ବ୍ୟାପମ୍ ଦୁର୍ନୀତି: ୭୦ ଅଭିଯୁକ୍ତ ‘ଇଚ୍ଛାମୃତ୍ୟୁ’ ଅନୁମତି ମାଗିଲେ

ଭୋପାଳ: ବହୁ ଚର୍ଚ୍ଚିତ ବ୍ୟାପମ୍ ଦୁର୍ନୀତିରେ ଅଭିଯୁକ୍ତ ହୋଇ ମଧ୍ୟପ୍ରଦେଶର ଗ୍ୱାଲିଓର ଜେଲରେ ଥିବା ୭୦ ଜଣ ଡାକ୍ତର ଓ ମେଡିକାଲ ଛାତ୍ରଛାତ୍ରୀ ‘ଇଚ୍ଛାମୃତ୍ୟୁ’ ପାଇଁ ରାଷ୍ଟ୍ରପତିଙ୍କ ନିକଟକୁ ଏକ ଚିଠି ଲେଖିଛନ୍ତି। ସେମାନେ ଚିଠିରେ ଲେଖିଛନ୍ତି ଯେ ଦୀର୍ଘ ଦିନ ହେଲାଣି ସେମାନଙ୍କୁ ଜେଲରେ ରଖାଗଲାଣି। ସମାନଙ୍କ କ୍ୟାରିଅର ଅନ୍ଧକାର ମଧ୍ୟକୁ ଠେଲି ହୋଇଗଲାଣି। ସେମାନଙ୍କୁ ଜାମିନ୍ ଦିଆଯାଉ ନହେଲେ ‘ଇଚ୍ଛାମୃତ୍ୟୁ’ ପାଇଁ ଅନୁମତି ଦିଆଯାଉ। ଏହି ୭୦ ଜଣ ଡାକ୍ତର ଓ ଡାକ୍ତରୀ ଛାତ୍ରଛାତ୍ରୀ […]

Vyapam

Vyapam

Rakesh Mallick
  • Published: Sunday, 09 August 2015
  • Updated: 09 August 2015, 06:21 AM IST

ଭୋପାଳ: ବହୁ ଚର୍ଚ୍ଚିତ ବ୍ୟାପମ୍ ଦୁର୍ନୀତିରେ ଅଭିଯୁକ୍ତ ହୋଇ ମଧ୍ୟପ୍ରଦେଶର ଗ୍ୱାଲିଓର ଜେଲରେ ଥିବା ୭୦ ଜଣ ଡାକ୍ତର ଓ ମେଡିକାଲ ଛାତ୍ରଛାତ୍ରୀ ‘ଇଚ୍ଛାମୃତ୍ୟୁ’ ପାଇଁ ରାଷ୍ଟ୍ରପତିଙ୍କ ନିକଟକୁ ଏକ ଚିଠି ଲେଖିଛନ୍ତି। ସେମାନେ ଚିଠିରେ ଲେଖିଛନ୍ତି ଯେ ଦୀର୍ଘ ଦିନ ହେଲାଣି ସେମାନଙ୍କୁ ଜେଲରେ ରଖାଗଲାଣି। ସମାନଙ୍କ କ୍ୟାରିଅର ଅନ୍ଧକାର ମଧ୍ୟକୁ ଠେଲି ହୋଇଗଲାଣି। ସେମାନଙ୍କୁ ଜାମିନ୍ ଦିଆଯାଉ ନହେଲେ ‘ଇଚ୍ଛାମୃତ୍ୟୁ’ ପାଇଁ ଅନୁମତି ଦିଆଯାଉ। ଏହି ୭୦ ଜଣ ଡାକ୍ତର ଓ ଡାକ୍ତରୀ ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି ଯେ ସେମାନେ ବିଚାବିଭାଗୀୟ ନିରାଶାବାଦର ଶିକାର ହୋଇଛନ୍ତି।

ଏହି ଅଭିଯୁକ୍ତମାନଙ୍କର ‘ଇଚ୍ଛାମୃତ୍ୟୁ’ ସଂପର୍କିତ ଚିଠିର ଗୋଟିଏ ଲେଖାଏଁ ନକଲ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ, ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି, ମଧ୍ୟପ୍ରଦେଶ ହାଇକୋର୍ଟ, ଜାତୀୟ ମାନବାଧିକାର କମିଶନ୍, କେନ୍ଦ୍ର ଗୃହ ମନ୍ତ୍ରୀ ଓ ଅନ୍ୟମାନଙ୍କୁ ପଠାଯାଇଛି। ଏକ କୋର୍ଟରେ ଶୁଣାଣି ବେଳେ ସମସ୍ତ ଅଭିଯୁକ୍ତ ଏହି ଚିଠିରେ ସ୍ୱାକ୍ଷର କରିଥିଲେ।

ସେମାନେ ଏଥିରେ କହିଛନ୍ତି ଯେ ସେମାନଙ୍କ ଉପରେ ଯେଉଁ ସବୁ ଦଫା ଲାଗିଛି ସେହି ଦଫାଗୁଡ଼ିକ ଆଉ କିଛି ଅଭିଯୁକ୍ତଙ୍କ ବିରୋଧରେ ମଧ୍ୟ ଲଗାଯାଇଛି। କିନ୍ତୁ ସେହି ଅଭିଯୁକ୍ତମାନେ ଜାମିନ୍ ପାଇଥିବା ବେଳେ ସେମାନଙ୍କୁ ଜାମିନ୍ ଦିଆଯାଉ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos