ବ୍ୟାପମ୍ ଦୁର୍ନୀତି: ମଧ୍ୟପ୍ରଦେଶ ରାଜ୍ୟପାଳଙ୍କୁ ପଦବୀରୁ ହଟାଇବା ଆବେଦନର ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ବ୍ୟାପମ୍ ଦୁର୍ନୀତି ଘଟଣାରେ ମଧ୍ୟପ୍ରଦେଶ ରାଜ୍ୟପାଳ ରାମ ନରେଶ ଯାଦବଙ୍କୁ ପଦବୀରୁ ହଟାଇବା ନେଇ ଦାଖଲ କରାଯାଇଥିବା ଏକ ଆବେଦନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି।  ଚିଫ୍ ଜଷ୍ଟିସ୍ ଏଚ୍ ଏଲ ଦତ୍ତୁ, ଜଷ୍ଟିସ୍ ଅରୁଣ କୁମାର ଓ ଅମିତାଭ ରାୟଙ୍କ ବେଞ୍ଚ୍ ଏହା ଉପରେ ଶୁଣାଣି କରାଯିବ ବୋଲି  କହିଛନ୍ତି। ତେବେ ଏନେଇ ତାରିଖ ଦେଇ ନାହାନ୍ତି। ଅନ୍ୟପକ୍ଷରେ ଏହି ମାମଲା ସହିତ ଜଡ଼ିତ ଅନ୍ୟାନ୍ୟ ଶୁଣାଣିଗୁଡ଼ିକ ଜୁଲାଇ ୯ ତାରିଖରେ […]

mpgovernor

Rakesh Mallick
  • Published: Monday, 06 July 2015
  • , Updated: 06 July 2015, 12:26 PM IST

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ବ୍ୟାପମ୍ ଦୁର୍ନୀତି ଘଟଣାରେ ମଧ୍ୟପ୍ରଦେଶ ରାଜ୍ୟପାଳ ରାମ ନରେଶ ଯାଦବଙ୍କୁ ପଦବୀରୁ ହଟାଇବା ନେଇ ଦାଖଲ କରାଯାଇଥିବା ଏକ ଆବେଦନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି।  ଚିଫ୍ ଜଷ୍ଟିସ୍ ଏଚ୍ ଏଲ ଦତ୍ତୁ, ଜଷ୍ଟିସ୍ ଅରୁଣ କୁମାର ଓ ଅମିତାଭ ରାୟଙ୍କ ବେଞ୍ଚ୍ ଏହା ଉପରେ ଶୁଣାଣି କରାଯିବ ବୋଲି  କହିଛନ୍ତି। ତେବେ ଏନେଇ ତାରିଖ ଦେଇ ନାହାନ୍ତି। ଅନ୍ୟପକ୍ଷରେ ଏହି ମାମଲା ସହିତ ଜଡ଼ିତ ଅନ୍ୟାନ୍ୟ ଶୁଣାଣିଗୁଡ଼ିକ ଜୁଲାଇ ୯ ତାରିଖରେ ହେବ।

ସୂଚନାଯୋଗ୍ୟ, ବ୍ୟାପମ୍ ଦୁର୍ନୀତିରେ ରାଜ୍ୟପାଳଙ୍କ ପୁଅ ଶୈଳେଶ ଯାଦବଙ୍କ ନାମ ମଧ୍ୟ ସାମ୍ନାକୁ ଆସିଛି। ଗତ ମାର୍ଚ୍ଚ ୨୦ରେ ଶୈଳେଶଙ୍କ ମୃତ ଶରୀର ତାଙ୍କ ପିତା ନରେଶ ଯାଦବଙ୍କ ବାସଭବନରୁ ଜବତ କରାଯାଇଥିଲା।

Related story