‘ଚନ୍ଦ୍ରଯାନ-୨’ ଐତିହାସିକ ମୁହୂର୍ତ୍ତ ଆଉ ଅଳ୍ପ ଦୂର, ଶନିବାର ‘ବିକ୍ରମ’ ଅବତରଣ

ବେଙ୍ଗାଲୁରୁ:ଚନ୍ଦ୍ରକୁ ନେଇ କେତେ ଗପ, କବିତା, ଗୀତ ଏବଂ ଉପନ୍ୟାସ ରଚନା କରାଯାଇଛି। ଅଜାଘର ସହ କୌଣସି ସମ୍ପର୍କ ନଥିବା ଚନ୍ଦ୍ର ପିଲାବେଳୁ ହିଁ ଜହ୍ନ ମାମୁଁ ଭାବେ ପରିଚୟଟିଏ ତିଆରିଛି। ଆସନ୍ତା ଶନିବାର ଭାରତର ଚନ୍ଦ୍ରଯାନ-୨ ବାସ୍ତବ ରୂପ ନେବ। ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ‘ବିକ୍ରମ’ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର ସମୟ ଯେତିକି ପାଖେଇ ଆସୁଛି ସମସ୍ତଙ୍କ ଉତ୍ସୁକତା ବଢ଼ିବାରେ ଲାଗିଛି। ମନେ ହେଉଛି ସତେ ଯେମିତି ଏହି ଐତିହାସିକ ମୁହୂର୍ତ୍ତ ଆମ ହାତ ପାଆନ୍ତାରେ ପହଞ୍ଚିସାରିଲାଣି। […]

chandrayan-2

Subrat Kumar Nayak
  • Published: Thursday, 05 September 2019
  • , Updated: 05 September 2019, 06:16 PM IST

ବେଙ୍ଗାଲୁରୁ:ଚନ୍ଦ୍ରକୁ ନେଇ କେତେ ଗପ, କବିତା, ଗୀତ ଏବଂ ଉପନ୍ୟାସ ରଚନା କରାଯାଇଛି। ଅଜାଘର ସହ କୌଣସି ସମ୍ପର୍କ ନଥିବା ଚନ୍ଦ୍ର ପିଲାବେଳୁ ହିଁ ଜହ୍ନ ମାମୁଁ ଭାବେ ପରିଚୟଟିଏ ତିଆରିଛି। ଆସନ୍ତା ଶନିବାର ଭାରତର ଚନ୍ଦ୍ରଯାନ-୨ ବାସ୍ତବ ରୂପ ନେବ। ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ‘ବିକ୍ରମ’ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର ସମୟ ଯେତିକି ପାଖେଇ ଆସୁଛି ସମସ୍ତଙ୍କ ଉତ୍ସୁକତା ବଢ଼ିବାରେ ଲାଗିଛି। ମନେ ହେଉଛି ସତେ ଯେମିତି ଏହି ଐତିହାସିକ ମୁହୂର୍ତ୍ତ ଆମ ହାତ ପାଆନ୍ତାରେ ପହଞ୍ଚିସାରିଲାଣି।

ଇସ୍ରୋ ଏହାକୁ ନେଇ ବେଶ ଆଶାବାଦୀ ଥିବାବେଳେ ଶେଷ କିଛି ମୁହୂର୍ତ୍ତକୁ ନେଇ ଇସ୍ରୋର ବୈଜ୍ଞାନିକମାନେ ମଧ୍ୟରେ ଆଶା ଏବଂ ଆଶଙ୍କାର ଏକ ମିଶ୍ରିତ ଅନୁଭବ ଦେଇ ଗତି କରୁଛନ୍ତି। ସର୍ବୋପରି ଏହା ଭାରତର ମହାକାଶ ଇତିହାସରେ ଅନ୍ୟତମ ବଡ଼ ଉପଲବ୍ଧି ହୋଇଥିବାରୁ ଏହି ମିଶନ୍‌ର ସଫଳତା ପାଇଁ ସମସ୍ତେ ପ୍ରାର୍ଥନା ଆରମ୍ଭ କରିଛନ୍ତି।

ଇସ୍ରୋ ଅଧ୍ୟକ୍ଷ କେ ଶିବନ୍‌ ପୂର୍ବରୁ ମଧ୍ୟ କହିସାରିଛନ୍ତି, ମଣିଷ ହିସାବରେ ଯାହାକିଛି ସମ୍ଭବ ସବୁକିଛି କରାଯାଇଛି। ତାଙ୍କ ବ୍ୟତୀତ ଅନ୍ୟ ମହାକାଶ ବିଜ୍ଞାନୀ ମଧ୍ୟ ଏହାର ସଫଳତା ନେଇ ଆଶାବାଦୀ ଅଛନ୍ତି। ଇସ୍ରୋ ଅଧ୍ୟକ୍ଷ ଜି ମାଧବନ୍‌ ନାୟର କହିଛନ୍ତି, ବିକ୍ରମର ସଫ୍ଟଲ୍ୟାଣ୍ଡିଂ ଏକ ଉଲ୍ଲେଖନୀୟ ମୁହୂର୍ତ୍ତ ହେବ। ମୁଁ ନିଶ୍ଚିତ ଏହା ଶତ ପ୍ରତିଶତ ସଫଳତା ପାଇବ।

ଆଉ ଜଣେ ପୂର୍ବତନ ଇସ୍ରୋ ଅଧ୍ୟକ୍ଷ ଏଏସ୍‌ କିରନ୍‌ କୁମାର କହିଛନ୍ତି, ପୂର୍ବ ଅପେକ୍ଷା ବର୍ତ୍ତମାନ ମିଶନ୍‌ ସବୁଠାରୁ କଷ୍ଟକର ସ୍ଥିତିରେ ଅଛି। ସବୁକିଛି ପୂର୍ବ ଯୋଜନା ମୁତାବକ ହୋଇଛି ଏବଂ ଆଗକୁ ମଧ୍ୟ ତାହା ବଳବତ୍ତର ରହିବ।

ସୂଚନାଯୋଗ୍ୟ ଯେ, ୭ ସେପ୍ଟେମ୍ବର ରାତି ୧.୩୦ରୁ ୨.୩୦ ମଧ୍ୟରେ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମ୍‌ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ। ଏହା ରୋଭର ପ୍ରଜ୍ଞା ସହିତ ହିଁ ଚନ୍ଦ୍ରର ଦକ୍ଷିଣ ମେରୁରେ ଓହ୍ଲାଇବ। ଚନ୍ଦ୍ରର ଏହି ପାର୍ଶ୍ୱ ସର୍ବଦା ଅନ୍ଧାର ରହୁଥିବାରୁ ଏହା ଉପରେ ଏଯାଏ ବିଶେଷ ଗବେଷଣା ହୋଇନି। ଇସ୍ରୋ ଅଧ୍ୟକ୍ଷ ଶିବନ୍‌ଙ୍କ କହିବା ଅନୁଯାୟୀ, ଶେଷ କିଛି ମୁହୂର୍ତ୍ତ ଜଟିଳ ହୋଇଥିବାରୁ ଏହାକୁ ନେଇ ଆମେ ଚିନ୍ତିତ ଅଛୁ।

Related story