ମହଙ୍ଗା ପଡ଼ିବ ହସ୍ପିଟାଲରେ ହିଂସା, ପ୍ରସ୍ତୁତ ହେଉଛି ଆଉ ଏକ ବିଲ୍

ନୂଆଦିଲ୍ଲୀ: ଡାକ୍ତର ଏବଂ ହସ୍ପିଟାଲ କର୍ମଚାରୀଙ୍କୁ ମାଡ଼ପିଟ କରିବା କିମ୍ୱା ଧମକ ଦେଉଥିବା ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆଉ ଏକ ନୂଆ ବିଲ୍ ଆଣିବାକୁ ଯାଉଛି। ସ୍ୱାସ୍ଥ୍ୟସେବା କର୍ମଚାରୀ ଓ ଚିକିତ୍ସା ସଂସ୍ଥା ହିଂସା ଓ ସଂପତ୍ତି କ୍ଷୟକ୍ଷତି ବିଲ୍‌ ୨୦୧୯ ବା  “The Healthcare Service Personnel and Clinical Establishments (Prohibition of Violence and Damage to Property) Bill 2019”  ନାମରେ ଏହି […]

dr harsh Vardhan

Subhransu Sekhar
  • Published: Tuesday, 03 September 2019
  • , Updated: 03 September 2019, 04:34 PM IST

ନୂଆଦିଲ୍ଲୀ: ଡାକ୍ତର ଏବଂ ହସ୍ପିଟାଲ କର୍ମଚାରୀଙ୍କୁ ମାଡ଼ପିଟ କରିବା କିମ୍ୱା ଧମକ ଦେଉଥିବା ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆଉ ଏକ ନୂଆ ବିଲ୍ ଆଣିବାକୁ ଯାଉଛି। ସ୍ୱାସ୍ଥ୍ୟସେବା କର୍ମଚାରୀ ଓ ଚିକିତ୍ସା ସଂସ୍ଥା ହିଂସା ଓ ସଂପତ୍ତି କ୍ଷୟକ୍ଷତି ବିଲ୍‌ ୨୦୧୯ ବା  "The Healthcare Service Personnel and Clinical Establishments (Prohibition of Violence and Damage to Property) Bill 2019"  ନାମରେ ଏହି ବିଲ୍ ଆସିବ। ଏବେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ବିଲ୍‌କୁ ଚିଠା ଆକାରରେ ସରକାରୀ ଓ୍ୱେବସାଇଟରେ ସାର୍ବଜନୀନ କରିଛି। ଲୋକଙ୍କ ମତାମତ ପରେ ଚୂଡାନ୍ତ ବିଲ୍ ପ୍ରସ୍ତୁତ କରି ଆଇନରେ ପରିଣତ କରିବା ପାଇଁ ଯୋଜନା ରଖିଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ।

ପ୍ରସ୍ତୁତ ହୋଇଥିବା ଚିଠା ବିଲ୍ ଅନୁଯାୟୀ ଯେଉଁମାନେ ଡାକ୍ତର କିମ୍ୱା ହସ୍ପିଟାଲର କର୍ମଚାରୀଙ୍କୁ ମାଡ଼ପିଟ୍ କରିବେ ସେମାନଙ୍କୁ ୩ରୁ ୧୦ ବର୍ଷ ଜେଲ୍ ଦଣ୍ଡ ହେବ। ନଚେତ୍ ଜୋରିମାନାର ବ୍ୟବସ୍ଥା ରହିଛି।

ସେହିପରି ଯେଉଁମାନେ ହସ୍ପିଟାଲ କିମ୍ୱା ନର୍ସିଂହୋମକୁ ଭଙ୍ଗାରୁଜା କଲେ ତାଙ୍କୁ ଜୋରିମାନା ଦେବାକୁ ପଡ଼ିବ। ବଜାର ଦର ଅନୁସାରେ ଦୁଇ ଗୁଣା କ୍ଷତିଭରଣା କରିବେ ଦୋଷୀ ବୋଲି ନିୟମ ରହିଛି।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ ଜଣେ ଡାକ୍ତର ରୋଗୀଙ୍କ ସମ୍ପର୍କୀୟଙ୍କ ଦ୍ୱାରା ଆକ୍ରମଣର ଶିକାର ହେବା ପରେ ଡାକ୍ତରଙ୍କୁ ସୁରକ୍ଷା ପାଇଁ କେନ୍ଦ୍ର ସରକାର ଏକ ବିଲ୍ ଆଣିଥିଲେ। ଯେଉଁଥିରେ ଡାକ୍ତରଖାନାର ସୁରକ୍ଷା ସାଙ୍ଗକୁ କେବଳ ଡାକ୍ତରଙ୍କୁ ଧମକ ଚମକ ଦେଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ନିୟମ ଥିଲା।

Related story