ଉପରାଷ୍ଟ୍ରପତି ନିର୍ବାଚନ: ପ୍ରାର୍ଥୀ ଚୟନ ନେଇ ଦଳୀୟ ନେତାଙ୍କ ସହ ଅମିତ କରିବେ ଆଲୋଚନା

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପାଇଁ ଏନ୍‌ଡିଏ ଓ ୟୁପିଏ ନିଜ ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରି ସାରିଛନ୍ତି। ଏବେ ନଜର ଉପରାଷ୍ଟ୍ରପତି ପାଇଁ କିଏ କାହାକୁ ପ୍ରାର୍ଥୀ କରୁଛନ୍ତି। ଆସନ୍ତା ୧୮ ତାରିଖକୁ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ରଖାଯାଇଛି। ପ୍ରାର୍ଥୀ ଚୟନ ନେଇ ଏନ୍‌ଡିଏ ଓ ୟୁପିଏ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି। କାହାକୁ ଉପରାଷ୍ଟପତି ପଦ ପାଇଁ ପ୍ରାର୍ଥୀ କରାଯିବ ସେ ନେଇ ବିଜେପି ପକ୍ଷରୁ ଚର୍ଚ୍ଚା ଆରମ୍ଭ […]

amit-shah

amit-shah

Rakesh Mallick
  • Published: Sunday, 09 July 2017
  • Updated: 09 July 2017, 12:28 PM IST

Sports

Latest News

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପାଇଁ ଏନ୍‌ଡିଏ ଓ ୟୁପିଏ ନିଜ ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରି ସାରିଛନ୍ତି। ଏବେ ନଜର ଉପରାଷ୍ଟ୍ରପତି ପାଇଁ କିଏ କାହାକୁ ପ୍ରାର୍ଥୀ କରୁଛନ୍ତି। ଆସନ୍ତା ୧୮ ତାରିଖକୁ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ରଖାଯାଇଛି। ପ୍ରାର୍ଥୀ ଚୟନ ନେଇ ଏନ୍‌ଡିଏ ଓ ୟୁପିଏ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି। କାହାକୁ ଉପରାଷ୍ଟପତି ପଦ ପାଇଁ ପ୍ରାର୍ଥୀ କରାଯିବ ସେ ନେଇ ବିଜେପି ପକ୍ଷରୁ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଆଜି ଓ ଆସନ୍ତାକାଲି ଦୁଇଦିନ ଦଳର ନେତାମାନଙ୍କ ସହ ଏନେଇ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

ପ୍ରାର୍ଥୀ ଚୟନ ପୂର୍ବରୁ ଦଳୀୟ ନେତା ଓ ସଂଘର ବରିଷ୍ଠ ନେତାମାନଙ୍କ ସହ ଦଳ ଆଲୋଚନା କରିବ। ଏଥିପାଇଁ ଅମିତ ଶାହାଙ୍କ କାର୍ଯ୍ୟକ୍ରମରେ କିଛିଟା ପରିବର୍ତ୍ତନ କରାଯାଇଛି। ଆଜିଠାରୁ ତିନିଦିନିଆ ଗୁଜରାଟ ଗସ୍ତରେ ଅମିତ ଶାହା ଯିବାର ଥିଲା। ଏହାକୁ ପରିବର୍ତ୍ତନ କରାଯାଇ ଆସନ୍ତା ୧୧ ତାରିଖକୁ ରଖାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos