ବେଙ୍ଗାଲୁରୁ: ଭାରତରେ କରୋନାର ଯେଉଁ ଭୂତାଣୁ ଲକ୍ଷଲକ୍ଷ ଲୋକଙ୍କୁ ସଂକ୍ରମିତ କରୁଛି, ତା’ର ଉତ୍ପତ୍ତି ଚାଇନାରେ ହୋଇନାହିଁ। ବରଂ ୟୁରୋପ ଓ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରେ ଦେଖାଯାଉଥିବା କରୋନା ଭୂତାଣୁ ହିଁ ଭାରତରେ ତାଣ୍ଡବ କରୁଛି। ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ(ଆଇଆଇଏସସି) ପକ୍ଷରୁ କରାଯାଇଥିବା ଗବେଷଣାରୁ ଏହା ସ୍ପଷ୍ଟ ହୋଇଛି।
ଆଇଆଇଏସସିର ମାଇକ୍ରୋବାଓଲୋଜି ଓ ସେଲ ବାଓଲୋଜି ବିଭାଗର ପ୍ରଫେସର କୁମାରାଭେଲ ସୋମାସୁନ୍ଦରମ, ମନିକା ମଣ୍ଡଳ ଓ ଅଙ୍କିତା ଲାୱାରଡେ କରୋନାର ବିଭିନ୍ନ ଭୂତାଣୁକୁ ନେଇ ଗବେଷଣା ଆରମ୍ଭ କରିଥିଲେ। ଏହି ପ୍ରଫେସରମାନେ ଜେନୋମିକର ବ୍ୟବହାର ମଧ୍ୟ କରିଥିଲେ।
ଭାରତରେ ଦେଖାଯାଉଥିବା କରୋନା ଭୂତାଣୁ(୧୩୭ରୁ ୧୨୯ ନମୁନା) ଓସେନିଆନ, କୁଏତ ଓ ଦକ୍ଷିଣ ଏସିଆର ନମୁନା ସହ ସମାନ। ସେହିପରି କରୋନାର କ୍ଲଷ୍ଟର ବ ନମୁନା ଗୁଡ଼ିକ ୟୁରୋପରେ ଦେଖାଯାଇଥିବା କରୋନା ଭୂତାଣୁ ସହ ସମାନ।
ଏହାର ଅର୍ଥ ଭାରତରେ ଦେଖାଯାଉଥିବା କରୋନା ଭୂତାଣରୁ ଅଧିକାଂଶ ୟୁରୋପୀୟ, ମଧ୍ୟପ୍ରାଚ୍ୟ, ଦକ୍ଷିଣ ଏସିଆ ଏବଂ ଓସେନିଆନ ଅଞ୍ଚଳରୁ ଆସିଛି। ଭାରତରେ ଦେଖାଯାଉଥିବା ଖୁବ କମସଂଖ୍ୟକ କରୋନା ଭୂତାଣୁ ଚାଇନା ଓ ପୂର୍ବ ଏସିଆ ଦେଶରୁ ଆସିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।