୧.୫୩ରେ ଚନ୍ଦ୍ରରେ ପାଦ ଥାପିବ ବିକ୍ରମ

ବେଙ୍ଗାଲୁରୁ:ଭାରତର ମହାକାଶ ମହା ମିଶନ୍‌ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରେ ଓହ୍ଲାଇବାର ସମୟ ନିକଟତର ହେବାରେ ଲାଗିଛି। ଇସ୍ରୋ ଅଧ୍ୟକ୍ଷ କେ ଶିବନ୍‌ ଦେଇଥିବା ସୂଚନା ଅନୁଯାୟୀ, ଏହି ବହୁ ପ୍ରତୀକ୍ଷିତ ମୁହୂର୍ତ୍ତ୧.୫୩ ସମୟରେ ଆସିବ। ଅର୍ଥାତ ୧.୫୩ ବେଳକୁ ବିକ୍ରମ ମହାଶୂନ୍ୟରୁ ଚନ୍ଦ୍ରପୃଷ୍ଠ ସ୍ପର୍ଶ କରିବ। ଶିବନ୍‌ ପୂର୍ବ ଥର ଦେଇଥିବା ସୂଚନା ପରି ଶେଷ ୧୫ ମିନିଟ୍ କଥା ଦୋହରାଇଛନ୍ତି। ସେ କହିଛନ୍ତି, ଏହି ସମୟରେ ବିକ୍ରମକୁ ନିୟନ୍ତ୍ରଣ କରିବା ଆମ ପାଇଁ ଚ୍ୟାଲେଞ୍ଜିଂ। […]

chandra

Subrat Kumar Nayak
  • Published: Saturday, 07 September 2019
  • , Updated: 07 September 2019, 07:36 AM IST

ବେଙ୍ଗାଲୁରୁ:ଭାରତର ମହାକାଶ ମହା ମିଶନ୍‌ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରେ ଓହ୍ଲାଇବାର ସମୟ ନିକଟତର ହେବାରେ ଲାଗିଛି। ଇସ୍ରୋ ଅଧ୍ୟକ୍ଷ କେ ଶିବନ୍‌ ଦେଇଥିବା ସୂଚନା ଅନୁଯାୟୀ, ଏହି ବହୁ ପ୍ରତୀକ୍ଷିତ ମୁହୂର୍ତ୍ତ୧.୫୩ ସମୟରେ ଆସିବ। ଅର୍ଥାତ ୧.୫୩ ବେଳକୁ ବିକ୍ରମ ମହାଶୂନ୍ୟରୁ ଚନ୍ଦ୍ରପୃଷ୍ଠ ସ୍ପର୍ଶ କରିବ।

ଶିବନ୍‌ ପୂର୍ବ ଥର ଦେଇଥିବା ସୂଚନା ପରି ଶେଷ ୧୫ ମିନିଟ୍ କଥା ଦୋହରାଇଛନ୍ତି। ସେ କହିଛନ୍ତି, ଏହି ସମୟରେ ବିକ୍ରମକୁ ନିୟନ୍ତ୍ରଣ କରିବା ଆମ ପାଇଁ ଚ୍ୟାଲେଞ୍ଜିଂ।

୫ ଜଣ ଇଞ୍ଜିନିୟର ଏହି ସମୟରେ ଲ୍ୟାଣ୍ଡରକୁ ଓଲଟି ଡିରେକ୍ସନ୍‌ରେ ଯିବା ପାଇଁ ବାଧ୍ୟ କରିବେ। ଏହା ଫଳରେ ଏହାର ଗତି କମ୍‌ କରିହେବ। ତେଣୁ ଏହି ସମୟରେ ଲ୍ୟାଣ୍ଡର ଦୋହଲିବାର ସମ୍ଭାବନା ରହିଛି। ଇସ୍ରୋ ଦେଇଥିବା ସୂଚନା ଅନୁଯାୟୀ ୧.୧୫ ବେଳେ ଏହି ଦୃଶ୍ୟର ସିଧା ପ୍ରସାରଣ ଆପଣ ଦେଖିପାରିବେ। ଦୂରଦର୍ଶନ ବ୍ୟତୀତ ଇସ୍ରୋର ସମସ୍ତ ସୋଶାଲ ମିଡିଆ ସାଇଟ୍‌ରେ ଏହା ଉପଲବ୍ଧ ହେବ। ୯୭୮ କୋଟି ଟଙ୍କାର ଏହି ପ୍ରକଳ୍ପ ବାସ୍ତବ ରୂପ ନେବାକୁ ଯାଉଥିବାବେଳେ ବର୍ତ୍ତମାନ ସାରା ବିଶ୍ୱ ଏହା ଉପରେ ନଜର ରଖିଛି।

Related story