ଡ୍ରାଇଭର୍ ସିଟ୍‌ରେ କୁକୁର !

ନୂଆଦିଲ୍ଲୀ: କୁକୁରଠାରୁ ଆଉ ବିଶ୍ୱସ୍ତ ପ୍ରାଣୀ କିଏ ଅଛି? ସେଥିପାଇଁ ତାକୁ ମଣିଷ ଘରେ ପାଳିଥାଏ। ସେ ମଧ୍ୟ ମାଲିକର ସବୁ କାମ କରିଥାଏ। ସମୟ ଆସିଲେ ନିଜ ଜୀବନ ଦେଇ ମାଲିକର ଜୀବନ ମଧ୍ୟ ବଞ୍ଚାଇଥାଏ। ଅଫିସ, ମଲ୍, ଷ୍ଟେସନ ଓ ବଜାରରେ କୁକୁରଙ୍କୁ କାମରେ ଲଗା ଯାଇଥାଏ। କିନ୍ତୁ କେବେ କୁକୁର କାର୍‌ ଚଲାଇବାର ଶୁଣିଛନ୍ତି କି? କଥାଟା କାନକୁ ଶୁଣିବାକୁ ଅଡ଼ୁଆ ଲାଗୁଥିଲେ ମଧ୍ୟ ସତ। କିଛି ଦିନ ହେବ ସୋଶାଲ ମିଡିଆରେ […]

56666

Tapaswini Nayak
  • Published: Monday, 01 October 2018
  • , Updated: 01 October 2018, 02:28 PM IST

ନୂଆଦିଲ୍ଲୀ: କୁକୁରଠାରୁ ଆଉ ବିଶ୍ୱସ୍ତ ପ୍ରାଣୀ କିଏ ଅଛି? ସେଥିପାଇଁ ତାକୁ ମଣିଷ ଘରେ ପାଳିଥାଏ। ସେ ମଧ୍ୟ ମାଲିକର ସବୁ କାମ କରିଥାଏ। ସମୟ ଆସିଲେ ନିଜ ଜୀବନ ଦେଇ ମାଲିକର ଜୀବନ ମଧ୍ୟ ବଞ୍ଚାଇଥାଏ। ଅଫିସ, ମଲ୍, ଷ୍ଟେସନ ଓ ବଜାରରେ କୁକୁରଙ୍କୁ କାମରେ ଲଗା ଯାଇଥାଏ।

କିନ୍ତୁ କେବେ କୁକୁର କାର୍‌ ଚଲାଇବାର ଶୁଣିଛନ୍ତି କି? କଥାଟା କାନକୁ ଶୁଣିବାକୁ ଅଡ଼ୁଆ ଲାଗୁଥିଲେ ମଧ୍ୟ ସତ। କିଛି ଦିନ ହେବ ସୋଶାଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ଗୋଟିଏ କୁକୁର କାର୍‌ ଚଲାଉଥିବା ଦେଖିବାକୁ ମିଳୁଛି। ଏହି ଘଟଣା ଘଟିଛି ମେଘାଳୟର ଶିଲଂରେ। ଭିଡିଓଟି ୧ ମିନିଟ୍ ୧୧ ସେକେଣ୍ଡର। ଏହି ଭିଡିଓଟି The Shillong Gag ନାମକ ଫେସବୁକ୍‌ ପେଜରେ ଅପଲୋଡ୍‌ କରାଯାଇଛି।

ଭାଇରାଲ ହୋଇଥିବା ଭିଡିଓ ଅନୁସାରେ ଗତ ଶୁକ୍ରବାର ଶିଲଂରେ ଗୋଟିଏ କୁକୁର ଡ୍ରାଇଭର୍ ସିଟ୍‌ରେ ବସି ମାରୁତି କାର୍‌ ଚଲାଉଥିଲା। ଗହଳି ଟ୍ରାଫିକ ମଧ୍ୟରେ କୁକୁଟି ଗାଡ଼ି ଚଲାଇବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଏହି ଭିଡିଓ ଭାଇରାଲ ହେବା ପରେ ପୁଲିସ୍‌ ମାଲିକ ଉପରେ କାର୍ଯ୍ୟାନୁଷ୍ଠାନ ନେଇଥିଲା। ମାଲିକଙ୍କୁ ୧୦୦୦ ଟଙ୍କା ଜରିମାନା କରିଥିଲା।

ଏହି ଭିଡିଓଟି ୨୪ ହଜାର ଲୋକ ଦେଖିଥିବା ବେଳେ ୭୦୦ରୁ ଅଧିକ ଲୋକ ଶେୟାର୍ କରିଛନ୍ତି।
https://www.facebook.com/thesgag/videos/582128098882480/?t=2

Related story