ଖାରଜ ହେଲା ପ୍ରତ୍ୟର୍ପଣ ବିରୋଧରେ ମାଲ୍ୟାଙ୍କ ଆବେଦନ

ଲଣ୍ଡନ୍‌: ପଳାତକ ଘୋଷିତ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କର ପ୍ରତ୍ୟର୍ପଣ ଆଦେଶ ବିରୋଧୀ ଆବେଦନକୁ ସୋମବାର ବ୍ରିଟେନ ହାଇକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହି ବ୍ୟବସାୟୀଙ୍କ ନାମରେ ୯ ହଜାର କୋଟି ଟଙ୍କାର ଠକେଇ ଏବଂ ଅର୍ଥ ହେରଫେର ବା ମନି ଲଣ୍ଡରିଂ ଆଦି ଅଭିଯୋଗ ରହିଛି। ଏହି ଅଭିଯୋଗ ଆସିବା ଜଣାପଡ଼ିବା ପରେ ସେ ବିଦେଶ ପଳାଇଛନ୍ତି। ଏହି ୬୪ ବର୍ଷୀୟ ପୂର୍ବତନ କିଙ୍ଗଫିସର ଏୟାରଲାଇନ୍ସ ମାଲିକ ଚଳିତ ବର୍ଷ ଫେବୃଆରୀରେ ପ୍ରତ୍ୟର୍ପଣ ବିରୋଧରେ ହାଇକୋର୍ଟରେ ଆବେଦନ […]

Mallya

Subrat Kumar Nayak
  • Published: Monday, 20 April 2020
  • , Updated: 20 April 2020, 04:51 PM IST

ଲଣ୍ଡନ୍‌: ପଳାତକ ଘୋଷିତ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କର ପ୍ରତ୍ୟର୍ପଣ ଆଦେଶ ବିରୋଧୀ ଆବେଦନକୁ ସୋମବାର ବ୍ରିଟେନ ହାଇକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହି ବ୍ୟବସାୟୀଙ୍କ ନାମରେ ୯ ହଜାର କୋଟି ଟଙ୍କାର ଠକେଇ ଏବଂ ଅର୍ଥ ହେରଫେର ବା ମନି ଲଣ୍ଡରିଂ ଆଦି ଅଭିଯୋଗ ରହିଛି। ଏହି ଅଭିଯୋଗ ଆସିବା ଜଣାପଡ଼ିବା ପରେ ସେ ବିଦେଶ ପଳାଇଛନ୍ତି।

ଏହି ୬୪ ବର୍ଷୀୟ ପୂର୍ବତନ କିଙ୍ଗଫିସର ଏୟାରଲାଇନ୍ସ ମାଲିକ ଚଳିତ ବର୍ଷ ଫେବୃଆରୀରେ ପ୍ରତ୍ୟର୍ପଣ ବିରୋଧରେ ହାଇକୋର୍ଟରେ ଆବେଦନ କରିଥିଲେ। ଟଙ୍କା ଠକେଇ ଏବଂ ମନି ଲଣ୍ଡରିଂ ଅଭିଯୋଗରେ ଭାରତରେ ୱାଣ୍ଟେଡ୍‌ ଘୋଷିତ ମାଲ୍ୟା ବ୍ରିଟେନ ହାଇକୋର୍ଟରେ ଏହି ପ୍ରତ୍ୟର୍ପଣ ଆଦେଶକୁ ଚ୍ୟାଲେଞ୍ଜ କରିଥିଲେ।

ଏସବିଆଇ ସମେତ ଅନେକ ବ୍ୟାଙ୍କର ୯ ହଜାର କୋଟି ଟଙ୍କାର ଋଣ ନେଇ ବିଜୟ ମାଲ୍ୟା ୨୦୧୬ରେ ଦେଶ ଛାଡ଼ି ପଳାଇଛନ୍ତି। ଏବେ ସେ ଲଣ୍ଡନରେ ରହୁଛନ୍ତି। ଲଣ୍ଡନର ଏକ କୋର୍ଟରେ ଏହି ମାମଲା ଚାଲିଛି। ବିଜୟ ମାଲ୍ୟାଙ୍କୁ ଭାରତ ଆଣିବା ପାଇଁ କେନ୍ଦ୍ର ସରକାର ଏବଂ ଭାରତୀୟ ତଦନ୍ତ ସଂସ୍ଥା ଅନେକ ପ୍ରୟାସ କରୁଛନ୍ତି। ହେଲେ ଏଯାବତ ସଫଳ ହୋଇ ନାହାନ୍ତି।

ଲଣ୍ଡନର ରୟାଲ କୋର୍ଟ ଅଫ୍ ଜଷ୍ଟିସର ଜଷ୍ଟିସ୍ ଷ୍ଟିଫେନ୍ ଇରୱିନ୍ ଏବଂ ଜଷ୍ଟିସ୍ ଏଲିଜାବେଥ୍ ଲାଙ୍ଗଙ୍କ ନେଇ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ଲର୍ଡ ଏହି ଶୁଣାଣି କରିଥିଲେ। କରୋନା ଭାଇରସ୍ କାରଣରୁ ଇମେଲ୍ ଦ୍ୱାରା ଦିଆଯାଇଥିବା ଏକ ରାୟରେ ଏହି ଆବେଦନ ଖାରଜ କରାଯାଇଛି। ଚୂଡ଼ାନ୍ତ ନିଷ୍ପତ୍ତି ପାଇଁ ମାମଲା ବର୍ତ୍ତମାନ ଗୃହ ସଚିବ ପ୍ରୀତି ପଟେଲଙ୍କ ନିକଟକୁ ଯିବ।

Related story