ଲକ୍‌ଡାଉନ୍‌ ହେଲ୍‌ପ ଲାଇନ୍‌ରେ ‘ଗରମ ସମୋସା’ ମଗାଉଥିଲେ, ଶେଷରେ ଡ୍ରେନ୍‌ ସଫା କଲେ

ଲକ୍ଷ୍ନୌ: ଲକ୍‌ଡାଉନ୍‌ କାରଣରୁ ହଇରାଣରେ ପଡ଼ିଥିବା ଲୋକଙ୍କ ପାଇଁ ହେଲ୍‌ପ ଲାଇନ୍‌ ଜାରି କରାଯାଇଛି। କିନ୍ତୁ କିଛି ଲୋକ ଏହାର ଅପବ୍ୟବହାର କରୁଛନ୍ତି। ଏଭଳି ଜଣେ ଦାୟିତ୍ୱହୀନ ବ୍ୟକ୍ତିଙ୍କୁ ପାନେ ଦେଇଛନ୍ତି ଉତ୍ତରପ୍ରଦେଶ ସରକାର। ଏହି ବ୍ୟକ୍ତି ଜଣକ ଲକ୍‌ଡାଉନ୍‌ ହେଲ୍‌ପ ଲାଇନ୍‌ରେ କଲ୍‌ କରି ‘ଗରମ ସମୋସା’ ମଗାଇଥିଲେ। ସ୍ଥାନୀୟ ପ୍ରଶାସନ ତାଙ୍କୁ ଡାକିଆଣି ଡ୍ରେନ୍‌ ସଫେଇ କାମରେ ଲଗାଇ ଦେଇଛି। ଏହି ବ୍ୟକ୍ତି ଜଣକ ଏଭଳି ଲଗାତାର କଲ୍‌ କରିଥିଲେ। ଫଳରେ ଜିଲ୍ଲା ମାଜିଷ୍ଟ୍ରେଟ୍‌ […]

drain

Subrat Kumar Nayak
  • Published: Monday, 30 March 2020
  • , Updated: 30 March 2020, 04:04 PM IST

ଲକ୍ଷ୍ନୌ: ଲକ୍‌ଡାଉନ୍‌ କାରଣରୁ ହଇରାଣରେ ପଡ଼ିଥିବା ଲୋକଙ୍କ ପାଇଁ ହେଲ୍‌ପ ଲାଇନ୍‌ ଜାରି କରାଯାଇଛି। କିନ୍ତୁ କିଛି ଲୋକ ଏହାର ଅପବ୍ୟବହାର କରୁଛନ୍ତି। ଏଭଳି ଜଣେ ଦାୟିତ୍ୱହୀନ ବ୍ୟକ୍ତିଙ୍କୁ ପାନେ ଦେଇଛନ୍ତି ଉତ୍ତରପ୍ରଦେଶ ସରକାର। ଏହି ବ୍ୟକ୍ତି ଜଣକ ଲକ୍‌ଡାଉନ୍‌ ହେଲ୍‌ପ ଲାଇନ୍‌ରେ କଲ୍‌ କରି ‘ଗରମ ସମୋସା’ ମଗାଇଥିଲେ। ସ୍ଥାନୀୟ ପ୍ରଶାସନ ତାଙ୍କୁ ଡାକିଆଣି ଡ୍ରେନ୍‌ ସଫେଇ କାମରେ ଲଗାଇ ଦେଇଛି।

ଏହି ବ୍ୟକ୍ତି ଜଣକ ଏଭଳି ଲଗାତାର କଲ୍‌ କରିଥିଲେ। ଫଳରେ ଜିଲ୍ଲା ମାଜିଷ୍ଟ୍ରେଟ୍‌ ତାଙ୍କୁ ପାନେ ଦେବାକୁ ବୁଦ୍ଧି ଖଟାଇଥିଲେ। ବ୍ୟକ୍ତିଙ୍କ ଡିମାଣ୍ଡ ମୁତାବକ ସମୋସା ନେଇ ପ୍ରଶାସନିକ ଅଧିକାରୀ ତାଙ୍କ ଘରେ ତ ପହଞ୍ଚିଥିଲେ, ଏହାପରେ କିନ୍ତୁ ଅସଲ ଘଟଣା ଆରମ୍ଭ ହୋଇଥିଲା।

ମିଳିଥିବା ସୂଚନା ଅନୁଯାୟୀ, ଏହି ହେଲ୍‌ପ ଲାଇନ୍‌ରେ ଲଗାତାର ଏପରି କଲ୍‌ ଆସୁଛି। କିଛି ଲୋକ ପିଜା ଆଦି ମଗାଇବା ଆରମ୍ଭ କରିଛନ୍ତି। ଏପରି କଲ୍‌ରେ ପ୍ରଶାସନ ଚିନ୍ତା ବଢ଼ିଯାଇଥିଲା। ଫଳରେ ଏମାନଙ୍କୁ ଦଣ୍ଡସ୍ୱରୂପ ସାମାଜିକ କାର୍ଯ୍ୟରେ ନିୟୋଜିତ କରିବାର ଅଛି।

Related story