ଓଃ କି ଥଣ୍ଡା, ଆଖି ପିଛୁଳାକେ ବରଫ ପାଲଟୁଛି ଗରମ ପାଣି, ଚୁଟି ହେଇଯାଉଛି ଠିଆ
ନୂଆଦିଲ୍ଲୀ: ଅଧିକ ଥଣ୍ଡା କାରଣରୁ ନଦୀ କିମ୍ବା ହ୍ରଦ ବରଫ ପାଲଟିଥିବା ଭଳି କିଛି ଘଟଣା ପୂର୍ବରୁ ମଧ୍ୟ ଦେଖିଥିବେ। କିନ୍ତୁ ଆମେ ଆପଣଙ୍କୁ ଆମେରିକାରେ ବର୍ତ୍ତମାନ ଚାଲିଥିବା ପ୍ରବଳ ଶୀତ ଲହରୀ ବାବଦରେ ଏମିତି କିଛି ଉଦାହରଣ ଦେଖାଇବୁ ଯାହାକୁ ଦେଖି ଆପଣ ମଧ୍ୟ ପଚାରିବେ, କ’ଣ ଏମିତି ଥଣ୍ଡା ବି ସମ୍ଭବ?
ଆଜ୍ଞା ହଁ ଏହି ପ୍ରଶ୍ନର ଉତ୍ତର ଆମେ କିଛି ସୋଶାଲ ମିଡିଆ ଭିଡିଓରୁ ପାଇଛୁ। ପବନରେ ହିଁ ଆଖି ପିଛୁଳାକେ ବରଫ ପାଲଟିଯାଉଛି ଗରମ ତରଳ ପଦାର୍ଥ।
ଆଇୱାରେ ଜଣେ ମହିଳାଙ୍କ ଚୁଟି ବରଫ ପାଲଟିଯାଇ ଠିଆ ହୋଇଯାଇଥିବାର ଏକ ଭିଡିଓ ଏବେ ବେଶ୍ ଚର୍ଚ୍ଚାରେ। ଚୁଟି ଏପରି ଠିଆ ହୋଇଯାଇଛି, ଦେଖିଲେ ଯେକେହି ଭାବିବ ଇଲେକ୍ଟ୍ରିକ୍ ସ୍ୱିଚ୍ର ବିଜ୍ଞାପନ ଶୁଟିଂ ହେଉଛି। ଏହାକୁ ଶେଷ ଖବର ସୁଦ୍ଧା ୧୬.୭ ଲକ୍ଷ ଲୋକ ଦେଖି ସାରିଲେଣି।
“Is Iowa really THAT cold?” pic.twitter.com/htxSZzy2QB
— Taylor Scallon (@taylor_scallon) January 31, 2019
ସେହିଭଳି ଅନ୍ୟ ଏକ ପୋଷ୍ଟ ଆସିଛି ଯେଉଁଥିରେ ପାଇଖାନା କମୋଡ୍ ବରଫ ପାଲଟିଛି।
ତେବେ ସବୁଠାରୁ ମଜାଦାର ଭିଡିଓ ଆସିଛି ସିକାଗୋରୁ। ଜଣେ ବ୍ୟକ୍ତି ଏକ ପାତ୍ରରେ ଡହ ଡହ ଫୁଟୁଥିବା ଗରମ ପାଣି ନେଇ ବାହାରକୁ ବାହାରୁଛନ୍ତି। ପଦାକୁ ଆସି ଏସବୁକୁ ଉପରକୁ ଫୋପାଡ଼ୁଛନ୍ତି। ଏହି ପାଣି ସବୁ ଏତେ ଗରମ ଥାଇ ମଧ୍ୟ ଆଉ ମାଟିକୁ ଫେରି ପାରୁନାହିଁ। ଏହା ପୂର୍ବରୁ ହିଁ ଅର୍ଦ୍ଧବରଫ ପାଲଟି ତୁଷାର ଗୁଣ୍ଡ ହୋଇ ଝଡ଼ିଯାଉଛି ଏହି ପାଣିସବୁ।
Boiling water freezes before it hits the ground. -22/-49 windchill in Chicago. #Chicago #Jaden #chiberia pic.twitter.com/UPYVjloGBk
— clay carroll (@Clay_Carroll) January 30, 2019
ଦେଖନ୍ତୁ ସେହିଭଳି କିଛି ମଜାଦାର ଟ୍ୱିଟ୍।
At -29 it’s officially cold enough to turn boiling water into snow! pic.twitter.com/FkGb3MmQoj
— Christopher Ingraham (@_cingraham) January 29, 2019
Freezing of a soap bubble#PolarVortex pic.twitter.com/AvqaCdYhhU
— Buitengebieden (@buitengebieden) January 31, 2019
Chicago putting RAILS?on FIRE?
It's that cold out there ☃ #chicago #omnidigit #train #fire @omnidigit pic.twitter.com/vKLI2vuyDL— omnidigit (@omnidigit) January 31, 2019
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।