ମୁସ୍‌ଲିମ୍‌ ମହିଳାଙ୍କ ମୁହଁରୁ ମୋଦିଙ୍କ ପାଇଁ ‘କବୁଲ ହେଲା ଦୁଆ’

ବାରଣାସୀ: ସାମ୍ପ୍ରଦାୟିକତା ନାଁରେ ଭାଜପା ଏବଂ ଦଳ ନେତୃତ୍ୱକୁ ଅନେକ ସମୟରେ କଟାକ୍ଷ କରାଯାଉଥିବା ବେଳେ ବାରଣାସୀରେ କିଛି ମୁସଲିମ୍‌ ମହିଳା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦୁଆ ଫରମାଇଛନ୍ତି। ଗୁଜୁରାଟ ଓ ହିମାଚଳ ନିର୍ବାଚନରେ ଭାଜପାର ବିଜୟ ପରେ କିଛି ମହିଳା ଖୁସି ମନାଇଛନ୍ତି, ଆଉ କହିଛନ୍ତି “ଇଶ୍ୱରଙ୍କ ପାଖରେ ଦୁଆ ଫରମାଇଥିଲୁ, ଯାହା କବୁଲ ହେଲା”। ସୂଚନାଯୋଗ୍ୟ, ବାରଣାସୀ ମୋଦିଙ୍କ ନିର୍ବାଚନ କ୍ଷେତ୍ର । ଏହି ନିର୍ବାଚନ ମଣ୍ଡଳୀର କାଶିସ୍ଥିତ ମଦନପୁର ୱାର୍ଡର ଭାଜପା ନେତ୍ରୀ ବାନୋଙ୍କ […]

1

1

Rakesh Mallick
  • Published: Monday, 18 December 2017
  • Updated: 18 December 2017, 08:55 PM IST

Sports

Latest News

ବାରଣାସୀ: ସାମ୍ପ୍ରଦାୟିକତା ନାଁରେ ଭାଜପା ଏବଂ ଦଳ ନେତୃତ୍ୱକୁ ଅନେକ ସମୟରେ କଟାକ୍ଷ କରାଯାଉଥିବା ବେଳେ ବାରଣାସୀରେ କିଛି ମୁସଲିମ୍‌ ମହିଳା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦୁଆ ଫରମାଇଛନ୍ତି। ଗୁଜୁରାଟ ଓ ହିମାଚଳ ନିର୍ବାଚନରେ ଭାଜପାର ବିଜୟ ପରେ କିଛି ମହିଳା ଖୁସି ମନାଇଛନ୍ତି, ଆଉ କହିଛନ୍ତି “ଇଶ୍ୱରଙ୍କ ପାଖରେ ଦୁଆ ଫରମାଇଥିଲୁ, ଯାହା କବୁଲ ହେଲା”।

ସୂଚନାଯୋଗ୍ୟ, ବାରଣାସୀ ମୋଦିଙ୍କ ନିର୍ବାଚନ କ୍ଷେତ୍ର । ଏହି ନିର୍ବାଚନ ମଣ୍ଡଳୀର କାଶିସ୍ଥିତ ମଦନପୁର ୱାର୍ଡର ଭାଜପା ନେତ୍ରୀ ବାନୋଙ୍କ ନେତୃତ୍ୱରେ ମୁସ୍‌ଲିମ୍‌ ମହିଳାମାନେ ନିର୍ବାଚନ ଫଳାଫ‍ଳ ଶୁଣିବା ପରେ ସହର ପରିକ୍ରମାରେ ବାହାରିଥିଲେ। ଶୋଭାଯାତ୍ରା ଲଲ୍ଲାପୁରା ଅଞ୍ଚଳରେ ପହଞ୍ଚିବା ପରେ ସେଠାରେ ଏକାଠି ହୋଇ ଏହି ମହିଳା ନେତ୍ରୀମାନେ ବିଜୟର ଖୁସି ମନାଇଥିଲେ। ପରସ୍ପରକୁ ମିଠା ଖୁଆଇଥିଲେ ଓ ରାଷ୍ଟ୍ରଗୀତ ଗାନ କରିଥିଲେ।

ସାହଜାହାଁ ବେଗମ୍‌ ନାମ୍ନି ଜଣେ ନେତ୍ରୀ କହିଛନ୍ତି ଯେ, ଏହି ବିଜୟର ଦୁଆ କରିଥିଲୁ। ଈଶ୍ୱର ଆମ କଥା ରଖିଲେ ଆଉ ଭାଜପା ଜିତିଗଲା। ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏ ସମସ୍ତ ବିଜୟର ଶ୍ରେୟ ଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos