ପରଲୋକରେ ବରିଷ୍ଠ କଂଗ୍ରେସ ନେତା ମୋତିଲାଲ ଭୋରା

ନୂଆଦିଲ୍ଲୀ: କଂଗ୍ରେସ ନେତା ମୋତି ଲାଲ ଭୋରାଙ୍କର ଆଜି ୯୩ ବର୍ଷ ବୟସରେ ଦେହାନ୍ତ ହୋଇଛି। ମଧ୍ୟପ୍ରଦେଶର ଏହି ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଲ୍ଲୀର ଫୋର୍ଟିସ୍ ହସ୍ପିଟାଲରେ ମୃତ୍ୟୁ ବରଣ କରିଛନ୍ତି। ଗତକାଲି ରବିବାର ମୋତି ଲାଲ ଭୋରାଙ୍କର ୯୩ ତମ ଜନ୍ମଦିନ ପାଳନ ଥିଲା। ତିନି ଦିନ ତଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନ ଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମୃତ୍ୟୁ ପରେ ପାର୍ଟି ମୁଖ୍ୟାଳୟରେ କଂଗ୍ରେସ ପତାକାକୁ ଅର୍ଧନିମିତ କରାଯାଇଛି। ନିକଟରେ ମୋତି ଲାଲ […]

MOTI-LAL-BORA

Subhransu Sekhar
  • Published: Monday, 21 December 2020
  • , Updated: 21 December 2020, 04:45 PM IST

ନୂଆଦିଲ୍ଲୀ: କଂଗ୍ରେସ ନେତା ମୋତି ଲାଲ ଭୋରାଙ୍କର ଆଜି ୯୩ ବର୍ଷ ବୟସରେ ଦେହାନ୍ତ ହୋଇଛି। ମଧ୍ୟପ୍ରଦେଶର ଏହି ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଲ୍ଲୀର ଫୋର୍ଟିସ୍ ହସ୍ପିଟାଲରେ ମୃତ୍ୟୁ ବରଣ କରିଛନ୍ତି। ଗତକାଲି ରବିବାର ମୋତି ଲାଲ ଭୋରାଙ୍କର ୯୩ ତମ ଜନ୍ମଦିନ ପାଳନ ଥିଲା। ତିନି ଦିନ ତଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନ ଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମୃତ୍ୟୁ ପରେ ପାର୍ଟି ମୁଖ୍ୟାଳୟରେ କଂଗ୍ରେସ ପତାକାକୁ ଅର୍ଧନିମିତ କରାଯାଇଛି।

ନିକଟରେ ମୋତି ଲାଲ କରୋନାରେ ସଂକ୍ରମିତ ହୋଇଥିଲେ। ଏହା ପରେ ତାଙ୍କୁ ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚଳିତ ବର୍ଷ ଏପ୍ରିଲ ପର୍ଯ୍ୟନ୍ତ କଂଗ୍ରେସର ରାଜ୍ୟସଭା ସଦସ୍ୟ ଥିଲେ ଭୋରା। ନିକଟରେ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କ ଦେହାନ୍ତ ହୋଇଥିଲା। ୨୦୧୮ରେ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କୁ କଂଗ୍ରେସର କୋଷାଧ୍ୟକ୍ଷ କରାଯାଇଥିଲା। ଏହାପୂର୍ବରୁ ମୋତିଲାଲ ଏହି ପଦବୀରେ ଥିଲେ। ପ୍ରାୟ ଦୁଇ ଦଶନ୍ଧି ଧରି କୋଷାଧ୍ୟକ୍ଷ ଭାବରେ ଭୋରା ଥିଲେ। ବୟସ ବଢ଼ୁଥିବା ଦେଖି ବୋରା ୨୦୧୮ରେ ଦାୟିତ୍ୱରୁ ହଟିଥିଲେ। ମୋତି ଲାଲା ବୋରା ଏବଂ ଅହମ୍ମଦ ପଟେଲ ଘନିଷ୍ଠ ବନ୍ଧୁ ଥିଲେ।

ରାହୁଲ ଗାନ୍ଧୀ ଟ୍ୱିଟ କରି ବୋରାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ କହିଛନ୍ତି ବୋରା ଜଣେ ପ୍ରକୃତ କଂଗ୍ରେସ କର୍ମୀ ଏବଂ ଜଣେ ଭଲ ମଣିଷ।

https://twitter.com/RahulGandhi/status/1340963606486106114?s=20

କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଟ୍ୱିଟ୍ କରି କହିଛନ୍ତି, କଂଗ୍ରେସର ପ୍ରତ୍ୟେକ ନେତା, କର୍ମୀ ମୋତିଲାଲଙ୍କ ବିୟୋଗରେ ଦୁଃଖିତ।

https://twitter.com/priyankagandhi/status/1340966663164809218?s=20

Related story