ଭାରତୀୟ ସେନାର ଆକ୍ରମଣ ଭୟରେ ଦୌଡ଼ିଲେ ଆତଙ୍କୀ, ଆସିଲା ଭିଡିଓ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର କୁପ୍‌ୱାରା ସେକ୍ଟର ନିକଟରେ ଏଲ୍‌ଓସି ଅତିକ୍ରମ ପ୍ରୟାସ କରୁଥିବା ପ୍ରାୟ ୪ ଜଣ ଆତଙ୍କବାଦୀ ପ୍ରାଣ ବିକଳରେ ଦୌଡ଼ୁଥିବାର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ଏଥିରେ ଦେଖାଯାଉଛି ପଥର ପଛରେ ଲୁଚି ଲୁଚି ସେମାନେ ପଳାଇଯାଉଛନ୍ତି। ତେବେ ସେମାନେ ଏଭଳି ବିକଳରେ ଦୌଡ଼ିବାର କାରଣ ହେଉଛି ଭାରତ ପଟୁ ଘନ ଘନ ଗୁଳି ବର୍ଷା। କେବଳ ଏହି ୪ ଜଣ ନୁହେଁ ବେଶ୍‌ କିଛି ଆତଙ୍କୀ ଏଲ୍‌ଓସି ଆଡ଼କୁ ପାଦ ବଢ଼ାଇବା ଆଗରୁ […]

kashmir

Subrat Kumar Nayak
  • Published: Friday, 27 September 2019
  • , Updated: 27 September 2019, 03:35 PM IST

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର କୁପ୍‌ୱାରା ସେକ୍ଟର ନିକଟରେ ଏଲ୍‌ଓସି ଅତିକ୍ରମ ପ୍ରୟାସ କରୁଥିବା ପ୍ରାୟ ୪ ଜଣ ଆତଙ୍କବାଦୀ ପ୍ରାଣ ବିକଳରେ ଦୌଡ଼ୁଥିବାର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ଏଥିରେ ଦେଖାଯାଉଛି ପଥର ପଛରେ ଲୁଚି ଲୁଚି ସେମାନେ ପଳାଇଯାଉଛନ୍ତି। ତେବେ ସେମାନେ ଏଭଳି ବିକଳରେ ଦୌଡ଼ିବାର କାରଣ ହେଉଛି ଭାରତ ପଟୁ ଘନ ଘନ ଗୁଳି ବର୍ଷା।

କେବଳ ଏହି ୪ ଜଣ ନୁହେଁ ବେଶ୍‌ କିଛି ଆତଙ୍କୀ ଏଲ୍‌ଓସି ଆଡ଼କୁ ପାଦ ବଢ଼ାଇବା ଆଗରୁ ଏମାନଙ୍କ ହାଲତ ଦେଖି ୟୁ ଟର୍ଣ୍ଣ ନେଇଥିବା ଜଣାପଡ଼ିଛି।

https://twitter.com/ANI/status/1177492907403530241
ସେନା ପକ୍ଷରୁ ହିଁ ଏହି ଭିଡିଓ ଜାରି କରାଯାଇଛି। ତେବେ ଏହି ଭିଡିଓ ଗତ ଜୁଲାଇ ୩୦ ତାରିଖର। ଏହାର କିଛି ଦିନ ପରେ ହିଁ ଭାରତ ସରକାର ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପାଇଁ ନିଷ୍ପତ୍ତି ନେଇଥିଲେ। ଏଥିସହିତ ଏହି ରାଜ୍ୟକୁ ୨ଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭାଜିତ କରିଦେଇଥିଲେ।

ତେବେ ସରକାରଙ୍କ ଏହି ପଦକ୍ଷେପ ପରେ ପାକିସ୍ତାନ କଶ୍ମୀରରେ ଅଶାନ୍ତି ସୃଷ୍ଟି କରିବାର ସମ୍ଭାବନା ଥିବାରୁ ସେନାବାହିନୀ ଆଲର୍ଟ ରହିଛି। ବେଶ୍‌ କିଛି ସ୍ଥାନରେ ବର୍ତ୍ତମାନ ମଧ୍ୟ କଟକଣା ରହିଛି। ଏପରିକି ୫୦୦ ଜଣ ଆତଙ୍କବାଦୀ ବେଆଇନ ଅନୁପ୍ରବେଶ ପାଇଁ ଅପେକ୍ଷାରା ଥିବା କୁହାଯାଉଛି। କିଛି ସୂତ୍ର ଏହି ସଂଖ୍ୟାକୁ ୩ରୁ ୪ ହଜାର ବୋଲି ମଧ୍ୟ କହିବା ଆରମ୍ଭ କରିଛନ୍ତି।

Related story