ଭାରତ ଆସିବେ ବିଜୟ ମାଲ୍ୟା!

ନୂଆଦିଲ୍ଲୀ: ବିଭିନ୍ନ ବ୍ୟାଙ୍କରୁ ଋଣ ନେଇ ବ୍ରିଟେନ୍‌ ପଳାଇଥିବା ମଦ ବ୍ୟବସାୟୀ ବିଜୟ ମାଲ୍ୟା ଭାରତ ଫେରିବାର ବାଟ ଫିଟିଛି। ଆଜି ମାଲ୍ୟାଙ୍କ ପ୍ରତ୍ୟର୍ପଣ ଆବେଦନ ଉପରେ ବ୍ରିଟେନ୍‌ ସରକାର ମୋହର ମାରିଛନ୍ତି। ବ୍ରିଟେନ୍‌ର ଗୃହ ମନ୍ତ୍ରଣାଳୟ ମାଲ୍ୟାଙ୍କ ପ୍ରତ୍ୟର୍ପଣ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ତେବେ ମାଲ୍ୟା ଏହା ବିରୋଧରେ ୧୪ ଦିନ ମଧ୍ୟରେ ହାଇକୋର୍ଟରେ ଆବେଦନ କରିପାରିବେ। ଗୃହ ମନ୍ତ୍ରଣାଳୟ ମାଲ୍ୟାଙ୍କ ଦସ୍ତାବିଜକୁ ଭଲ ଭାବେ ତର୍ଜମା କରିବା ପରେ ଏଭଳି ପ୍ରତ୍ୟର୍ପଣ ନିର୍ଦ୍ଦେଶ ଦେଇଛନ୍ତି। […]

v

Hemant Lenka
  • Published: Monday, 04 February 2019
  • , Updated: 04 February 2019, 09:59 PM IST

ନୂଆଦିଲ୍ଲୀ: ବିଭିନ୍ନ ବ୍ୟାଙ୍କରୁ ଋଣ ନେଇ ବ୍ରିଟେନ୍‌ ପଳାଇଥିବା ମଦ ବ୍ୟବସାୟୀ ବିଜୟ ମାଲ୍ୟା ଭାରତ ଫେରିବାର ବାଟ ଫିଟିଛି। ଆଜି ମାଲ୍ୟାଙ୍କ ପ୍ରତ୍ୟର୍ପଣ ଆବେଦନ ଉପରେ ବ୍ରିଟେନ୍‌ ସରକାର ମୋହର ମାରିଛନ୍ତି।

ବ୍ରିଟେନ୍‌ର ଗୃହ ମନ୍ତ୍ରଣାଳୟ ମାଲ୍ୟାଙ୍କ ପ୍ରତ୍ୟର୍ପଣ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ତେବେ ମାଲ୍ୟା ଏହା ବିରୋଧରେ ୧୪ ଦିନ ମଧ୍ୟରେ ହାଇକୋର୍ଟରେ ଆବେଦନ କରିପାରିବେ। ଗୃହ ମନ୍ତ୍ରଣାଳୟ ମାଲ୍ୟାଙ୍କ ଦସ୍ତାବିଜକୁ ଭଲ ଭାବେ ତର୍ଜମା କରିବା ପରେ ଏଭଳି ପ୍ରତ୍ୟର୍ପଣ ନିର୍ଦ୍ଦେଶ ଦେଇଛନ୍ତି।

ମାଲ୍ୟାଙ୍କ ନାଁରେ ଠକେଇ, ମନି ଲଣ୍ଡରିଂ ଓ ଫରେନ୍‌ ଏକ୍ସଚେଞ୍ଜ ମ୍ୟାନେଜମେଣ୍ଟ ଆକ୍ଟ(ଏଫ୍‌ଇଏମ୍‌ଏ)ର ଉଲ୍ଲଙ୍ଘନ କରିଥିବା ଅଭିଯୋଗ ହୋଇଛି।

୬୨ ବର୍ଷୀୟ ମାଲ୍ୟା ୯ ହଜାର କୋଟି ଟଙ୍କାର ଋଣ ଖିଲାପ କରିଥିବା ଅଭିଯୋଗ ହୋଇଛି। ଡିସେମ୍ବର ୧୦ରେ ମାଲ୍ୟାଙ୍କ ପ୍ରତ୍ୟର୍ପଣ ମାମଲାର ଶୁଣାଣି ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ କୋର୍ଟ କରିଥିଲେ। ଏହାପରେ କୋର୍ଟ ମାଲ୍ୟାଙ୍କୁ ଭାରତକୁ ପ୍ରତ୍ୟର୍ପଣ କରାଯିବ କି ତା’ର ନିଷ୍ପତ୍ତି ବ୍ରିଟେନ୍‌ ଗୃହ ମନ୍ତ୍ରଣାଳୟ ନେବେ ବୋଲି କହିଥିଲେ।

Related story