭୫,୮୩୦ ଟଙ୍କା  ଦେବାକୁ ପଡ଼ିବ।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଜଗନ୍ନାଥ ବିଜୁଳିବିଲକୁ ନେଇ ଚିନ୍ତାରେ ଥିଲେ। ସେଥିପାଇଁ ସେ ଆତ୍ମହତ୍ୟା କରିଛନ୍ତି।  ମୃତ ଜଗନ୍ନାଥଙ୍କ ପତ୍ନୀ ସ୍ୱାମୀଙ୍କ ମୃତ୍ୟୁ ପାଇଁ ମହାରାଷ୍ଟ୍ର ବିଦ୍ୟୁତ୍‌ ବିଭାଗକୁ ଦାୟୀ କରିଛନ୍ତି।

ବିଦ୍ୟୁତ ବିଭାଗ ଏହି ଘଟଣା ବିଷୟରେ ତଦନ୍ତ କରିଥିଲା। ମହାରାଷ୍ଟ୍ରର ଔରାଙ୍ଗବାଦର  ବିଦ୍ୟୁତ୍ କାର୍ଯ୍ୟାଳୟର ସୁନୀଲ ବାବୁ ନାମକ ଜଣେ କର୍ମଚାରୀ ଭୁଲରେ ବିଲ୍‌ପ୍ରିଣ୍ଟ କରିଦେଇଥିବା କଥା ଜଣାପଡିବା ପରେ ତାଙ୍କୁ ନିଲମ୍ବିତ କରାଯାଇଛି। ଘଟଣାର ତଦନ୍ତ ଚାଲିଛି ବୋଲି  ମହାରାଷ୍ଟ୍ର ରାଜ୍ୟ ବିଦ୍ୟୁତ୍‌ ବିଭାଗ ପକ୍ଷରୁ କୁହାଯାଇଛି।

Related story