୬ ଟଙ୍କାରେ ଅନ୍‌ଲିମିଟେଡ ଇଣ୍ଟର୍‌ନେଟ: ଟେଲିକମ କମ୍ପାନୀଙ୍କ ମଧ୍ୟରେ ସାଂଘାତିକ୍‌ ଲଢେଇ

ନୂଆଦିଲ୍ଲୀ: ସବୁ ଟେଲିକମ୍ କମ୍ପାନୀକୁ ଘାରିଛି ଜିଓ ଚିନ୍ତା।  ଡାଟା ଏବଂ ଇଣ୍ଟରନେଟ ସେବାର ମାଲାମାଲ ଅଫର ଦେଇ ଚର୍ଚ୍ଚାକୁ ଆସିଥିବା  ରିଲିଆନ୍ସ ଜିଓକୁ ଟକ୍କର ଦେବାକୁ ପ୍ରତିଦ୍ୱନ୍ଦ୍ୱୀ ଟେଲିକମ୍‌ କମ୍ପାନୀମାନେ ଲାଗିପଡ଼ିଛନ୍ତି। ଏବେ ଜିଓକୁ ମୁକାବିଲା ପାଇଁ ସେମିତି କିଛି ଲୋଭନୀୟ ଅଫର ଆଣିଛି ଭୋଡାଫୋନ୍‌। ୫ ଘଣ୍ଟା ପାଇଁ ୨୯ ଟଙ୍କାରେ ଅନଲିମିଟେଡ ଡାଟା (୩ଜି ଏବଂ ୪ଜି)ଦେବ ଭୋଡାଫୋନ୍‌। ଏହି ସୁବିଧା ରାତି ଗୋଟାଏରୁ ସକାଳ ୬ଟା ପର୍ଯ୍ୟନ୍ତ ଉପଲବ୍ଧ ହେବ। ଯାହା […]

vodafone

Rakesh Mallick
  • Published: Monday, 19 June 2017
  • , Updated: 19 June 2017, 08:55 PM IST

ନୂଆଦିଲ୍ଲୀ: ସବୁ ଟେଲିକମ୍ କମ୍ପାନୀକୁ ଘାରିଛି ଜିଓ ଚିନ୍ତା।  ଡାଟା ଏବଂ ଇଣ୍ଟରନେଟ ସେବାର ମାଲାମାଲ ଅଫର ଦେଇ ଚର୍ଚ୍ଚାକୁ ଆସିଥିବା  ରିଲିଆନ୍ସ ଜିଓକୁ ଟକ୍କର ଦେବାକୁ ପ୍ରତିଦ୍ୱନ୍ଦ୍ୱୀ ଟେଲିକମ୍‌ କମ୍ପାନୀମାନେ ଲାଗିପଡ଼ିଛନ୍ତି। ଏବେ ଜିଓକୁ ମୁକାବିଲା ପାଇଁ ସେମିତି କିଛି ଲୋଭନୀୟ ଅଫର ଆଣିଛି ଭୋଡାଫୋନ୍‌। ୫ ଘଣ୍ଟା ପାଇଁ ୨୯ ଟଙ୍କାରେ ଅନଲିମିଟେଡ ଡାଟା (୩ଜି ଏବଂ ୪ଜି)ଦେବ ଭୋଡାଫୋନ୍‌। ଏହି ସୁବିଧା ରାତି ଗୋଟାଏରୁ ସକାଳ ୬ଟା ପର୍ଯ୍ୟନ୍ତ ଉପଲବ୍ଧ ହେବ। ଯାହା ସୁପରନାଇଟ୍‌ ନାମରେ ନାମିତ କରାଯାଇଛି। ଏହି ସ୍କିମ୍  ମଧ୍ୟ ଲଞ୍ଚ ହୋଇସାରିଛି। ହିସାବ କହୁଛି ଜିଓ ୧୦ ଟଙ୍କାରେ ୪ଜି ସ୍ପିଡରେ ଦିନକୁ ୧ ଜିବି ଡାଟା ଦେଉଛି। ଏହାକୁ ତୁଳନା କଲେ ଭୋଡାଫୋନ୍‌ର ଉପରୋକ୍ତ ସେବା ଘଣ୍ଟାକୁ ୬ଟଙ୍କାରୁ କମ୍‌ ଆସୁଛି।

Related story